ସ୍ଵାମୀ କହୁଥିଲା ଆମର ଟଙ୍କା ଦରକାର, ତୁ ଦେହ ବିକିଲେ ଆମେ ଗଢିବା ବିଶାଳ ସାମ୍ରାଜ୍ୟ…

ବନ୍ଧୁଗଣ, ସୂଚନା ଅନୁଯାୟୀ ଅର୍ଚ୍ଚନା ଙ୍କ ସ୍ଵାମୀ ତାଙ୍କୁ କହିଥିଲେ ଆମର ଟଙ୍କା ଦରକାର ତୁ ଦେହ ବ୍ୟବସାୟ କରେ । ରାଜଧାନୀ ରେ ରହିଛି ପ୍ରବଳ ଟଙ୍କା । ବଡ ବଡିଆ ଲୋକ ତଥା ନେତା ଙ୍କ ପାଖରେ ରହିଛି ଅଚଳାଚଳ ସମ୍ପତ୍ତି । ଏମାନଙ୍କ ଠାରୁ କୋଟି କୋଟି ଟଙ୍କା ହାତେଇବା ନିହାତି ଦରକାର । ସ୍ଵାମୀ ଙ୍କ ଏହିଭଳି କଥା ମାନି ସ୍ତ୍ରୀ ଅର୍ଚ୍ଚନା ନାୟକ ବିକୁଥିଲେ ଦେହ । ଏହାପରେ ସେହି ଦେହବିକା ପଇସା ରେ ଗଢି ଉଠିଥିଲା ବିଶାଳ ସାମ୍ରାଜ୍ୟ । ଦେହ ପାଇଁ ଯେତିକି ଟଙ୍କା ଆଉ କେଉଁଥିରେ ନାହିଁ ।

ସେଥିପାଇଁ ବୋଧ ହୁଏ କଳାହାଣ୍ଡି ରୁ ଆସି ରାଜଧାନୀ ଲୋକଙ୍କ ମନର କଥା ବୁଝିଥିଲେ ଅର୍ଚ୍ଚନା ଆଉ ତାଙ୍କ ସ୍ଵାମୀ । ଅର୍ଚ୍ଚନା ମେଣ୍ଟାଉଥିଲେ ବଡ ବଡିଆ ଙ୍କ ଦେହର ଭୋକ । ଫେସବୁକ ରେ ଫ୍ରେଣ୍ଡଋକ୍ଵେଷ୍ଟ । ଏହାପରେ କଲ କରି ରୋମାଣ୍ଟିକ କଥା ହେଉଥିଲେ । ଏହା ସହିତ ସେମାନଙ୍କ ସହିତ ଗଢି ଉଠାଉଥିଲେ ମଧୁର ସମ୍ପର୍କ ।

ସକାଳ ହେଲେ ସେ ଦେଉଥିଲେ ଧମକ କାରଣ ଅର୍ଚ୍ଚନା ଶାରିରୀକ ସମ୍ପର୍କ ବେଳର ସବୁ ରଙ୍ଗୀନ ଚିତ୍ର କୁ ଶିକ୍ରେଟ କ୍ୟାମେରାରେ କଏଦ କରି ଦେଇଥିଲେ । ଆଉ ଏହାପରେ ବ୍ଲାକମେଲ କରି ଲକ୍ଷ ଲକ୍ଷ ଟଙ୍କା ଆଦାୟ କରୁଥିଲେ ଅର୍ଚ୍ଚନା ଆଉ ତାଙ୍କ ସ୍ଵାମୀ । ଅର୍ଚ୍ଚନା ର ଏହି ପ୍ଳାନ ର ଶିକାର ହୋଇଛନ୍ତି ବଡ ବଡିଆ ନେତା ଏବଂ ବ୍ୟବସାୟୀ ମାନେ ।

ତେବେ ଏଥିରେ ତାଙ୍କ ସାଥ ଦେଉଥିଲେ ସ୍ଵାମୀ ଜଗବନ୍ଧୁ । କିଭଳି ତାଙ୍କୁ ଫସାଯିବା ଏହାର ସବୁ ଲିଷ୍ଟ କରି ରଖୁଥିଲେ ଅର୍ଚ୍ଚନା ଙ୍କ ସ୍ଵାମୀ । ଗୋଟିଏ ପରେ ଗୋଟିଏ ଶିକାର କରି ଚାଲୁଥିଲେ ଅର୍ଚ୍ଚନା ଙ୍କ ସ୍ଵାମୀ । ସୂଚନା ଅନୁଯାୟୀ ଏହି ସ୍ଵାମୀ ସ୍ତ୍ରୀ ଙ୍କ ଟାର୍ଗେଟ ରେ ଫସିଛନ୍ତି ୩୦ ରୁ ଅଧିକ ବଡ ବଡିଆ ଲୋକ । ଏହାର ସବୁକିଛି ଫଟୋ ସେହି ଜବତ ହୋଇଥିବା ପେନଡ୍ରାଇଭ ଭିତରେ ରହିଅଛି ।

ଆଉ ଯିଏ ଯିଏ ଅର୍ଚ୍ଚନା ନାଗ ଙ୍କ ଫାଶରେ ଶିକାର ହୋଇଛନ୍ତି ସେମାନଙ୍କର ସମସ୍ତ ଭିଡିଓ ସେହି ପେନଡ୍ରାଇଭ ରେ ଲୁଚି ରହିଅଛି । ତେବେ ପୋଲିସ ର ସମସ୍ତ ତଦନ୍ତ ପରେ ସ୍ପଷ୍ଟ ହେବ ଯେ କେବଳ ୩୦ ଟି ବଡ ବଡିଆ ଲୋକଙ୍କୁ ଫସାଇଛନ୍ତି ନା ଆହୁରୀ ଅଧିକ ? ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *