କନଷ୍ଟେବଳ ସ୍ୱାମୀ ଅଫିସରଙ୍କୁ ସାଲ୍ୟୁଟ୍ ମାରୁଥିବା ଦେଖି IPS ହେଲେ ସ୍ତ୍ରୀ, ପୁରା କାହାଣୀ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ !

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କର କନଷ୍ଟେବଳ ସ୍ଵାମୀ ଅଫିସରଙ୍କୁ ସାଲ୍ୟୁଟ ମାରୁଥିବାର ଦେଖି ସ୍ତ୍ରୀ ହେଲେ ଆଇପିଏସ ଅଫିସର । ଆପଣ ମାନଙ୍କୁ ଏହି କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ୧୪ ବର୍ଷ ବୟସରେ ହୋଇଗଲା ବିବାହ ୧୮ ବର୍ଷରେ ଦୁଇଟି ସନ୍ତାନର ମା ହେଇଥିଲେ । ବିବାହ ପାଇଁ ମହିଳାଙ୍କ ପାଠ ପଢା ଅଧାରେ ରହିଗଲା । ଦଶମ ପାସ୍ କରିବା ପରେ ବିବାହ କରିଥିବା ସେହି ମହିଳା ଆଜି ଆଇପିଏସ ଅଫିସର ।

ଏ ସବୁ କେମିତି ସମ୍ଭବ ହେଲା ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ବନ୍ଧୁଗଣ ଏହି ମହିଳା ଆଇପିଏସ ଅଫିସର ଜଣକ ମହିଳା ମାନଙ୍କ ପାଇଁ ପ୍ରେରଣା ସାଜି ଛନ୍ତି । ସମସ୍ତ ସ୍ଥାନରେ ସେ ଚର୍ଚାର ବିଷୟ ପାଲଟିଛନ୍ତି । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ କଥାରେ ଅଛି ସଫଳତା ପାଇବାକୁ ହେଲେ ପ୍ରେରଣାର ଆବଶ୍ୟକତା ରହିଥାଏ ।

ଏହି ପ୍ରେରଣା ମଣିଷକୁ ଲକ୍ଷ ସ୍ଥଳରେ ପହଞ୍ଚାଇବାକୁ ଶକ୍ତି ଯୋଗାଇ ଥାଏ । ସେମିତି କିଛି ପ୍ରେରଣା ପାଇଥିଲେ ତାମିଲନାଡୁର ଏମ ଅମ୍ବିକା । କନଷ୍ଟେବଳ ସ୍ଵାମୀ ସିନିୟର ଅଫିସର ମାନଙ୍କୁ ସାଲ୍ୟୁଟ ମାରିବା ଦେଖି ସେ ଆଇପିଏସ ଅଫିସର ହେବାର ନିଷ୍ପତ୍ତି ନେଇଥିଲେ । ଦଶମ ପାସ୍ କରିବା ପରେ ଏମ ଅମ୍ବିକାଙ୍କ ବିବାହ ଜଣେ କନଷ୍ଟେବଳଙ୍କ ସହ ହୋଇଥିଲା । ବିବାହର ଦୁଇ ବର୍ଷ ପରେ ସେ ଦୁଇଟି ସନ୍ତାନର ମା ହେଲେ ।

ଥରେ ସ୍ଵାଧୀନତା ଦିବସରେ ସେ ତାଙ୍କ ସ୍ଵାମୀଙ୍କ ସହ ପୋଲିସ ପ୍ୟାରେଡ ଦେଖିବାକୁ ଯାଇଥିଲେ । ସେଠାରେ ସେ ତାଙ୍କ ସ୍ଵାମୀଙ୍କୁ ବଡ ଅଫିସରଙ୍କୁ ସାଲ୍ୟୁଟ ମାରୁଥିବାର ଦେଖିଲେ । ଘରକୁ ଆସି ଅମ୍ବିକା ସେ ସାଲ୍ୟୁଟ ମାରୁଥିବା ବ୍ୟକ୍ତି କିଏ ବୋଲି ନିଜ ସ୍ଵାମୀଙ୍କୁ ପ୍ରଶ୍ନ କରିଥିଲେ । ଅମ୍ବିକାଙ୍କୁ ତାଙ୍କ ସ୍ଵାମୀ ସେମାନେ ସିନିୟର ଅଫିସର ତଥା ଆଇପିଏସ ଅଫିସର ଥିଲେ ବୋଲି କହିଲେ । ସେବେଠୁ ଅମ୍ବିକାଙ୍କ ମନରେ ଆଇପିଏସ ଅଫିସର ହେବାକୁ ଇଛା ଜନ୍ମ ହେଲା । ଅମ୍ବିକା ଆଇପିଏସ ଅଫିସର ହେବା ପାଇଁ କଣ ପ୍ରସ୍ତୁତି କରିବାକୁ ପଡିବ ବୋଲି ନିଜ ସ୍ଵାମୀଙ୍କୁ ପଚାରିଥିଲେ ।

ସ୍ଵାମୀଙ୍କ କହିବା ଅନୁଯାଇ ଅମ୍ବିକା ପ୍ରଥମେ ଦଶମ ପାସ୍ କଲେ ତା ପରେ ଡିଷ୍ଟାନ୍ସରେ ଗ୍ରାଜୁଏସନ ପର୍ଯ୍ୟନ୍ତ ପାଠ ପଢିଲେ । ତା ପରେ ଅମ୍ବିକା ତାମିଲନାଡୁର ଏକ କୋଚିଙ୍ଗ ସେଣ୍ଟରରେ ୟୁପିଏସି ପାଇଁ ପ୍ରସ୍ତୁତି ଆରମ୍ଭ କରିଲେ । ତିନି ଥର ୟୁପିଏସି ପରୀକ୍ଷାରେ ବିଫଳ ହେବା ପରେ ଶେଷରେ ୨୦୦୮ରେ ସେ ଶେଷ ଉଦ୍ୟମରେ ସଫଳତା ପାଇଲେ । ଏହା ପରେ ତାଙ୍କୁ ମହାରାଷ୍ଟ୍ର କ୍ୟାଡରରେ ପୋଷ୍ଟିଙ୍ଗ ମିଳିଛି । ଅମ୍ବିକା ଏବେ ମୁମ୍ବାଇ ଜୋନ ୪ର ଡିସିପି ଅଛନ୍ତି ।

Leave a Reply

Your email address will not be published. Required fields are marked *