ସୁଶାନ୍ତ ସିଂହ ରାଜପୁତଙ୍କ ଶେଷ ଫିଲ୍ମ ରିଲିଜ ହେବାକୁ ଯାଉଛି ୨୪ ଜୁଲାଇରେ, ଜାଣନ୍ତୁ କେଉଁଠି ଦେଖି ପାରିବେ ଆପଣ

ସୁଶାନ୍ତ ସିଂହ ରାଜପୁତ ବର୍ତ୍ତମାନ ଆମ ସହିତ ନାହାନ୍ତି । ହେଲେ ନିଜ କ୍ୟାରିୟରରେ ଭେରାଇଟି ଫିଲ୍ମ କରି ସୁଶାନ୍ତ ସମସ୍ତଙ୍କ ମନ ଜିତି ନେଇଥିଲେ । ସୁଶାନ୍ତ ଶେଷ ଥର ପାଇଁ ‘ଛିଛୋରେ’ ଫିଲ୍ମରେ ନଜର ଆସିଥିଲେ । ସାଧାରଣ ଯୁବଗୋଷ୍ଟି ଏହି ଫିଲ୍ମକୁ ବହୁତ ମାତ୍ରାରେ ପସନ୍ଦ କରିଥିଲେ । ସୁଶାନ୍ତଙ୍କୁ ପୁଣି ଥରେ ବଡ ପରଦାରେ ଦେଖିବାର ଇଛା ଫ୍ୟାନ୍ସ ମାନଙ୍କର ପୂରଣ ହେବାକୁ ଯାଉଛି । ସୁଶାନ୍ତଙ୍କର ଶେଷ ଫିଲ୍ମ ‘ଦିଲ ବେଚାରା’ ୨୪ ଜୁଲାଇରେ ହଟ୍ ଷ୍ଟାରରେ ରିଲିଜ ହେବ ।

ଶେଷ ଥର ପାଇଁ ପୁଣି ଦେଖିବେ ସୁଶାନ୍ତଙ୍କୁ


‘ଦିଲ ବେଚାରା’ ସୁଶାନ୍ତ ସିଂହ ରାଜପୁତଙ୍କର ଶେଷ ଫିଲ୍ମ । ଏହି ଫିଲ୍ମ ଟି ହେଉଛି ‘ଦି ଫଲ୍ଟ ଇନ ଆୱାର ଷ୍ଟାର୍ସ’ର କପି ଫିଲ୍ମ । ଏହି ଫିଲ୍ମର ନିର୍ଦେଶନା କରିଛନ୍ତି ଫେମସ କାଷ୍ଟିଙ୍ଗ ଡାଇରେକ୍ଟର ମୁକେଶ ଝାବଡା । ମୁକେଶ ଝାବଡା ପ୍ରଥମେ ସୁଶାନ୍ତ ସିଂହ ରାଜପୁତଙ୍କୁ ତାଙ୍କ ପ୍ରଥମ ଫିଲ୍ମ ‘କାଇ ପୋ ଚେ’ ରେ ହିରୋ ରୂପରେ ନେଇଥିଲେ । ଅର୍ଥାତ ସୁଶାନ୍ତଙ୍କୁ ତାଙ୍କର ପ୍ରଥମ ଓ ଶେଷ ଫିଲ୍ମ ଦେଇଥିଲେ ମୁକେଶ ଝାବଡା ।

ସୁଶାନ୍ତ ଓ ମୁକେଶ ବାସ୍ତବିକତାରେ ବହୁତ ଭଲ ସାଙ୍ଗ ଥିଲେ । ସୁଶାନ୍ତଙ୍କ ନିଧନ ପରେ ମୁକେଶ ପୋଲିସକୁ ବୟାନ ଦେବା ସମୟରେ କହିଥିଲେ ଯେ, ଯେବେ ସେ କାଷ୍ଟିଙ୍ଗ ଡାଇରେକ୍ଟରରୁ ଫିଲ୍ମ ଡାଇରେକ୍ଟର ହୋଇଯିବେ, ସେତେବେଳେ ସେ ତାଙ୍କର ପ୍ରଥମ ଫିଲ୍ମ ସୁଶାନ୍ତ ସିଂହ ରାଜପୁତଙ୍କୁ ଦେବେ । ସେଥିପାଇଁ ସେ ତାଙ୍କର ପ୍ରଥମ ଫିଲ୍ମ ‘ଦିଲ ବେଚାରା’ରେ ସୁଶାନ୍ତଙ୍କୁ କାଷ୍ଟ କରିଥିଲେ ।

ମୁକେଶ ନିଜର ପ୍ରମିଜ ରଖିଥିଲେ


ମୁକେଶଙ୍କ ଫିଲ୍ମ ‘ଦିଲ ବେଚାରା’ ଏହି ବର୍ଷ ମେ ମାସରେ ଥିଏଟରରେ ରିଲିଜ ହେବାର ଥିଲା । ହେଲେ କରୋନା ମହାମାରୀ ହେତୁ ଫିଲ୍ମକୁ ଥିଏଟରରେ ଥିଏଟର ରେ ରିଲିଜ ପାଇଁ ରୋକାଯାଇଥିଲା । ସେଥିପାଇଁ ଏହି ଫିଲ୍ମକୁ ବର୍ତ୍ତମାନ ଆପଣ ହଟ୍ ଷ୍ଟାର ସ୍ପେଶିଆଲରେ ଦେଖିପାରିବେ । ସୁଶାନ୍ତଙ୍କ ସମସ୍ତ ଫ୍ୟାନ୍ସ ଏହି ଫିଲ୍ମକୁ ଦେଖିବା ପାଇଁ ଅପେକ୍ଷା କରିଛନ୍ତି । ହେଲେ ଦୁଃଖର ବିଷୟ ଏହା ଯେ, ସେହି ଫ୍ୟାନ୍ସ ମାନଙ୍କୁ ଧନ୍ୟବାଦ ଜଣେଇବା ପାଇଁ ସୁଶାନ୍ତ ଏହି ଦୁନିଆରେ ନାହାନ୍ତି ।

‘ଦିଲ ବେଚାରା’ ବର୍ତ୍ତମାନ ହଟ୍ ଷ୍ଟାରରେ ରିଲିଜ କରାଯାଇଛି, ଯାହାକୁ ବିନା ସବ୍ସକ୍ରିପ୍ସନରେ ମଧ୍ୟ ଲୋକମନେ ଦେଖିପାରିବେ । ଏହି ମଉକାରେ ମୁକେଶ କହିଥିଲେ ଯେ, “ସୁଶାନ୍ତ କେବଳ ଏକ ହିରୋ ରୂପରେ ମୋ ଫିଲ୍ମରେ ନଥିଲେ, କେତେକ ଆଉବିଧା ସମୟରେ ସେ ମୋ ସହ ରହିଥିଲେ । ‘କାଇ ପୋ ଚେ’ ରୁ ‘ଦିଲ ବେଚାରା’ ପର୍ଯ୍ୟନ୍ତ ଆମେ ଦୁହେଁ ବହୁତ ଭଲ ସାଙ୍ଗ ଥିଲୁ, ସେ ମୋତେ ପ୍ରମିଜ କରିଥିଲେ ଯେ, ସେ ମୋର ଡେବ୍ୟୁ ଫିଲ୍ମରେ କାମ କରିବେ । ମୁଁ କେବେ ଭାବି ନଥିଲି ଏହି ଫିଲ୍ମ ରିଲିଜ ହେବା ପୂର୍ବରୁ ମୁଁ ଏମତି ଏକା ରହିଯିବି” । ଆପଣ ମାନେ ସୁଶାନ୍ତଙ୍କ ଶେଷ ଫିଲ୍ମକୁ ହଟ୍ ଷ୍ଟାରରେ ଦେଖିପାରିବେ ।

ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *