ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ବାହାଘର ସିଜିନ ଚାଲିଛି ତେବେ ସେହିଭଳି ଏଠାରେ ମଧ୍ୟ ଶେଷ ହୋଇଥିବା ନିର୍ବନ୍ଧ ଆଉ ବାହାଘର ତିଥି ବି ଧରା ହୋଇଥିଲା । ରୀତିନୀତି ଅନୁସାରେ ବରଧରା ଆସି ବରକୁ ଦେଲା ନିମନ୍ତ୍ରଣ । ସାଙ୍ଗରେ ବରଯାତ୍ରୀ ନେଇ ବର ପହଞ୍ଚିଲା କନ୍ୟା ଘରେ । ଭୋଜି ବି ହେଲା ବର ବରଣୀ ହୋଇ ବେଦିରେ ବସିଲେ । କନ୍ୟା ବି ଆସିଲା ଆଉ ପୁରହିତ ବୈବାହିକ କର୍ମ କରିଲେ ।
ହେଲେ ହାତ ଗଣ୍ଠି ପଡିବା ପୂର୍ବରୁ ସୃଷ୍ଟି ହୋଇଗଲା ମହାଭାରତ । ଏଭଳି ଗଣ୍ଡୋଗଳ ହେଲା କି ବିନା ହାତ ଗଣ୍ଠିରେ ବର ଫେରିଲା ନିଜ ଘରକୁ । ତେବେ ପରେ କନ୍ୟା ନିଜ ପ୍ରେମକୁ ପାଇବା ପାଇଁ ଆସି ପହଞ୍ଚିଲା ବର ଦୁଆରେ । ଗାଁ ଲୋକଙ୍କ ସହଯୋଗ ଆଉ ବର ଘରର ସପୋର୍ଟରେ ବାହାଘର ବର ବେଦିରେ ହେଲା ଆଉ କନ୍ୟା ନିଜ ଶାଶୁ ଘରେ ରହିଲା ।
କିନ୍ତୁ ନୂଆ ବୋହୁ ଆଖିରୁ ଲିଭୁନି ଲୁହ ଏବେ ବି କାନ୍ଦି କାନ୍ଦି ଆକୁଳ ନିବେଦନ କରୁଛି ମୋ ପରିବାର ମୋତେ ବିଧବା କରିଦେବେ ମୋତେ ବଞ୍ଚେଇ ଦିଅ । ତେବେ ସୂଚନା ଅନୁସାରେ ପୁରୀ ଜିଲ୍ଲା ଆସ୍ତରଙ୍ଗ ବ୍ଲକ ନାନପୁର ଗ୍ରାମର ଯୁବକ ତ୍ରିନାଥ ବିଶ୍ଵାଳ ସେହି ଗ୍ରାମର ଯୁବତୀ ସ୍ମରଣିକା ନାୟକଙ୍କ ଭିତରେ ଆଜିକୁ ପ୍ରାୟ ୭ ବର୍ଷ ପୂର୍ବେ ଗଢି ଉଠିଥିଲା ପ୍ରେମ ସମ୍ପର୍କ । ଦୁହେଁ ପରସ୍ପରକୁ ଏତେ ଭଲ ପାଉଥିଲେ ଯେ ସେମାନେ ପରସ୍ପର ସହ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ।
ଏହା ସହ ଉଭୟ ଉଭୟଙ୍କ ପରିବାରରେ ଅବଗତ କରାଇ ଥିଲେ । ତେବେ ପୁଅ ଘର ଲୋକ ରାଜି ଥିବା ବେଳେ ଝିଅ ଘର ଲୋକ ଏହି ବିବାହ ପାଇଁ ସଂପୂର୍ଣ୍ଣ ଅରାଜି ଥିଲେ । ଯେଉଁଥି ପାଇଁ ଉଭୟ ପରିବାର ମଧ୍ୟରେ ଦୀର୍ଘ ଦିନ ହେବ ଶତ୍ରୁତା ଲାଗି ରହିଥିଲା । କାଳ କ୍ରମେ କିଛି ମଧ୍ୟସ୍ଥି ଉଭୟ ପରିବାରଙ୍କ ମଧ୍ୟରେ ବୁଝାବଣା କରିବା ପାଇଁ ଚେଷ୍ଟା କରିଥିଲେ । ଏହା ପରେ ହସଖୁସିରେ ନିର୍ବନ୍ଧ କାର୍ଯ୍ୟ ସରିଲା ।
ଚଳିତ ମାସ ୩ ତାରିଖରେ ବାହାଘର ପାଇଁ ତିଥି ଧାର୍ଯ୍ୟ ହେଲା । ହେଲେ ହାତ ଗଣ୍ଠି ପଡିବା ପୂର୍ବରୁ ଦୁଇ ପରିବାର ମଧ୍ୟରେ ପୁରୁଣା ଶତ୍ରୁତାକୁ ନେଇ ଆରମ୍ଭ ହେଇଗଲା ମାରପିଟ । ତେବେ ବର୍ତ୍ତମାନ ଝିଅ ନିଜ ସ୍ଵାମୀର ଜୀବନ ପାଇଁ ନେହୁରା ହେଉଛି ଆଉ କହୁଛି ମୋ ବାପା ମୋତେ ବିଧବା କରିଦେବେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।