5 ଘଣ୍ଟା ହେଲା ଛିଡା ହେଇଛି ଦେହ, ମୁଣ୍ଡ ଥରିଲାଣି, ହେଲେ ମତେ ଏମାନେ…କାନ୍ଦି କାନ୍ଦି ଏ ଝିଅଟି କଣ କହୁଛି ଥରେ ଶୁଣନ୍ତୁ…  

ବନ୍ଧୁଗଣ ଏବେ ରାଜଧାନୀ ରାଜରାସ୍ତାରେ ଗର୍ଜୁଛି ଓଡିଶା ଡ୍ରାଇଭର ବାସକ । ଏଠାରେ ହଜାର ହଜାର ସଂଖ୍ୟାରେ ଓଡିଶା ଡ୍ରାଇଭର ବାସଙ୍କ ସଦସ୍ୟ ମାନେ ଧାରଣା ଦେଇ ବସିଛନ୍ତି । ତାଙ୍କର ଯେଉଁ ୧୧ ଦଫା ଦାବି ରହିଛି ଯାହା କି ପୂର୍ବ ଥର ସେମାନେ ନବୀନ ନିବାସକୁ ଯାଇ ଦାବି କରିଥିଲେ ତେବେ ବର୍ତ୍ତମାନ ସୁଧା ସେହି ଦାବିକୁ ନେଇ କୌଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ  ।

ତେବେ ସେଥିପାଇଁ ଓଡିଶାର କୋଣ ଅନୁକୋଣର ୩୦ଟି ଜିଲ୍ଲାରୁ ଆଜି ହଜାର ହଜାର ସଂଖ୍ୟାରେ ଡ୍ରାଇଭର ମାନେ ଆସି ଧାରଣା ଦେଇଛନ୍ତି । ବନ୍ଧୁଗଣ ଡ୍ରାଇଭର ମାନଙ୍କ ଦାବି ଅନୁସାରେ ସେମାନେ ସରକାରଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ମାଗୁ ନାହାନ୍ତି । ସେମାନେ ୧୦ ହଜାର ଟଙ୍କା ଦେଇ DL ବନାଉ ଛନ୍ତି ଯଦି କୌଣସି ଡ୍ରାଭିଆର ଦୁର୍ଘଟଣାରେ ମରିଯାଉଛି ତେବେ ତାଙ୍କୁ ସରକାରଙ୍କ ତରଫରୁ କିଛି ମିଳୁ ନାହିଁ ।

କୌଣସି ଜାଗାରେ ଯଦି ଡ୍ରାଇଭରଙ୍କ ଉପରେ ଆକ୍ରମଣ ହେଉଛି ବା ଡ୍ରାଇଭରଙ୍କର କିଛି ଜିନିଷ ଚୋରୀ ହେଉଛି ତା ହେଲେ ଥାନା ବାଲା ତାଙ୍କ କମ୍ପ୍ଲେନ ନେଉ ନାହାନ୍ତି । ସରକାରଙ୍କ ତରଫରୁ କୌଣସି ସହାୟତା ସେମାନଙ୍କୁ ନ ମିଳିବାରୁ ସେମାନେ ଆଜି ରାଜରାସ୍ତାରେ ଓଲହାଇ ଛନ୍ତି । ତେବେ ବନ୍ଧୁଗଣ ଡ୍ରାଇଭର ମାନଙ୍କ ଦାବିରେ ସାଧାରଣ ଜନତା ମାନେ ବଳି ପଡିଯାଉଛନ୍ତି ।

ରାସ୍ତା ଭିଡ ଥିବାରୁ ଆମ୍ବୁଲାନ୍ସ ଓ ଅନ୍ୟାନ୍ୟ ଗାଡି ଗୁଡିକ ଯାଇପାରୁ ନାହିଁ । ଏହାରି ମଧ୍ୟରେ ଜଣେ ମହିଳା ଏହି ଆନ୍ଦୋଳନକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ମହିଳାଙ୍କ ମତରେ-‘ତମେ ନବୀନ ପଟ୍ଟନାୟକଙ୍କୁ ଦାବି କର ତା ମାନେ ନୁହେଁ ଲେଡିସ ମାନଙ୍କୁ ଛୋଟ ଛୋଟ ଭାଇ ମାନଙ୍କୁ କରନି । ମୁଁ କଳ୍ପନାରୁ ଆସିଲିଣି ଫେରି ଫେରି ଚାରିଆଡେ ଆନ୍ଦୋଳନ ଚାଲିଛି କୁଆଡେ ବି ବାଟ ନାହିଁ ।

ଚାକିରି ତ ଯାଇହେଲାନି ହେଲେ ଏମାନେ ଘରକୁ ବି ଛାଡୁ ନାହାନ୍ତି । ଛୋଟ ପିଲାଙ୍କୁ, ଭାଇ ମାନଙ୍କୁ ଭଉଣୀ ମାନଙ୍କୁ ହଇରାଣ କରି ରାସ୍ତା ବନ୍ଦ କରିବା କଣ ଠିକ । ରାସ୍ତା ଟିକେ ଛାଡିଦିଅ ତମେ ରାଲି କର । ଆଗରୁ ଜଣାଇ ଦେଇଥିଲେ ଆମେ ଘରୁ ବାହାରି ନଥାନ୍ତେ । ଯଦି ଆମେ ପଳେଇ ଆସିଛୁ ଆମକୁ ଘରକୁ ଛାଡ । ଏଠି ୫ ଘଣ୍ଟା ହେଲାଣି ଭୋକ ସୋସୋରେ ଛିଡା ହେଇଛୁ ଆମେ କଣ ମରିବୁ । ମୋର ଦେହ ମୁଣ୍ଡ ଥରିଲାଣି ମୁଁ ଛିଡା ବି ହେଇପାରୁନି’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *