ଶବ ହିଁ କହିବ ସିଏ କାହାର ? ଶବ ପାଇଁ ଚାଲିଛି ଟଣା ଓଟରା…ଦେଖନ୍ତୁ Video

ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ଭିଡିଓଟି ଏବେ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି । ଆଜି ଆମେ ଆପଣ ମାନଙ୍କୁ ଏହି ଭାଇରାଲ ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ଭାଇରାଲ ହେଉଥିବା ଭିଡିଓରେ ସ୍ୱାମୀ ଶବ ପାଇଁ ଟଣାଟଣି ଦୁଇ ସ୍ତ୍ରୀ । କାହାକୁ ଶବ ହସ୍ତାନ୍ତର କରିବ ପୋଲିସ  ।

ଇଏ କହୁଛି ମୋ ସ୍ୱାମୀ ସିଏ କହୁଛି ମୋ ସ୍ୱାମୀ । ହାଜତ ମୃତ୍ୟୁ ବିବାଦରେ ଛନ୍ଦିହୋଇଛି କମିଶନରେଟ୍ ପୋଲିସ । ମୃତ ବ୍ୟକ୍ତିଙ୍କ ପ୍ରକୃତ ପତ୍ନୀ ଦାବିରେ ୨ ମହିଳା ହାତାହାତି । କ୍ୟାପିଟାଲ ହସ୍ପିଟାଲରେ ତମ୍ବିତୋଫାନ  । ଦୁହେଁ ପରସ୍ପରକୁ ଚିହ୍ନି ନାହାନ୍ତି କିନ୍ତୁ ସ୍ଵାମୀ ଗୋଟିଏ । ସ୍ଵାମୀଙ୍କ ମୃତ୍ୟୁ ପରେ ହସ୍ପିଟାଲରେ ଛିଡା ହୋଇଛନ୍ତି ଦୁଇ ସ୍ତ୍ରୀ । ଦୁଇଟି ଆଧାର କାର୍ଡ ଦୁଇଟି ନାଁ କିନ୍ତୁ ଲୋକ ଗୋଟିଏ ।

ତେବେ କମିସନରେଟ ଏହି ଦ୍ଵନ୍ଦରେ ଫସି ହୋଇ ରହିଛି । ପରିଚୟ ଦ୍ଵନ୍ଦ ବଢାଇବାରେ ଲାଗିଛି । ପୋଲିସ କହୁଛି ମୃତକଙ୍କ ନାଁ ପ୍ରଦୀପ ସାହୁ କିନ୍ତୁ ପରିବାର ଲୋକ କହୁଛନ୍ତି ଦେବେନ୍ଦ୍ର ଚୌଧୁରୀ । ରାତି ୮ଟାରେ ଯାହାକୁ ପ୍ରଦୀପ ସାହୁ ବୋଲି ପୋଲିସ କହୁଛି ତାଙ୍କ ସହ ରାମେଶ୍ଵର ପାଟଣାରେ ପୋଲିସ ମୁହାଁ ମୁହିଁ ହୋଇଥିଲା । ଦଉଡି ପଳାଇବାରୁ ପୋଲିସ ଧରିବା ସହ ବରଗଡ ଥାନା ଆଣି ହାଜତରେ ରଖିଥିଲା ।

କାରଣ ସେ ଗୋଟେ ସାଇକେଲ ଚୋର ବୋଲି ଭୁବନେଶ୍ବର ଡିସିପି କହିଥିଲେ । କିନ୍ତୁ ପୋଲିସ ହିଫାଜତରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଆକସ୍ମିକ ମୃତ୍ୟୁ ପରେ ବିବାଦ ଛିଡା ହୋଇଛି । କାରଣ କ୍ୟାପିଟାଲ ହସ୍ପିଟାଲ ଶବ ବିବେଛଦ ଗୃହରେ ପହଞ୍ଚି ଯାଇଛନ୍ତି ଦୁଇ ସ୍ତ୍ରୀ ଆଉ ଦୁହେଁ କହୁଛନ୍ତି ମୃତ ବ୍ୟକ୍ତି ହେଉଛନ୍ତି ତାଙ୍କ ସ୍ଵାମୀ । ତେବେ ବର୍ତ୍ତମାନ କାହାକୁ ଶବ ହସ୍ତାନ୍ତର କରିବ କମିସନରେଟ ପୋଲିସ ।

ଉଭୟ ମହିଳାଙ୍କ ମଧ୍ୟରେ ପାଟିତୁଣ୍ଡ ବି ହୋଇଛି । ଏଭଳି ଦ୍ଵନ୍ଦ ହେତୁ କମିସନରେଟ ପୋଲିସ ଉଭୟ ପରିବାରଙ୍କ ଉପସ୍ଥିତିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଶବକୁ ସତ୍ୟନାଗର ଶ୍ମଶାନରେ ସତ୍କାର କରିଛି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *