ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।
ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଏହି ଭିଡିଓରେ ଜଣେ ପୋଲିସ ବାଲାକୁ ଜଣେ ମହିଳା ଚପଲରେ ମାରୁ ଥିବାର ନଜର ଆସୁଛନ୍ତି । ପୋଲିସ ବାଲା ବି ମହିଳାକୁ ଠେଲି ଦେଉଥିବାର ଆସୁଛନ୍ତି ।
ଏବେ ଭିଡିଓ ମାଧ୍ୟମରେ ପୀଡ଼ିତା ଦମ୍ପତ୍ତିଙ୍କ ପାଇଁ ନାୟ ମାଗୁଛନ୍ତି ଲୋକମାନେ । ଗତ କାଲି ରାତି ୧ଟାରେ ଲକ୍ଷ୍ନୌ ରେଲୱେ ଷ୍ଟେସନରେ ପୋଲିସ ଜଣକ ନିଶାରେ ଚୁର ହୋଇ ଉତ୍ପାତ ମଚେଇ ଛନ୍ତି । ଖାକୀ ବର୍ଦିରେ ବହପ ଦେଖାଇ ଜଣେ ବ୍ୟକ୍ତିଙ୍କ ମଧ୍ୟରେ ନିଜ ଜିନିଷ ପତ୍ର ଉଠାଇବାକୁ ଚାହୁଁ ଥିଲେ ହେଲେ ବ୍ୟକ୍ତି ଜଣକ ଜିନିଷ ଉଠେଇବା ପାଇଁ ମନା କରିଦେବା ପରେ ଉଭୟଙ୍କ ମଧ୍ୟରେ ଯୁକ୍ତି ତରକ ହୋଇଥିଲା ଏବଂ ଝଗଡା ହୋଇଥିଲା ।
ବ୍ୟକ୍ତି ଜଣଙ୍କୁ ସେ ବାଡି ସାହାର୍ଯ୍ୟରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ ତେବେ ସେହି ସମୟରେ ଆରପିଏଫର ଜଣେ ମହିଳା ପୋଲିସ ଏହି ଝଗଡାର ସମାଧାନ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ମଦୁଆ ପୋଲିସ ଜଣକ କିଛି ଶୁଣିବା ପରିସ୍ଥିତିରେ ନଥିଲେ । ଭିଡିଓରେ ସ୍ପର୍ଷ୍ଟ ଦେଖିବାକୁ ମିଳୁଛି ଜଣେ ବ୍ୟକ୍ତିଙ୍କ କଲର ଧରି ପୋଲିସ ଜଣକ ଟଣା ଓଟରା କରୁଛନ୍ତି । ମାଡ ମାରିବା ସହ ବାଡି ଧରି ତାଙ୍କ ଆଡକୁ ଝପଟି ପଡ଼ୁଛନ୍ତି ପୋଲିସ ଜଣକ ।
ତେବେ ସ୍ଵାମୀଙ୍କୁ ମାରିବା ପରେ ସ୍ତ୍ରୀ ଜଣକ ଚପଲରେ ପୋଲିସ ଜଣକଙ୍କୁ ମାଡ ମାରୁଛନ୍ତି । ସେହି ସମୟରେ ପୋଲିସ ମହିଳାଙ୍କୁ ବହୁତ ଜୋର ସେ ଠେଲି ଦେଉଛି । ତେବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଉତ୍ତର ପ୍ରଦେଶ ପୋଲିସ ଏହି ପୋଲିସଙ୍କ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ଲାଗି ନିର୍ଦ୍ଦେଶ ଦେଇଛି । ତା ହେଲେ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।