Odia Joke- ଚଉଠି ରାତିରେ ସ୍ୱାମୀ- ମୋ ପାଖକୁ ଆସ ପ୍ରିୟେ, ସ୍ତ୍ରୀ- ମତେ ବହୁତ ଡର ଲାଗୁଛି, ସେତେବେଳେ ଶାଶୁ କବାଟ ବାଡେ଼ଇଲେ, କବାଟ ଖୋଲିଲୁ ପୁଅ, ସ୍ତ୍ରୀ- ଏବେ ଖୋଲନି ରୁହ ମୁଁ…

ବନ୍ଧୁଗଣ ବର୍ତ୍ତମାନର ସମୟରେ ଲୋକମାନେ କେବଳ ଟଙ୍କା କମାଇବା ପାଇଁ ଦିନ ରାତି କଷ୍ଟ କରୁଛନ୍ତି । ଲୋକ ମାନେ ନିଜ ଜୀବନରେ ଏତେ ବ୍ୟସ୍ତ ହୋଇଯାଉଛନ୍ତି ଯେ ସେମାନେ ଖୁସି କଣ ଜାଣି ପାରୁ ନାହାନ୍ତି । ବନ୍ଧୁଗଣ ଡାକ୍ତର ମଧ୍ୟ କହିଛନ୍ତି ଆପଣ ସବୁ କାମ ଖୁସିରେ କରନ୍ତୁ ସୁସ୍ଥ ରହିବେ । ତେବେ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଓଡିଆ ଜୋକ୍ସ ନେଇ ଆସିଛୁ ଯାହା ଆପଣଙ୍କ ବ୍ୟସ୍ତ ବହୁଳ ଜୀବନରେ ଅନେକ ଖୁସି ଦେବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ଆଜି ସ୍ତ୍ରୀ ପନିରର ତରକାରୀ ବନେଇଛି ହେଲେ ତରକାରୀରେ ପନିର ମିଳୁ ନଥିଲା ସ୍ଵାମୀ ସାହାସ କରି ସ୍ତ୍ରୀକୁ ପଚାରିଲା…

ସ୍ଵାମୀ- ଆରେ ତରକାରୀରେ ପନିର ମିଳୁନି ?

ସ୍ତ୍ରୀ- ଚୁପ ଚାପ ଖାଇଦିଅ ଏହି ତରକାରୀର ନାମ ହେଉଛି ହଜିଥିବା ପନିର ।

୨. ପୁଅ ରୋମାଣ୍ଟିକ ହେଇ- ଡାର୍ଲିଙ୍ଗ ଦେଖିଲ ମୁଁ ତମ କେସ ପାଇଁ କଣ ଆଣିଛି…

ଝିଅ- ସୋ ସ୍ଵୀଟ କଣ ଆଣିଛ ?

ପୁଅ- ଉକୁଣି ବାହାର କରିବାର ପାନିଆ…

ଏହା ପରେ ପୁଅର ଅବସ୍ଥା ବିଷୟରେ ନ କହିବା ହିଁ ଠିକ ।

୩. ଜଣେ ମଦୁଆ ଢାବା ଭିତରକୁ ଯାଇ ୱେଟରକୁ କହିଲା…

ମଦୁଆ- ଗରମ କଣ ଅଛି ?

ୱେଟର- ଚାଓମୀନ

ମଦୁଆ- ଅଧିକ ଗରମ କଣ ଅଛି ?

ୱେଟର- ସୁପ

ମଦୁଆ- ଆହୁରି ଅଧିକ ଗରମ କଣ ଅଛି ?

ୱେଟର- ଫୁଟୁ ଥିବା ଗରମ ପାଣି ।

ମଦୁଆ- ଆହୁରି ଗରମ ଦରକାର ମୋତେ

ୱେଟର- ନିଆଁ ଗୁଳା ଅଛି

ମଦୁଆ- ଆଣ ବଡି ଜଳେଇବାର ଅଛି ।

୪. ସନ୍ତାର ନୂଆ ନୂଆ ବାହାଘର ହୋଇଥିଲା ସନ୍ତା ପୁରା କନଫ୍ୟୁଜ ହେଇଗଲା ବନ୍ତା କହିଲା କଣ ହେଇଛି ?

ସନ୍ତା- ସାଙ୍ଗ ମୁଁ ମୋ ସ୍ତ୍ରୀର ସ୍ମାଇଲ ଦେଖି କନଫ୍ୟୁଜ ହୋଇଯାଉଛି ।

ବନ୍ତା- ମାନେ

ସନ୍ତା- ସେ ଯେତେବେଳେ ବି ହସୁଛି ଜଣା ପଡୁନି ହସିକି ଦେଖୁଛି ନା ମୋତେ ଦେଖି ତାକୁ ହସ ଲାଗୁଛି ।

୫. ୧୨ ବର୍ଷ ପରେ ସ୍ଵାମୀ ଜେଲରୁ ମୁକୁଳିଲା । ମଇଳା କପଡାରେ କ୍ଳାନ୍ତ ହୋଇ ଘରକୁ ପହଞ୍ଚିଲା । ଘରକୁ ପହଞ୍ଚିବା ମାତ୍ରେ ସ୍ତ୍ରୀ ଚିତ୍କାର କରିଲା…

ସ୍ତ୍ରୀ ଚିତ୍କାର କରି କହିଲା- କେଉଁଠି ବୁଲୁଥିଲ ଏତେ ଡେରି ଯାଏଁ ? ତମେ ତ ଦୁଇ ଘଣ୍ଟା ପୂର୍ବରୁ ମୁକୁଳି ଯାଇଥିଲ ନା ? ଏହା ପରେ ସ୍ଵାମୀ ପୁଣି ଜେଲ ଚାଲିଗଲା ।

୬. ରୋଗୀ- ଡାକ୍ତର ସାର ଚେକଅପ୍ କରେଇବାର ଅଛି ?

ଡାକ୍ତର- କଣ ସମସ୍ୟା ଅଛି ?

ରୋଗୀ- ଦୁଇ- ଚାରି ଦିନ ହେବ ଲିବରରେ କଷ୍ଟ ହେଉଛି ।

ଡାକ୍ତର- ମଦ୍ୟପାନ କର ?

ରୋଗୀ- ହଁ ହେଲେ ଛୋଟ ପ୍ୟାଗ ବନେଇବ ଏବେ ମୁଡ ନାହିଁ ।

୭. ସ୍ତ୍ରୀ ଏକ ସପ୍ତାହ ହେବ କୁକୁର କିଣିବା ପାଇଁ ଜିଦି କରୁଥିଲା…

ସ୍ଵାମୀ ଚିଡି ଯାଇ- ମୁଁ ବୁଝି ପାରୁନି ତମେ କୁକୁର ହିଁ କାହିଁକି କିଣିବାକୁ ଚାହୁଁଛ ?

୮. ବାହାଘରର ପ୍ରଥମ ରାତିରେ

ସ୍ୱାମୀ – ମୋ ପାଖକୁ ଆସ ପ୍ରିୟ

ସ୍ତ୍ରୀ – ମତେ ବହୁତ ଡର ଲାଗୁଛି

ସେତେବେଳେ ଶାଶୁ କବାଟ ବାଡେ଼ଇଲେ

ଶାଶୁ – କବାଟ ଖୋଲିଲୁ ପୁଅ

ସ୍ତ୍ରୀ – ଏବେ ଖୋଲନି ରୁହ ମୁଁ ପଲଙ୍କ ପଛରେ ଲୁଚି ଯାଏ…

ସ୍ୱାମୀ – ଲୁଚୁଛ କାହିଁକି ମୋ ମା ଆସିଛନ୍ତି ପା…

ସ୍ତ୍ରୀ – ଓଃ ମୁଁ ଭାବିଲି ଚେକିଂ ହବ ବୋଲି…

ସ୍ତ୍ରୀ- ଯେତେବେଳେ ତମେ ଅଫିସ ପଳେଇବ ସେତେବେଳେ ମୋ ପଛରେ ଲାଞ୍ଜ ହଲେଇବା ପାଇଁ କେହି ତ ଦରକାର ।

Leave a Reply

Your email address will not be published. Required fields are marked *