ପୁଣି ଚର୍ଚ୍ଚାରେ Tapaswini, କଣ ବ୍ରହ୍ମପୁର ରାଜନୀତିରେ Tapaswini କରିବେ ଏଣ୍ଟ୍ରି ? ଦେଖନ୍ତୁ…

ବନ୍ଧୁଗଣ ବର୍ତ୍ତମାନ ତପସ୍ଵିନୀ ଦାସ ସାରା ଓଡିଶାର ଚର୍ଚିତ ଚେହେରା ହୋଇଛନ୍ତି । ତପସ୍ଵିନୀ ରାଜ୍ୟରେ ପ୍ରତ୍ୟକ ନାରୀର ଆଦର୍ଶ ସହ ପ୍ରେରଣା ପାଲଟି ଯାଇଛନ୍ତି । ତାଙ୍କୁ ନ୍ୟାୟ ଦେବା ପାଇଁ ଓଡିଶାର ପ୍ରତ୍ୟକ ନାରୀଙ୍କ ସ୍ଵର ଉଠିଥିବା ବେଳେ ବିଦେଶରୁ ମଧ୍ୟ ମିଳିଥିଲା ବିପୁଳ ଜନସମର୍ଥନ । ଏମିତି କି ବିଭିନ୍ନ ସାମାଜିକ କର୍ମୀ ମାନେ ମଧ୍ୟ ତପସ୍ଵିନୀଙ୍କୁ ନ୍ୟାୟ ଦେବା ପାଇଁ ତାଙ୍କ ପାଖକୁ ପହଞ୍ଚି ଥିଲେ ।

ଦୀର୍ଘ ଏକ ମାସରୁ ଅଧିକ ଦିନ ଯାଏଁ ସ୍ଵାମୀଙ୍କ ଘର ସାମ୍ନାରେ ଧାରଣା ଦେଇଥିଲେ ତପସ୍ଵିନୀ । ଏମିତି କି ନିଜର ଅଧିକାର ପାଇଁ ଅନେକ ଦିନ ଘର ବାରଣ୍ଡାରେ ଶୀତ କାକରରେ ଦିନ କାଟି ଥିଲେ । ତେବେ ତପସ୍ଵିନୀଙ୍କ ଦୀର୍ଘ ଦିନର ସଂଘର୍ଷ ପରେ କୋର୍ଟ ତାଙ୍କୁ ତାଙ୍କ ସ୍ଵାମୀଙ୍କ ଘରେ ରହିବା ପାଇଁ ଅନୁମତି ଦେଇଥିବା ବେଳେ ଏବେ ବି ମାମଲାରେ କୋର୍ଟରେ ବିଚାରଧୀନ ରହିଛି ।

ତେବେ ଆଗାମୀ ଦିନରେ ତପସ୍ଵିନୀ ନ୍ୟାୟ ପାଇବେ ନା ନାହିଁ ତାହା ଅଲଗା କଥା କିନ୍ତୁ ବର୍ତ୍ତମାନ ଗଣମାଧ୍ୟମଙ୍କ ଠାରୁ ଆରମ୍ଭ କରି ଓଡିଶାର ଜନସାଧାରଣ ସହ ରାଜନୀତି ମହଲରେ ମଧ୍ୟ ସେ ଏକ ଚର୍ଚିତ ଚେହେରା ପାଲଟି ଯାଇଛନ୍ତି । ତେବେ ଏଭଳି ସମୟରେ ତପସ୍ଵିନୀଙ୍କୁ ମିଳୁ ଥିବା ବିପୁଳ ଜନସମର୍ଥନକୁ ନେଇ ରାଜନୀତି ମହଲରେ ବେସ ଚର୍ଚା ହେବାକୁ ଲାଗିଛି । ଏମିତି କି ଓଡିଶାରେ ପଞ୍ଚାୟତ ନିର୍ବାଚନକୁ ନେଇ ମାହୋଲ ସରଗ୍ରମ ଥିବା ବେଳେ ଆଗକୁ ପୌର ନିର୍ବାଚନ ମଧ୍ୟ ରହିଛି ।

ଏହାରି ମଧ୍ୟରେ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି କି ତପସ୍ଵିନୀ କାଳେ ରାଜନୀତିରେ ଯୋଗ ଦେଉଛନ୍ତି । ତେବେ ଓଡିଶାରେ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଭୋଟ ହାତେଇବା ପାଇଁ ମହିଳା ପ୍ରାର୍ଥୀଙ୍କୁ ଗୁରୁତ୍ଵ ଦେଉଥିବା ବେଳେ ତପସ୍ଵିନୀଙ୍କ ଚେହେରା ବର୍ତ୍ତମାନ ସମସ୍ତଙ୍କ ଆଖି ଆଗରେ ଅଛି । ତେବେ ରାଜ୍ୟରେ ମହିଳା ଭୋଟ ହାତେଇବା ପାଇଁ ତିନି ପ୍ରମୁଖ ଦଳ ନାରୀ ଶକ୍ତି ଏବଂ ଶୋଶକ୍ତି ଉପରେ ଗୁରୁତ୍ଵ ଦେଉଥିବା ବେଳେ ତପସ୍ଵିନୀ ଏହାର ଧରିବେ କି ମଙ୍ଗ ।

ଅନ୍ୟ ପକ୍ଷରେ ତପସ୍ଵିନୀଙ୍କୁ ନେଇ ରାଜନୀତି କ୍ଷେତ୍ରରେ କୌଣସି ପ୍ରତିକ୍ରିୟା ମିଳି ନଥିବା ବେଳେ ତପସ୍ଵିନୀଙ୍କର ମଧ୍ୟ କୌଣସି ପ୍ରତିକ୍ରିୟା ମିଳି ନାହିଁ । ତେବେ ଲୋକଙ୍କ ସମର୍ଥନ ପାଇଥିବା ତପସ୍ଵିନୀ ଲୋକଙ୍କ ସେବା କରିବା ପାଇଁ କେତେ ଆଗ୍ରହ ଅଛନ୍ତି ତାହା ଆଗାମୀ ଦିନରେ ଜଣା ପଡିବ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *