EXCLUSIVE: କିନ୍ନରମାନଙ୍କ ଅଭିଯୋଗ ପରେ ସାମ୍ନାକୁ ଆସିଲେ Meera Parida, କହିଲେ କିଛି ଏମିତି…

ବନ୍ଧୁଗଣ, ସୂଚନା ଅନୁଯାୟୀ ମୀରା ପରିଡା କହିଛନ୍ତି ଯେ ମୋ ନାମରେ ଯେଉଁସବୁ ଅଭିଯୋଗ ହେଉଛି ସବୁର ପ୍ରତିକ୍ରିୟା ରଖିବି ଏବଂ ନିଶ୍ଚିତ ଭାବରେ ସହଯୋଗ କରିବି ସରକାରଙ୍କୁ । ସମୁଦାୟ କେତେ ଟଙ୍କା ଡିପାର୍ଟମେଣ୍ଟ ଦେଇଅଛି ତଥା କେତେ ଟଙ୍କା ହାରଲୁଟ ହୋଇଛି ଏହା ମଧ୍ୟ ତଦନ୍ତ କରାଯାଉ ବୋଲି କହିଛନ୍ତି ମୀରା ପରିଡା । ତେବେ କିନ୍ନର ମାନଙ୍କର ପ୍ରଥମ ଅଭିଯୋଗ ଏହା ଥିଲା ଯେ ମୀରା ପରିଡା ଜଣେ ଟ୍ରାନ୍ସଜେଣ୍ଡର ନୁହନ୍ତି ।

ଦ୍ଵିତୀୟ ଅଭିଯୋଗ ଏହା ଥିଲା ଯେ ଟ୍ରାନ୍ସଜେଣ୍ଡର ନାମରେ ଅନେକ ଦୁର୍ନୀତି କରୁଛନ୍ତି ତଥା ତାଙ୍କୁ ସେକ୍ସୱାର୍କର ଭାବରେ ବ୍ୟବହାର କରୁଛନ୍ତି ମୀରା ପରିଡା । ଏହା ସହିତ ମୀରା ଯେଉଁ ୟୁନିଅନ କରିଛନ୍ତି କିନ୍ନର ମାନେ ସେଥିରୁ କୌଣସି ପ୍ରକାରର ଲାଭ ପାଉନାହାଁନ୍ତି, ଏବଂ ସେମାନଙ୍କୁ ଠକା ଯାଉଅଛି । ତେବେ ପ୍ରତି ଉତ୍ତରରେ ମୀରା ସେମାନଙ୍କୁ ମିଡିଆ ମାଧ୍ୟମରେ କହିଛନ୍ତି ଯେ ସେମାନେ ବୋଧ ହୁଏ ଟ୍ରାନ୍ସଜେଣ୍ଡର ମାନେ କ’ଣ ବୁଝିନାହାଁନ୍ତି ।

ଯେଉଁମାନେ ମତେ କହୁଥିଲେ ଯେ ମୁଁ ପୁରୁଷ ବୋଲି ସେମାନେ କେବେ ତାଙ୍କର ଅନ୍ତବସ୍ତ୍ର ଖୋଲି ଦେଖିଛନ୍ତି ଯେ ସେମାନେ ନିଜେ କ’ଣ ? ହ୍ୟୁମାନ ହିସାବରେ ସମସ୍ତଙ୍କର ଅଧିକାର ଅଛି ନିଜ ନିଜ ମତ ରଖିବାକୁ ମାତ୍ର ପିଲାମାନେ ଛୋଟ ଛୋଟ ଏବଂ ସେମାନେ ଜାଣିନାହାଁନ୍ତି ବୋଧ ହୁଏ ଯେ ଯେଉଁମାନଙ୍କ ପାଇଁ ଲଢି ଲଢି ଲହୁଲୁହାଣ ହୋଇଛି, ସେମାନେ ନିଜେ କେଉଁଠାରେ ଅପରେସନ ହୋଇଛନ୍ତି ତଥା ଜନ୍ମ ହେଲାପରେ ସେମାନେ କ’ଣ ହୋଇ ଜନ୍ମ ହୋଇଥିଲେ ମୀରା ପରିଡା କେବେ ଲୁଚାଇ ନାହାଁନ୍ତି ବୋଲି କହିଛନ୍ତି ।

ଏହା ସହିତ ପୁରୁଷରୁ କେବେ ଅପରେସନ ହୋଇ ବିବାହ ହୋଇଥିଲା ? ପାମ୍ପଡ ବିକିଥିଲା ସେ ସବୁ ତଥ୍ୟ ତାଙ୍କ ପାଖରେ ସବୁ ରହିଅଛି ବୋଲି କହିଛନ୍ତି  । ଦ୍ଵିତୀୟ କଥା ଯାହା ରହିଅଛି ହରିଲୁଟ କଥା, ସରକାର ଅଛନ୍ତି ଭିଜିଲାନ୍ସ ମଧ୍ୟ ଅଛନ୍ତି CBI ତଦନ୍ତ ହେଉ ମୁଁ ତାଙ୍କୁ ଷପୋର୍ଟ କରିବି । ତୃତୀୟ କଥା ହେଉଛି ଯେ ୟୁନିଅନ ଦଳ ସେମାନେ କିଛି ବେନିଫିଟ ପାଇ ନହାଁନ୍ତି, ତେବେ କଣ ପାଇନାହାଁନ୍ତି ବୋଲି କହୁଛନ୍ତି ?

ସଂପୂର୍ଣ୍ଣ ଓଡିଶାରେ କିନ୍ନର ମାନଙ୍କୁ ସନ୍ନମାନ ମିଳିନାହିଁ ? ସରକାର ଏମାନଙ୍କ କଥା ଚିନ୍ତା କରିନାହାଁନ୍ତି ? ଓଡିଶାରେ ଯେଉଁଭଳି ଭାବରେ କିନ୍ନରଙ୍କୁ ସନ୍ନମାନ ମିଳିଛି ବୋଧହୁଏ ଆଉ ଅନ୍ୟ କେଉଁ ଜାଗାରେ ମିଳିନାହିଁ । ମାତ୍ର ଭୁବନେଶ୍ଵରର ଡିସିପି ଙ୍କ କହିବା ଅନୁଯାୟୀ ଯେ ସେ-କ୍ସୱାର୍କ ହୋଇପାରିବ ନାହିଁ । କିନ୍ତୁ ସେମାନଙ୍କ ରାଗ ରହିଲା ଯେ ମୀରାପରିଡା ସେ-କ୍ସୱାର୍କକୁ ବନ୍ଦ କରିଦେଉଛି ।

ଶେଷରେ ମୀରା କହିଛନ୍ତି ଯେ ମୁଁ ମୋର ସଫେଇ ଦେବା ନିମନ୍ତେ ପ୍ରତିକ୍ରିୟା ରଖିନାହିଁ, ଆପଣ ପ୍ରଶାସନ ଏବଂ ଡିସିପି ଙ୍କୁ ପଚାରି ବୁଝି ପାରିବେ । ତେବେ ଏହାଥିଲା ମୀରା ପରିଡାଙ୍କ ପ୍ରତିକ୍ରିୟା । ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ।

Leave a Reply

Your email address will not be published. Required fields are marked *