ବେଜିତ ହେଲା Pakistan, ମିଜାଇଲ ପରୀକ୍ଷା କରି ହେଲା ଏମିତି ହଟହଟା…

ବନ୍ଧୁଗଣ ଗତ କିଛି ଦିନ ତଳେ ଭାରତର ଏକ ମିସାଇଲ ପାକିସ୍ତାନରେ ଯାଇ ପଡିଥିଲା । ଏହା ପରେ ଅନେକ ବିବାଦ ସୃଷ୍ଟି ହୋଇଥିଲା । ଭାରତ ନିଜ ଭୁଲ ସ୍ଵୀକାର କରିବା ସହ ଭୁଲ ବଶତଃ ମିସାଇଲ ପାକିସ୍ତାନରେ ପଡିଛି ବୋଲି କହିଥିଲା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବାରମ୍ବାର ଭାରତକୁ ଆଖି ଦେଖାଇ ଥିଲେ । ହେଲେ ଏବେ ଏକ ବଡ ଖବର ସାମ୍ନାକୁ ଆସୁଛି । ପାକିସ୍ତାନ ଏବେ ସାରା ବିଶ୍ଵରେ ଲଜ୍ଜିତ ହୋଇଛି ।

ଲଜ୍ଜିତ ହେବା ପଛର କାରଣ ବିଷୟରେ ଜାଣିଲେ ଆପଣ ମାନେ ସମସ୍ତେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ପୁଣି ଥରେ ଲଜ୍ଜିତ ହୋଇଛି ପାକିସ୍ତାନ । ନିଜ ଦେଶରେ ପାକିସ୍ତାନର ମଜାକ ଉଡୁଛି । ଗତ ଗୁରୁବାର ଏଭଳି ଘଟଣା ଦେଖିବାକୁ ମିଳିଛି । ପାକିସ୍ତାନ ପକ୍ଷରୁ ଗତ ଗୁରୁବାର ଏକ ମିସାଇଲର ପରୀକ୍ଷଣ କରାଯାଇଥିଲା ଯାହାକି ସଂପୂର୍ଣ୍ଣ ବିଫଳ ହୋଇଥିଲା ।

ମିସାଇଲଟି ନିଜ ଲକ୍ଷସ୍ଥଳ ଭେଦ କରିପାରି ନଥିଲା ବରଂ ଅଧା ରାସ୍ତାରେ ଅଟକି ଗଲା । ମିଡିଆ ରିପୋର୍ଟସ ଅନୁସାରେ ସିଙ୍ଘର ଜମସୁର ଏରିଆରେ ଗତ ଗୁରୁବାର ଦିନ ୧୨ଟା ସମୟରେ ଅଦ୍ଭୁଦ ଧରଣର କିଛି ଜିନିଷ ଆକାଶରୁ ଖସୁଥିବା ଲୋକମାନେ ଦେଖିଥିଲେ । ଏହା ଦେଖିବାକୁ ରକେଟ କିମ୍ବା ମିସାଇଲ ସଦୃଶ ଥିଲା । ପରେ ସୋସିଆଲ ମିଡିଆରୁ ମିଳିଥିବା ସୂଚନା ଅନୁସାରେ ଏହା ମିସାଇଲ ବୋଲି ଜଣା ପଡିଛି ।

ଯାହାକୁ ପାକିସ୍ତାନରେ ସିଙ୍ଗ ଫାୟାରିଙ୍ଗ ରେଞ୍ଜରୁ ଟେଷ୍ଟିଙ୍ଗ କରଯାଇଥିଲା । ପ୍ରଥମେ ଏହି ଟେଷ୍ଟ ସକାଳ ୧୧ଟାରେ ହେବାର ଥିଲା ହେଲେ ଏଥିରେ କିଛି ଯାନ୍ତ୍ରିକ ତ୍ରୁଟି ଥିବାରୁ ପରୀକ୍ଷଣ ଏକ ଘଣ୍ଟା ବିଳମ୍ବରେ କରାଗଲା । ତେବେ ମାତ୍ର କିଛି ସେକେଣ୍ଡରେ ମିସାଇଲ ନିଜ ରାସ୍ତା ଭୁଲି ସିଙ୍ଗ ଅଞ୍ଚଳ ଥାନାରେ ପଡିଥିଲା । ଅନେକ ପାକିସ୍ତାନୀ ଗଣମାଧ୍ୟମ ଏହି ଖବର ପ୍ରସାରିତ କରିଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ ଏନେଇ କୌଣସି ସ୍ପର୍ଷ୍ଟି କରଣ ହୋଇନାହିଁ ।

ହେଲେ ସୋସିଆଲ ମିଡିଆରେ ଏନେଇ ଚର୍ଚ୍ଚା ହେଉଛି ଯେ, ପାକିସ୍ତାନର ମିସାଇଲ ପରୀକ୍ଷଣ ଫେଲ ହେଲା । ଏମିତି କି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ମଧ୍ୟ ହେଉଛି ଯେଉଁଥିରେ ଆକାଶରୁ ଏକ ମିସାଇଲ ଖସୁ ଥିବା ଦେଖିବାକୁ ମିଳୁଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *