ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ ସୋଡା, ଏଥିରେ କିଡନୀ ହୋଇ ଥାଏ ଅଧିକ ପ୍ରଭାବିତ

ସାଧାରଣ ଭାବେ ଗରମ ଦିନରେ ଲୋକ ମାନେ ଅଧିକ ସୋଢା ପିଇଥାନ୍ତି ସେଥିପାଇଁ ଏହି ଦିନରେ ସୋଢା ଅଧିକ ପରିମାଣରେ ବିକ୍ରି କରାଯାଇ ଥାଏ । ଏହାକୁ ପିଇବା ଦ୍ଵାରା ଆମ ଶରୀର ଉପରେ ଏହାର ଖରାପ ପ୍ରଭାବ ପଡିଥାଏ ଏବଂ ଏଥିରେ ଆମ କିଡନି ଅଧିକ ପ୍ରଭାବିତ ହୋଇଥାଏ ବୋଲି କୁହାଯାଇଛି । କାର୍ବୋନେଟଡ ୱାଟର, ସୁଗାର, ଫ୍ରକ୍ଟୋଜ କର୍ନ ସିରପ ଏବଂ ରସାୟନ ର ମିଶ୍ରଣରେ ସୋଡା ପ୍ରସ୍ତୁତ କରାଯାଇ ଥାଏ । ଏହାଛଡା ସୋଡାରେ ଫସ୍ଫୋରିକ ଏସିଡ ଅଧିକ ପରିମାଣରେ ଥିବାରୁ ୟୁରିନ ପରିବର୍ତ୍ତିତ ହୋଇ ଯାଇଥାଏ ଯାହାଦ୍ୱାରା କିଡନି ଷ୍ଟୋନ ଅଧିକ ହୋଇ ଯାଇଥାଏ ।

ନନ କୋଲା ସୋଡା ପିଇବା ଦ୍ଵାରା କିଡନୀ ରୋଗ ହେବାର ବହୁତ ଜାଗାରେ ଉଲ୍ଲେଖ କରା ଯାଇଛି । ଏହି ସୋଡା ପିଇବା ଦ୍ଵାରା କିଡନୀ ରେ ଷ୍ଟୋନ ହେବାର ସଭାବନା ୩୩ ପ୍ରତିଶତ ଥିବା ବେଳେ କୋଲା ରେ ନନ କୋଲା ଠାରୁ ୨୩ ପ୍ରତିଶତ ଅଧିକ ସମ୍ଭାବନା ଥାଏ । ଏହା ସହିତ କିଡନୀ ଅନାନ୍ୟ ରୋଗର ଶିକାର ହୋଇ ଧୀରେ ଧୀରେ କାମ କରିବା ବନ୍ଦ କରିଦେଇ ଥାଏ ଏବଂ ଶେଷରେ ସମ୍ପୂର୍ଣ ଭାବେ ବନ୍ଦ ହୋଇ ଯାଇଥାଏ ।

ବିଶେଷ ଅଧ୍ୟୟନରୁ ଜଣା ପଡିଛି ଗୋଟିଏ ଦିନରେ ତିନି ରୁ ଅଧିକ ସୋଡା ପିଇବା ଦ୍ଵାରା କ୍ରୋନିକ କିଡନୀ ସମସ୍ୟା ହେଇ ପାରେ । ଏହି ସୋଡା ପିଇବା ଦ୍ଵାରା ଏହାର କୁପ୍ରଭାବ ବିଶେଷତଃ ମହିଳା ମାନଙ୍କ ଉପରେ ପଡିଥାଏ । ଏହି ସୋଡାରେ ମିଶ୍ରିଣ କରାଯାଉ ଥିବା କୃତ୍ରିମ ମିଠା ଦ୍ଵାରା ଏହା ହୋଇ ଥାଏ । ସୋଡାରେ ଫସ୍ଫୋରସ ମିଳିଥାଏ ଯାହା ଶରୀର ପାଇଁ ଉପକାରୀ ହୋଇ ନଥାଏ । ଏଥିପାଇଁ ଏହାର ସେବନ କରନ୍ତୁ ନାହିଁ । ଲେମ୍ବୁ ଏବଂ ଲାଇମ ଫ୍ଲେଭର ର ସୋଡାରେ କମ ପରିମାଣରେ ଫସ୍ଫୋରସ ଥାଏ ଏଥିପାଇଁ ଏହାକୁ ସେବନ କରି ପାରିବେ ଏଥିରେ କୌଣସି ଅସୁବିଧା ନାହିଁ ।

ଫୃଟ ପଞ୍ଚ ଏବଂ କୋଲା ରେ ପୋଟାସିୟମ ଅଧିକ ପରିମାଣରେ ଥିବା କାରଣରୁ ଏହା ଠାରୁ ଦୂରେଇ ରୁହନ୍ତୁ । ନିଜର କିଡନୀ ଜନିତ ରୋଗରୁ ବଞ୍ଚିବା ପାଇଁ ଆପଣ ମାନେ ସୋଡା ପିଇବା ବନ୍ଦ କରି ଦିଅନ୍ତୁ । ଏହା ପାଟିକୁ ବହୁତ ଭଲ ଲାଗିଥାଏ କିନ୍ତୁ ଏହା ଶରୀର ପାଇଁ ଜମାବି ଭଲ ହୋଇ ନଥାଏ । ତେବେ ଏହି ସ୍ୱାସ୍ଥ୍ୟ ଟିପ୍ସ ନିଶ୍ଚୟ ରୂପେ ଆପଣଙ୍କ କାମରେ ଆସିବ । ଏମିତି ଆଗକୁ ସ୍ୱାସ୍ଥ୍ୟ ଟିପ୍ସ ସବୁ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *