ଯେତେବେଳେ ଡ୍ରାଇଭ କରିବା ସମୟରେ ସୁଶାନ୍ତ ଗାଇଥିଲେ – କ୍ୟା ହୁଆ ତେରା ବାଦା ? ଭାବୁକ କରିଦେବ ସୁଶାନ୍ତଙ୍କ ଏହି ଭିଡିଓ

ସୁଶାନ୍ତ ସିଂହ ରାଜପୁତ ଏକ ଭଲ କଳାକାର ହେବା ସହିତ ଜଣେ ଭଲ ମଣିଷ ମଧ୍ୟ ଥିଲେ । ସୁଶାନ୍ତ ନିଜ କଷ୍ଟରେ ବଲିଉଡରେ ବହୁତ ନାମ ଅର୍ଜନ କରିଥିଲେ । ୧୪ ଜୁନ ସକାଳ ସମୟରେ ସୁଶାନ୍ତ ଫାଶୀ ଦେଇ ଆତ୍ମହତ୍ୟା କରିଥିଲେ । ଏହି ଖବର ସମସ୍ତ ଭାରତ ଦେଶକୁ ଆଶ୍ଚର୍ଯ୍ୟ କରିଦେଇଥିଲା । ବହୁତ ଲୋକ ଏହି କଥା ଉପରେ ବିଶ୍ଵାସ କରିନଥିଲେ, ହେଲେ ଏହା ସତ ଥିଲା । ସୁଶାନ୍ତଙ୍କ ଫ୍ୟାନ୍ସ ଏଥି ପାଇଁ ବହୁତ ଦୁଃଖ ଅନୁଭବ କରିଥିଲେ । ବର୍ତ୍ତମାନ ସୁଶାନ୍ତଙ୍କ କେତେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଏହି କିଛି ଦିନ ହେବ ସୁଶାନ୍ତଙ୍କ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି ଯାହାକୁ ଦେଖି ତାଙ୍କର ଫ୍ୟାନ୍ସ ମାନଙ୍କ ଆଖିରେ ଲୁହ ଆସିଯାଇଛି । ତେବେ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ଭିଡିଓ ଦେଖି ଭାବୁକ ହେଉଛନ୍ତି ଫ୍ୟାନ୍ସ

 

View this post on Instagram

 

#notsocandid @sushantsinghrajput 😉

A post shared by Kushal Zaveri (@kushalz) on

ଏହି କିଛି ଦିନ ହେବ ସୁଶାନ୍ତଙ୍କ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି, ଏହି ଭିଡିଓରେ ସୁଶାନ୍ତ ଡ୍ରାଇଭ କରିବା ସମୟରେ ଗୀତ ଗାଉଛନ୍ତି, ଗୀତଟି ହେଉଛି- କ୍ୟା ହୁଆ ତେରା ୱାଦା । ଏହି ଗୀତରେ ତାଙ୍କର ଏକ୍ସପ୍ରେସନକୁ ଦେଖି ବହୁତ ଲୋକଙ୍କ ଆଖି ଭରିଯାଇଛି । ସୁଶାନ୍ତ ସବୁବେଳେ କାମ କରିବା ସମୟରେ ଗୀତ ଗାଉଥିଲେ । ତାଙ୍କର ଏହି ଭିଡିଓକୁ ଦେଖି ଫ୍ୟାନ୍ସ ମାନେ ବହୁତ ଭାବୁକ କମେଣ୍ଟ କରୁଛନ୍ତି । ତାଙ୍କର ଏକ ଫ୍ୟାନ୍ ପେଜରେ ଏହି ଭିଡିଓ ସେୟାର କରା ଯାଇଛି ।

ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭିଡିଓକୁ ୮୦୦୦ ରୁ ଅଧିକ ଥର ଦେଖାଯାଇ ସାରିଛି । ଫ୍ୟାନ୍ସ ଲଗାତାର ସୁଶାନ୍ତଙ୍କୁ ମନେ ପକାଉଛନ୍ତି ଓ ତାଙ୍କର ପୁରୁଣା ଫଟୋ ଓ ଭିଡିଓରେ ବହୁତ କମେଣ୍ଟ କରୁଛନ୍ତି ।


ସୁଶାନ୍ତ ନିଜ କ୍ୟାରିୟରର ଆରମ୍ଭ ‘କିସ ଦେଶ ମେ ହେ ମେରା ଦିଲ’ ସୋ ରୁ କରିଥିଲେ । ଏହାପରେ ‘ପବିତ୍ର ରିସ୍ତା’ ରେ ସେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଏହା ପରେ ସେ କେତେକ ସୋ କରି ଫିଲ୍ମ ଲାଇନରେ ନିଜ ପାଦ ବଢେଇଥିଲେ । ସୁଶାନ୍ତ ସିଂହ ରାଜପୁତ ସଫଳତା ହାସିଲ କରିବା ପୂର୍ବରୁ ଆତ୍ମହତ୍ୟା କରିନେଲେ । ଲୋକମାନେ ତାଙ୍କର ସମସ୍ତ ଫିଲ୍ମକୁ ବହୁତ ପସନ୍ଦ କରୁଥିଲେ ।

ଜହ୍ନ-ତାରାର ଦୁନିଆରେ ହଜିଗଲେ ସୁଶାନ୍ତ

ଛୋଟ ପରଦାରୁ ବଡ ପରଦା ପର୍ଯ୍ୟନ୍ତ ଆସିବା ପାଇଁ ସୁଶାନ୍ତ ତାଙ୍କ ଜୀବନରେ ବହୁତ ସଂଘର୍ଷ କରିଥିଲେ । ୨୦୧୩ ମସିହାରେ ସେ ‘କାଇ ପୋ ଚେ’ ଫିଲ୍ମରେ ପ୍ରଥମ ଥର ପାଇଁ ନଜର ଆସିଥିଲେ । ତାଙ୍କର ଏହି ଫିଲ୍ମକୁ ଲୋକମାନେ ବହୁତ ପସନ୍ଦ କରିଥିଲେ । ଏହାପରେ ପିକେ, ଏମଏସ ଧୋନୀ, ରାବତା, କେଦାରନାଥ ଓ ଛିଛୋରେ ପରି ଫିଲ୍ମ କରି ସୁଶାନ୍ତ ନିଜକୁ ଏକ ଚମତ୍କାର ଅଭିନେତା ରୂପେ ପ୍ରମାଣ କରିଥିଲେ । ସୁଶାନ୍ତଙ୍କ ଶେଷ ଫିଲ୍ମ ହେଉଛି ‘ଦିଲ ବେଚାରା’ ।

ସୁଶାନ୍ତଙ୍କୁ ଜହ୍ନ-ତାରା ବହୁତ ପସନ୍ଦ ଥିଲା, ସେଥିପାଇଁ ବୋଧେ ସେ ଜହ୍ନ-ତାରାର ଦୁନିଆରେ ହଜିଗଲେ । ସୁଶାନ୍ତଙ୍କ ଫ୍ୟାନ୍ସ ମାନେ ବହୁତ ଦୁଖ ଅନୁଭବ କରୁଛନ୍ତି । ବହୁତ ଲୋକଙ୍କୁ ଏହି କଥା ଉପରେ ବିଶ୍ଵାସ ହେଉ ନାହିଁ, ହେଲେ ବାସ୍ତବିକତା ହେଉଛି ସୁଶାନ୍ତ ଏହି ଦୁନିଆରେ ଆଉ ନାହାନ୍ତି ।

ବନ୍ଧୁଗଣ ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ ଆଉ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *