ଜୁଇରେ ଜଳିଗଲେ ଗାଁର ହୀରା ! ଯିଏ ଖାଲି ପିଲାଟିଏ ନଥିଲେ ତ ଥିଲେ ହୀରାଖଣ୍ଡେ, ପ୍ରତିଭା କଥା କଣ ବା କହିବୁ…

ଭାବିଥିଲେ ବଡ଼ ବୈଜ୍ଞାନିକ ହେବେ..ଛୋଟ ବେଳୁ ତାଙ୍କ ଅଂଚଳର ସେ ଥିଲେ ସମସ୍ତଙ୍କର ପ୍ରିୟ । କାରଣ ଖାଲି ପିଲାଟିଏ ନଥିଲେ ତ ଥିଲେ ହୀରାଖଣ୍ଡେ । ପ୍ରତିଭା କଥା କଣ ବା କହିବୁ ମାତ୍ର  27 ବର୍ଷ ବୟସରେ ସେ ଇସ୍ରୋ ସଂସ୍ଥାରେ ଯୁବ ବୈଜ୍ଞାନିକ ଭାବେ କାମ କରୁଥିଲେ  । ଏତିକିରୁ ବୁଝି ପାରୁଥିବେ ନୀହାର ନିଜ ଭବିଷ୍ୟତକୁ ନେଇ କେତେ କଣ ସ୍ଵପ୍ନ ଦେଖିଥିବେ ହେଲେ ଏବେ ସବୁ ସ୍ଵପ୍ନ ନୀହାରଙ୍କ ସହ ଜୁଇରେ ଜଳି ପାଉଁଶ ହୋଇଯାଇଛି ।

ଦୁନିଆକୁ ଛାଡି କଳା ଅନ୍ଧାରରେ ମିଶି ଯାଇଛନ୍ତି ନୀହାର । ସ୍ଵପ୍ନ ଦେଖୁ ଦେଖୁ ତାଙ୍କ ଆଖି ଦୁଇଟି ସବୁଦିନ ପାଇଁ ବନ୍ଦ ହୋଇଯାଇଛି । ଗାଧୋଇବା ସମୟରେ ତାଙ୍କୁ ନେଇ ଯାଇଛି କାଳ । ଏପରି ଏକ ଦୁଃଖଦ ଖବର ଆସିଛି ବରଗଡ ଜିଲ୍ଲା ଅମ୍ବାଭନା ବ୍ଲକ ଅନ୍ତର୍ଗତ ଝାରପାଲି ଗ୍ରାମରୁ । ବନ୍ଧୁଗଣ ଏହି ଖବରଟି ଏବେ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଖବର ବିଷୟରେ ଜାଣିଲେ ଆପଣ ମାନେ ବି କିଛି ସମୟ ପାଇଁ ସ୍ତବ୍ଦ ହୋଇ ରହିଯିବେ ।

ସୋସିଆଲ ମିଡିଆରେ ଏହି ଖବରଟି ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।ଝାରପାଲି ଗ୍ରାମରେ ଏକ ଚାଷୀ ପରିବାରରେ ଜନ୍ମ ନେଇଥିବା ନୀହାର ବାପା ରାଜକୁମାର ପ୍ରଧାନଙ୍କ ସାନ ପୁଅ ଥିଲେ । ପିଲା ଦିନରୁ ସେ ଭାରତ ରତ୍ନ ଏପିଜେ ଅବଦୁଲ କାଲାମଙ୍କ ଆଦର୍ଶରେ ପ୍ରଭାବିତ ହୋଇ ବୈଜ୍ଞାନିକ ହେବାର ସ୍ଵପ୍ନ ଦେଖିଥିଲେ ।

ଆଉ ତାଙ୍କ ସ୍ଵପ୍ନ ପୂରଣ ମଧ୍ୟ ହୋଇଥିଲା । ୨୦୨୧ ଜାନୁୟାରୀ ମାସରେ ସେ ଇସ୍ରୋରେ ବୈଜ୍ଞାନିକ ଭାବେ ଯୋଗ ଦେଇଥିଲେ ।  ଗତ ଶନିବାର ସେ ନିଜ ଗ୍ରାମ ଝାରପାଲିକୁ ଛୁଟିରେ ଆସିଥିଲେ । ନଦୀରେ ଗାଧୋଇବାକୁ ଯାଇଥିବା ବେଳେ ଏହି ଘଟଣା ଘଟିଥିଲା । ଗୋଟେ ଛୋଟ ଚାଷୀ ପରିବାରରୁ ଆସି ନୀହାର ବରଗଡ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ସାଜି ଥିଲେ ।

ଆଜି ତାଙ୍କ ଅକାଳ ବିୟୋଗରେ ତାଙ୍କ ଗ୍ରାମ ସହିତ ସାରା ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *