ସ୍ଵାମୀର ଅଧିକ ସମ୍ବନ୍ଧ ବନାଇବା ଡିମାଣ୍ଡ ଉପରେ ଚିଡିଯାଇ ସ୍ତ୍ରୀ ଘର ଛାଡି ପଳାଇଲା ଓ କହିଲା ଲକ ଡାଉନ ହଟାଅ ନହେଲେ ସ୍ଵାମିକୁ ଅଫିସ ଯିବାକୁ ଦିଅ

କରୋନା ମହାମାରୀର ବଢୁଥିବା ପ୍ରକୋପକୁ ଦେଖି ନା କେବଳ ଭାରତ ଏଥିରେ ପୁରା ବିଶ୍ଵ ଲକ ଡାଉନ୍ ରେ ଅଛନ୍ତି । ଏହି ଲକ ଡାଉନ୍ କାରଣରୁ ବହୁପ୍ରକାରର ଅନ୍ୟ ସମସ୍ୟା ମଧ୍ୟ ଆସି ପହଁଞ୍ଚିଛି । ଏହି ଲକ ଡାଉନ୍ ଯୋଗୁ ସୋସିଆଲ ମିଡିଆରେ ଏକ ଭିଡ଼ିଓ ଭାଇରାଲ୍ ହେବାର ଲାଗିଛି ଯାହାକି ଘାନା ଦେଶର ଏକ ମହିଳା ଏଥିଯୋଗୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଲକ ଡାଉନ୍ କାରଣରୁ ତାଙ୍କୁ ଏତେ ଅସୁବିଧା ହେଲା କି ସେହି ମହିଳାଙ୍କୁ ଘର ଛାଡି ଅଫିସ୍ କୁ ଆସିବାକୁ ପଡିଥିଲା । ଏହାର କାରଣ ଥିଲା ତାଙ୍କ ସ୍ଵାମୀର ବଢୁଥିବା ସେକ୍ସର ଦାବି । ଏହି ସମସ୍ୟା କେବଳ ଏହି ମହିଳାଙ୍କର ନୂହେଁ ବରଂ ସବୁ ମହିଳା ମାନେ ତାଙ୍କ ସ୍ଵାମୀ ମାନଙ୍କୁ ଅତ୍ୟଧିକ ସେକ୍ସ କରିବା ଇଚ୍ଛା ଯୋଗୁ ଅସୁବିଧା ର ସାମନା କରିବାକୁ ପଡୁଛି ।

ସେହି ମହିଳା ସୋସିଆଲ ମିଡିଆ ରେ ତହାର ଦୁଃଖ ପ୍ରକାଶ କରି କହିଲା ଯେ ନିଦରୁ ଆଖି ଖୋଲୁ ଖୋଲୁ ସ୍ଵାମୀ ସେକ୍ସ ପାଇଁ ରେଡି ହେଉଛନ୍ତି । ଆପଣ ତାକୁ କରିସାରିବା ପରେ ରୋଷେଇ କରିବାକୁ ପଡିବ, ରୋଷେଇ କରିବା ପରେ ଖାଇବା, ଟିଭି ଦେଖିବା କିଛି ସମୟ ପରେ ପୁଣି ସେକ୍ସ କରିବାକୁ ତାଙ୍କର ଇଚ୍ଛା ହୋଇଥାଏ । ସବୁବେଳେ କେବଳ ସେକ୍ସ ସେକ୍ସ ଆଉ ସେକ୍ସ, ଆମେ କଣ ଏହି ଲକ ଡାଉନ୍ ରେ ସେକ୍ସ ପାଇଁ ଅଛୁ । ଆମେ ଆମ ନିଜ ଶରିରର ଦେଖା ଶୁଣା କରିବା ଦରକାର ଏହି ଲକ ଡାଉନ୍ ରେ । ମୋ ସ୍ୱାମୀ ସବୁବଳେ ସେକ୍ସ କରୁଛନ୍ତି ।.

ମହିଳାଙ୍କ କହିବା କଥା କି ଯଦି ଲକ ଡାଉନ୍ ନ ଖୋଲିବେ ତାହେଲେ ସ୍ଵାମୀ ମାନଙ୍କୁ ଅଫିସ ଯିବାକୁ ଦିଆଯାଉ । ଏହା କେବଳ ଗୋଟିଏ ଦେଶ ଗୋଟିଏ ଘର କଥା ନୂହେଁ।ବାହାଘର ପରେ ସବୁ ମହିଳାମାନେ ତାଙ୍କ ସ୍ୱାମୀକୁ ଏଥିପାଇଁ ମନା କରିପାରନ୍ତି ନାହିଁ କାହିଁକି ନା ବୋଧହୁଏ ସ୍ୱାମୀଙ୍କୁ ଖରାପ ଲାଗିପାରେ । ଯଦି ଆପଣଙ୍କ ଇଚ୍ଛା ନାହିଁ ତାହେଲେ ଆପଣ ସ୍ୱାମୀ ଙ୍କୁ ମନା କରନ୍ତୁ । ଆପଣ ନିଜ ସ୍ୱାମୀଙ୍କୁ ଖୋଲା ମନରେ ମନା କରନ୍ତୁ ତାଙ୍କୁ ବୁଝାନ୍ତୁ କି ତାଙ୍କର ଏହି ବ୍ୟବହାରେ ରେ ଆପଣଙ୍କୁ କି ପ୍ରକାରର ଅସୁବିଧା ହେଉଛି।

ଆପଣ ଯଦି ଘରେ ଲକ ଡାଉନ୍ ଯୋଗୁ ବନ୍ଦୀ ହୋଇ ଅଛନ୍ତି ତାହାଲେ ଟିକେ ଦୂରତା ରକ୍ଷା କରନ୍ତୁ । ସବୁବେଳେ ପାଖରେ ବସିଲେ ଆପଣଙ୍କ ନାହିଁ କୁ ନାହିଁ ବୋଲି ବୁଝି ପାରନ୍ତି ନାହିଁ । କିଛି ବି ଏମିତି କାମ କରନ୍ତୁ ଯେଉଁଥିରେ ଆପଣଙ୍କ ସ୍ଵାମୀ ସାମିଲ ନଥିବେ । ଯଦି ସମ୍ଭବ ହେଉଛି ତାହେଲେ ସ୍ଵାମୀଙ୍କ ଠାରୁ ଅଲଗା ରୁମ୍ ରେ ଶୁଅନ୍ତୁ ହୁଏତ ଆପଣଙ୍କର ସ୍ଵାମୀଙ୍କୁ ଖରାପ ଲାଗିପାରେ କିନ୍ତୁ ଆପଣ ସ୍ୱାସ୍ଥ ପ୍ରତି ଧ୍ୟାନ ଦେବା ଦରକାର ।

ଦରକାର ପଡିଲେ ନିଜେ ନିଜକୁ ଅନ୍ୟ କାମରେ ବ୍ୟସ୍ତ ରଖନ୍ତୁ ଯେମିତି କି ସାଙ୍ଗ ମାନଙ୍କ ସହ ଫୋନରେ କଥା ହେବା ଓ ଆପଣଙ୍କ ନିକଟ ସମ୍ବନ୍ଧୀୟଙ୍କ ସହିତ କଥା ହୁଅନ୍ତୁ । ସେମାନେ ହୁଏତ ଆପଣଙ୍କର ସ୍ଵାମୀ କୁ ଭଲ ଭାବରେ ବୁଝାଇବାରେ ସାହାର୍ଯ୍ୟ କରିବେ । ଅନ୍ୟମାନେ ବୁଝାଇବା ଦ୍ଵାରା ସେମାନେ ଶୀଘ୍ର ବୁଝିଥାନ୍ତି । ଆପଣ ନିଜେ ଚେଷ୍ଟା କରନ୍ତୁ ନିଜ ସମସ୍ୟା ବିଷୟରେ ସ୍ୱାମୀଙ୍କୁ ବୁଝାନ୍ତୁ ଏବଂ ଏହାକୁ ଦୁହେଁ ମିଳିମିଶି ସମାଧାନ କରନ୍ତୁ । ଦେଶରେ ଘଟୁଥିବା ସବୁ ଘଟଣା ସହ ଅପଡେଟ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *