ସୁଶାନ୍ତ ସିଂହ ରାଜପୁତଙ୍କ କେସରେ ମୁମ୍ବାଇ ପୋଲିସ ଲୁଚାଇ ଥିଲା ଏତେ ବଡ କଥା ତ ରାଗିଗଲେ ସୁଶାନ୍ତଙ୍କ ପରିବାର ଲୋକ

ବନ୍ଧୁଗଣ ଭାରତୀୟ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଏକ ଲୋକପ୍ରିୟ ଅଭିନେତା ଥିଲେ । ସୁଶାନ୍ତଙ୍କୁ ପିଲା ବେଳରୁ ଅଭିନୟ କରିବାରେ ରୁଚି ଥିଲା । ବହୁତ କଷ୍ଟରେ ସେ ନିଜ ପରିବାର ଲୋକଙ୍କୁ ବୁଝାଇ ମୁମ୍ବାଇ ଆସିଥିଲେ । ନିଜ ସ୍ଵପ୍ନକୁ ପୂରଣ କରିବା ପାଇଁ ସୁଶାନ୍ତ ବହୁତ କଷ୍ଟ ଓ ସଂଘର୍ଷ କରିଥିଲେ । ନିଜର ଅପାର କଷ୍ଟ ଓ ସଂଘର୍ଷ ଦ୍ଵାରା ସୁଶାନ୍ତ ବଲିଉଡରେ ସଫଳତା ହାସଲ କରିଥିଲେ ।

ବଲିଉଡରେ ସୁଶାନ୍ତ ବିଭିନ୍ନ ପ୍ରକାରର ଫିଲ୍ମ କରିଛନ୍ତି । ସୁଶାନ୍ତଙ୍କ ସମସ୍ତ ଫିଲ୍ମକୁ ଦେଖିବା ପାଇଁ ଲୋକମାନେ ପସନ୍ଦ କରନ୍ତି । ହେଲେ ଏହି ଅଭିନେତା ଜଣକ ୧୪ ଜୁନ ୨୦୨୦ରେ ଆତ୍ମହତ୍ୟା କରିଥିଲେ । ଏହି ଖବର ଶୁଣି ସମସ୍ତ ଦେଶ ବାସୀ ଦୁଃଖ ଅନୁଭବ କରିଥିଲେ । ସୁଶାନ୍ତଙ୍କ ନ୍ୟାୟ ପାଇଁ ତାଙ୍କ ଫ୍ୟାନ୍ସ ମାନେ ସୁଶାନ୍ତଙ୍କର ଫଟୋ ଓ ଭିଡିଓକୁ ଭାଇରାଲ କରୁଛନ୍ତି ।


ବନ୍ଧୁଗଣ ସୁଶାନ୍ତଙ୍କ ମୃତ୍ୟୁ ପରେ ଏମିତି ବହୁତ ବଡ ବଡ ଖୁଲାସା ସାମ୍ନାକୁ ଆସିଛି, ହେଲେ ମିଡିଆ ରିପୋର୍ଟ ଅନୁସାରେ ବର୍ତ୍ତମାନ ଏମିତି ଏକ ବଡ ଖୁଲାସା ହୋଇଛି ଯାହା ବିଷୟରେ ଆପଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ବଡ ଖୁଲାସା ବିଷୟରେ । ସୁଶାନ୍ତଙ୍କର ପରିବାର ଲୋକ ଏହା ଆରୋପ ଲଗାଇଛନ୍ତି ଯେ, ସୁଶାନ୍ତଙ୍କ ଶରୀରରେ ଆଘାତର ଚିହ୍ନ ଥିଲା ହେଲେ ପୋଲିସ ଏହାକୁ ଲୁଚାଇଥିଲା ।

ପରିବାର ଲୋକଙ୍କ ମତରେ ସୁଶାନ୍ତଙ୍କ ଶରୀରରେ ଥିବା ଆଘାତର ଚିହ୍ନର ଯାଞ୍ଚ କରିବା ବଦଳରେ ମୁମ୍ବାଇ ପୋଲିସ ଏହା ଉପରେ ପରଦା ପକାଇଛି । ଏହି କାରଣରୁ ମୁମ୍ବାଇ ପୋଲିସ ପାଟଣା ପୋଲିସକୁ ସୁଶାନ୍ତଙ୍କର ପୋଷ୍ଟମଟମ ରିପୋର୍ଟ ଦେଇନଥିଲା । ହେଲେ ଏହି ଖବର ଯେତେବେଳେ ପାଟଣା ପୋଲିସ ପାଇଥିଲେ, ସେତେବେଳେ ପାଟଣା ପୋଲିସ ହସ୍ପିଟାଲ ଯାଇଥିଲେ, କିନ୍ତୁ ସେହି ସ୍ଥାନରେ ମଧ୍ୟ ସୁଶାନ୍ତଙ୍କ ପୋଷ୍ଟମଟମ ରିପୋର୍ଟକୁ ଲୁଚା ଯାଇଥିଲା ।

ସୂତ୍ର ଅନୁସାରେ ଏହି ସମସ୍ତ କାର୍ଯ୍ୟ ମହାରାଷ୍ଟ୍ର ପୋଲିସ ଅଧିକାରୀଙ୍କ ଅନୁମତିରେ ହୋଇଛି । ଏହା ସହିତ ସୁଶାନ୍ତଙ୍କ ପରିବାର ଲୋକ ଅନ୍ୟ ଏକ ଆରୋପ ଲଗାଇଛନ୍ତି, ତାହା ହେଉଛି ମୁମ୍ବାଇ ପୋଲିସ ଯେଉଁ ଦିଗରେ ପଚରା ଉଚରା କରିବାର ଥିଲା ସେଠାରେ ନକରି ଅନ୍ୟ ଦିଗରେ କରିଛି । କେତେକ ରିପୋର୍ଟ ଅନୁସାରେ ସନ୍ଦେହ ହେଉଛି ଯେ, ସୁଶାନ୍ତଙ୍କର ହତ୍ୟା ହୋଇଛି । ମୁମ୍ବାଇ ପୋଲିସ ଉପରେ ଲାଗିଥିବା ଆରୋପର କୌଣସି ସମାଧାନ ହୋଇ ନାହିଁ ।

ଏଥିରେ ଆପଣଙ୍କ ମତାମତ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଆଗକୁ ଏ ବିଷୟରେ ଅଧିକ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *