ରାମାୟଣର ସୀତା ମାତା କହିଲେ, ଫିଲ୍ମରେ କଣ ପାଇଁ ପିନ୍ଧି ନଥିଲେ ଛୋଟ କପଡା

ରାମାୟଣରେ ସିତାଙ୍କ ଚରିତ୍ରକୁ ନେଇ ଲୋକମାନଙ୍କ ମନ ଭିତରେ ଗୋଟିଏ ଅଲଗା ଜାଗା ସୃଷ୍ଟି ହୋଇଥିଲା । ଏହି ଚରିତ୍ରକୁ ଦୀପିକା ଚିଖଲିୟା ନିଭାଉ ଥିଲେ । ତାଙ୍କର ଏହି ଚରିତ୍ର ଦ୍ଵାରା ଦର୍ଶକ ମାନେ ତାଙ୍କୁ ବହୁତ ପ୍ରଶଂସା କରିବା ସହିତ ସଂମ୍ମାନ ମଧ୍ୟ ଦେଉଥିଲେ । ବର୍ତ୍ତମାନ ଦୀପିକା ବହୁତ ଖୁସିରେ ରହୁଛନ୍ତି । ସେ ଯେଉଁଠାକୁ ଯାଉଥିଲେ ସେଠାରେ ସମସ୍ତେ ତାଙ୍କୁ ସୀତା ବୋଲି ଡାକୁଥିଲେ ।ଏହି ଧାରାବାହିକ ଛଡା ସେ ଅନେକ ଫିଲ୍ମ ମଧ୍ୟ କରିଛନ୍ତି । ସେ ଥରେ ଷ୍ଟାଫବୟ ଙ୍କୁ ଏକ ସାକ୍ଷାତକାର ଦ୍ଵାରା ନିଜର କ୍ୟାରିୟର ବିଷୟରେ କହିଥିଲେ ।

ଏହି ସାକ୍ଷାତକାର ରେ ସେ କରିଥିବା ଫିଲ୍ମ ଗୁଡିକରେ କେବେ ହେଲେ ବି ଛୋଟ କପଡା ନ ପିନ୍ଧିବାର କାରଣ କହିଥିଲେ । ଦୀପିକା ଚିଖଲିୟା କହିଛନ୍ତି ଫିଲ୍ମ କରିବା ସମୟରେ ଛୋଟ କପଡା ପିନ୍ଧିବା ଦ୍ଵାରା ଦର୍ଶକ ମାନଙ୍କ ମନରେ ଥିବା ଭାବନା ବଦଳି ଯାଇଥାନ୍ତା ଏହା ଦ୍ଵାରା ଲୋକଙ୍କ ମନ ଭିତରେ ଥିବା ମୋର ପ୍ରତିଛବି ଖରାପ ହୋଇ ଯାଇଥାନ୍ତା । ଏଥିପାଇଁ ମୁଁ ଫ୍ୟାନ୍ସମାନଙ୍କର ଭାବନାକୁ ନଷ୍ଟ କରିବା ପାଇଁ ଚାହୁଁ ନଥିଲି । ଏହି ଭଳି ପରିସ୍ଥିତି ରେ ଆପଣ କଣ କରିଥାନ୍ତେ ଇମେଜ ଭାଙ୍ଗି ଥାନ୍ତେ ନା ତାହାକୁ ନେଇ ଚାଲିଥାନ୍ତେ । ମୋ କେସରେ ଏହା ଥିଲା କି ମୁଁ ଏହାକୁ ଭାଙ୍ଗିବା ପାଇଁ ଚାହୁଁ ନଥିଲି କାରଣ ଏହା ବହୁତ ଦମ୍ଭ ଥିଲା ।

ଦୀପିକା ଚିଖଲିୟା ଗତ କିଛି ଦିନ ତଳେ ଏକ ସାକ୍ଷାତକାର ରେ ବଲିଉଡ ରାମାୟଣ ବିଷୟରେ ବି କଥା ହୋଇଥିଲେ । ସେ କହିଥିଲେ କି ସୀତା ଜଣେ ଡେଙ୍ଗା ମହିଳା ନଥିଲେ । ତାଙ୍କ ମୁଣ୍ଡ ଭଗବାନ ରାମ ଙ୍କ ଛାତି ପର୍ଯ୍ୟନ୍ତ ପହଞ୍ଚୁ ଥିଲା ଏଥିପାଇଁ ସୀତା ଚରିତ୍ର ପାଇଁ ବଲିଉଡ ରେ ଆଲିୟା ଭଟ୍ଟ ଠିକ ହେବେ ।

ଭଗବାନ ରାମ ଙ୍କ ଚରିତ୍ର ପାଇଁ ହ୍ରୀତିକ ରୋଶନ, ରାବଣ ଚରିତ୍ର ପାଇଁ ଅଜୟ ଦେବଗନ ଏବଂ ଲକ୍ଷ୍ମଣ ଙ୍କ ଚରିତ୍ର ପାଇଁ ବରୁଣ ଧବନ । ଏମାନଙ୍କୁ ରାମାୟଣ ର ମୁଖ୍ୟ ଚରିତ୍ର ଗୁଡିକ ପାଇଁ ଠିକ ହେବେ ବୋଲି କହିଛନ୍ତି । ଦୀପିକା ଚିଖଲିୟା ବିଜେପି ର ସଦସ୍ୟ ବି ଅଟନ୍ତି । ତାଙ୍କୁ ସୀତା ଙ୍କ ଚରିତ୍ର ପାଇବା ପାଇଁ ୪ଟି ସ୍କ୍ରିନ ଟେଷ୍ଟ ଦେବାକୁ ପଡିଥିଲା । ଆପଣଙ୍କୁ ଏହା ଭଲ ଲାଗିଥିଲେ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *