ଗୁତ୍ଥି ପରେ ଏହି ନୂଆ କ୍ୟାରେକ୍ଟରରେ ନଜର ଆସିଲେ ସୁନୀଲ ଗ୍ରୋବର, ଭିଡିଓ ଦେଖିଲେ ହସକୁ ଅଟକାଇ ପାରିବେ ନାହିଁ

ଏହି କରୋନା ଭାଇରସ ଓ ଲକଡାଉନ ବି ମନୋରଞ୍ଜନ ଦୁନିଆ ଉପରେ ବହୁତ ପ୍ରଭାବ ପକାଇଛି । ଏହା କାରଣରୁ ନା କୌଣସି ଟିଭି ସୋ ର ଶୁଟିଙ୍ଗ ହେଉଛି ନା କୌଣସି ଫିଲ୍ମର ଶୁଟିଙ୍ଗ ହେଉଛି । ବଲିଉଡ ଓ ଟିଭି ଜଗତକୁ କୋଟି କୋଟି ଟଙ୍କାର କ୍ଷତି ହେଉଛି । ଅନ୍ୟ ପକ୍ଷରେ ଷ୍ଟାରମାନେ ବି ଘରେ ଖାଲିରେ ବସିଛନ୍ତି । ଏହି ସମୟରେ ଏହି ଲୋକ ସୋସିଆଲ ମିଡିଆରେ ଅଧିକ ଆକ୍ଟିଭ ହୋଇଯାଇଛନ୍ତି ଓ ନିଜ ଫ୍ୟାନ୍ସମାନଙ୍କର ମନୋରଞ୍ଜନ କରୁଛନ୍ତି । ପପୁଲାର କମେଡିଆନ ଓ ଆକ୍ଟର ସୁନୀଲ ଗ୍ରୋବରଙ୍କ କଥା କହିଲେ ସେ ବି ସୋସିଆଲ ମିଡିଆ ମାଧ୍ୟମରେ ନିଜ ଫ୍ୟାନ୍ସ ମାନଙ୍କ ଭରପୁର ମନୋରଞ୍ଜନ କରୁଛନ୍ତି ।

କମେଡି ଟାଇମିଙ୍ଗ ର କିଙ୍ଗ ଅଟନ୍ତି ସୁନୀଲ

ସୁନୀଲ ଗ୍ରୋବରଙ୍କ କମେଡି ଟାଇମିଙ୍ଗ ବହୁତ କମାଲ ଅଟେ । ସେ ଯେ କୌଣସି ଚରିତ୍ରକୁ ପ୍ଲେ କରନ୍ତି ତାହା ଫେମସ ହୋଇଯାଇଥାଏ । ଖାସ କରି ଗୁତ୍ଥି ଓ ଡାକ୍ତର ମଶହୁର ବାଲା କ୍ୟାରେକ୍ଟର ଲୋକଙ୍କୁ ବହୁତ ପସନ୍ଦ ଅଟେ । ସୁନୀଲ ଙ୍କୁ ଅସଲ ପାପୁଲାରୀଟି ଗୁତ୍ଥି ର କ୍ୟାରେକ୍ଟର ରୁ ହିଁ ମିଳିଥିଲା ।

ସେ ପୁରୁଷଙ୍କ ସହିତ ମହିଳାଙ୍କ କ୍ୟାରେକ୍ଟର ବି ବହୁତ ଭଲ ଭାବରେ କରି ନିଅନ୍ତି । ବର୍ତ୍ତମାନ ହିଁ ସୁନୀଲ ଗୁତ୍ଥି ର ଅପୋଜିଟ ରତ୍ନାଗିରି କ୍ୟାରେକ୍ଟର ପ୍ଲେ କରିଛନ୍ତି । ଯେଉଁଠି ଗୁତ୍ଥି ଏକ ମିଡିଲ କ୍ଳାସ ଓ ଗାଉଁଲି ଝିଅର କ୍ୟାରେକ୍ଟର ଥିଲା ସେଇଠି ରତ୍ନାଗିରି ଏକ ହାଇକ୍ଳାସ ଓ ମର୍ଡନ ଝିଅର ଅଟେ ।

କଣ ଅଛି ଭିଡିଓ ରେ

ଭିଡିଓ ରେ ସୁନୀଲ କୁହନ୍ତି – “ଏବେ ମୋର ମୁଣ୍ଡ ଖରାପ ହୋଇଗଲାଣି । କାଲି ରାତିରେ ମୁଁ କେତନ ଠାରୁ ବ୍ରେକପ କରି ନେଇଛି । ମୁଁ ତାକୁ ଏମିତି କଣ ମାଗିଥିଲି । ମୋର ବେକିଙ୍ଗ କରିବାର ମନ ହେଉଥିଲା । ମୁଁ ବାସ ଏତିକି କହିଲି କି ମୋତେ ବ୍ଲୁବେରୀ ଦରକାର । ସେ କହୁଛି କି ମୋତେ ବ୍ଲୁବେରୀ ତ ଲକଡାଉନ ପରେ ହିଁ ଆଣି ଦେବ । ମାନେ ସତରେ । ଲାକଡାଉନ ପରେ ତ ମୁଁ ଯାଇଁ ନେଇ ଆସିବି । ଦୟା କରୁଛି ମୋ ଉପରେ । କହୁଛି କିସମିସ ପକା କିସକିସ । ଏବେ କଣ ମୋ ପରି ଝିଅ କିସମିସ ଖାଇବ । ରିୟଲି । ୟୁ ସନ ଅଫ ରିଚ । ମୁଁ କିସମିସ ଖାଇବି ? ସିରିୟସଲି ସେ ମୋତେ ଡିଜର୍ଭ କରେ ନାହିଁ ।”

ସୁନୀଲ ଙ୍କର ଏହି ନୂଆ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଲୋକଙ୍କୁ ଏହି ଭିଡିଓ ରେ ସୁନୀଲ ଇଣ୍ଟରେଷ୍ଟିଙ୍ଗ ଲାଗୁଛନ୍ତି । ଏହାକୁ ଦେଖି ଲୋକଙ୍କର ହସ ଅଟକୁ ନାହିଁ । ଲୋକଙ୍କୁ ସୁନୀଲଙ୍କର ଏହି ନୂଆ ରୂପ ବହୁତ ପସନ୍ଦ ଆସୁଛି ।

ଟାଇମ ପାସ ପାଇଁ କରୁଛନ୍ତି ଏହି କାମ

 

View this post on Instagram

 

Aajkal ichki vajeh che mela timepaach ho la hai.. G G G .. PUBG MOBILE! Aap kya kr rhe ho time pass ke liye? comments mein batao

A post shared by Sunil Grover (@whosunilgrover) on


ସୁନୀଲ ନିଜର ସୋସିଆଲ ମିଡିଆ ଆକାଉଣ୍ଟ ରେ କିଛି ନା କିଛି ଫନି ଜିନିଷ ଶେୟାର କରିଥାନ୍ତି । ଏବେ ଏହି ଭିଡିଓକୁ ନିଅନ୍ତୁ , ଏଥିରେ ସେ ଫନି ଅନ୍ଦାଜରେ କହୁଛନ୍ତି କି କେମିତି ଲକଡାଉନରେ Pub-G ତାଙ୍କର ଟାଇମପାସ କରୁଛି ।  ବନ୍ଧୁଗଣ ଆପଣଙ୍କୁ ଆମର ଏହି ଆର୍ଟିକିଲ ପସନ୍ଦ ଆସିଥିଲେ ଲାଇକ ଆଉ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *