ଶନିବାରର ରାଶିଫଳ 27 ଜୁନ 2020, ଆଜି ଶନିଦେବଙ୍କ କୃପାରୁ ଏହି 5ଟି ରାଶିର ଭାଗ୍ୟ ହୀରା ଭଳି ଚମକି ଉଠିବ

ରାଶିଫଳର ଆମ ଜୀବନରେ ବହୁତ ମହତ୍ତ୍ଵ ରହିଥାଏ । ଗ୍ରହମାନଙ୍କ ଗୋଚର ଓ ନକ୍ଷତ୍ରର ଗତିକୁ ଆଧାରକରିହିଁ ରାଶିଫଳ ବାହାର କରାଯାଇଥାଏ । ଶାସ୍ତ୍ର ଅନୁସାରେ ଆମ ଜୀବନ ଗ୍ରହ ମାନଙ୍କର ଚଳନ ଉପରେ ଆଧାରିତ ହୋଇ ଥାଏ ଏବଂ ଯେମିତି ଏହି ଗ୍ରହ ମାନଙ୍କର ଦିଗ ପରିବର୍ତ୍ତନ ହୋଇଥାଏ ଆମ ଜୀବନ ଉପରେ ତାର ପ୍ରଭାବ ପଡିଥାଏ । କେତେକ ଲୋକ ନିଜର ଭବିଷ୍ୟତ ବିଷୟରେ ଜାଣିବା ପାଇଁ ବହୁତ ଆଗ୍ରହୀ ହୋଇଥାନ୍ତି, ରାଶି ଅନୁସାରେ ବ୍ୟକ୍ତିର ସ୍ଵଭାବ ଓ ଭବିଷ୍ୟତ ସମ୍ବନ୍ଧୀୟ ବହୁତ ସୂଚନା ପ୍ରାପ୍ତ କରାଯାଇପାରେ । ଗ୍ରହମାନଙ୍କ ଗତି ସବୁବେଳେ ବଦଳି ଥାଏ ଯେଉଁଥିପାଇଁ ଆମର ଦୈନିକ ଜୀବନରେ ବି ସମସ୍ତ ଘଟଣା ସବୁଦିନ ଚେଞ୍ଜ ହୋଇଥାଏ । ଯଦି ଆପଣ ବି ଜାଣିବାକୁ ଚାହୁଞ୍ଚନ୍ତି କି ଆଜିର ଦିନ ଆପଣଙ୍କର କିପରି ରହିବ ଓ ଆଜିର ଦିନ ଆପଣଙ୍କ ଜୀବନରେ କଣ କଣ ପରିବର୍ତ୍ତନ ଆଣିବ । ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ଆଜି 27 ଜୁନ 2020 ଶନିବାରର ରାଶିଫଳ ।

ମେଷ

ଆପଣଙ୍କୁ ବ୍ୟବସାୟରେ ଭଲ ଲାଭ ମିଳିପାରେ । କିଛି ଅଲଗା କରିବାର ଅଭ୍ୟାସ ଆପଣଙ୍କୁ ସଫଳ କରିବ । ଆପଣଙ୍କ ଶତ୍ରୁ ଆପଣଙ୍କର କ୍ଷତି କରିବା ପାଇଁ ଚେଷ୍ଟା କରିବେ କିନ୍ତୁ ସଫଳ ହେବେ ନାହିଁ । ଜୀବନସାଥୀଙ୍କ ସହିତ ମତଭେଦ ହୋଇ ପାରେ । ଜୀବିକା ପାଇଁ ଯାତ୍ରା କରିବେ । କାର୍ଯ୍ୟରେ ପ୍ରଗତି ଆସିପାରେ । ଧାର୍ମିକ କାମରେ ନାମ ଲାଗିବ ଏବଂ ଦାର୍ଶନିକ ଚିନ୍ତାଧାରା ଦ୍ଵାରା ପ୍ରଭାବିତ ହେବେ । ଶାନ୍ତ ଏବଂ ଆରାମରେ ରହିବା ଦ୍ଵାରା ଲୋକ ପ୍ରଭାବିତ ହେବେ ।

ବୃଷ

ଆର୍ଥିକ ପକ୍ଷ ଦୃଢ ହେବ । ଆଜି ଆପଣଙ୍କ ଶତ୍ରୁ ଆପଣଙ୍କ କାମକୁ ଅସଫଳ କରିବା ପାଇଁ ସଫଳ ହେବେ ନାହିଁ । ପରିବାର ଲୋକଙ୍କ ସହିତ ମତଭେଦ ହୋଇ ପାରେ । ଆପଣ ସହଜରେ ଆପଣଙ୍କ କାମକୁ ପୁରା କରିବେ । ଏହି ରାଶିର ଲୋକ ଆଜି କୌଣସି ନୂଆ ବ୍ୟବସାୟରେ ନିବେଶ କରିବେ ତାହେଲେ ଲାଭ ନିହାତି ହେବ । କାର୍ଯ୍ୟକ୍ଷେତ୍ରରେ ଆପଣ ଅଧିକ ଚିନ୍ତିତ ହୋଇ ପାରନ୍ତି । ଆଜି ଆନାବଶ୍ୟକ ଯାତ୍ରା ମଧ୍ୟ କରି ପାରନ୍ତି । ବନ୍ଧୁଙ୍କ ପରାମର୍ଶ ଗୁରୁତ୍ଵପୂର୍ଣ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।

ମିଥୁନ

ଅଟକି ଥିବା ଟଙ୍କା ମିଳିପାରେ । ସାମାଜିକ ଏବଂ ସାର୍ବଜନିକ କ୍ଷେତ୍ରରେ ପ୍ରସିଦ୍ଧି ମିଳିବ । ପାରିବାରିକ ଏବଂ ଦାମ୍ପତ୍ୟ ଜୀବନରେ ସୁଖ ଅନୁଭବ କରିବେ । ଜୀବନସଥିଙ୍କ ସହିତ ସମ୍ପର୍କ ଭଲ ରହିବ । ଆଜି ଆପଣଙ୍କୁ ସବୁ ମାମଲାରେ ଅନୁକୂଳତାର ଅନୁଭବ ହେବ । ଘରକୁ ସୁଖ ଏବଂ ଶାନ୍ତି ଆସିବ ଯେଉଁଥି ପାଇଁ ଆପଣ ବହୁତ ଖୁସି ରହିବେ । ଆଜି ବନ୍ଧୁଙ୍କ ଠାରୁ ଆପଣଙ୍କୁ ଲାଭ ମିଳିପାରେ ।

କର୍କଟ

ଆଜି ଆପଣଙ୍କୁ ଗୁରୁତ୍ଵପୂର୍ଣ ମାମଲା ଉପରେ ଧ୍ୟାନ ଦେବା ଆବଶ୍ୟକ ଅଟେ । ପ୍ରେମୀ ଆଜି ଆପଣଙ୍କ ଉପରେ ଖାସ ଧ୍ୟାନ ରଖିବେ । ସାମାଜିକ ଏବଂ ଧାର୍ମିକ ସମାରୋହ ପାଇଁ ଭଲ ଦିନ ଅଟେ । ଜୀବନସାଥିଙ୍କ ସ୍ୱାସ୍ଥ୍ୟ ଖରାପ ହେବା କାରଣରୁ ଆପଣଙ୍କର ଚିନ୍ତା ବଢିପାରେ । ଆଜି ଆପଣ ଖୁସିର ଆନନ୍ଦ ଉଠାଇବା ପାଇଁ ପ୍ରସ୍ତୁତ ରୁହନ୍ତୁ । ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିବ । ଲୋନ ସହିତ ଯୋଡି ହୋଇଥିବା କାମ ପୁରା ହୋଇ ପାରେ ।

ସିଂହ

ଆଜି ଧାର ମାଗୁଥିବା ଲୋକଙ୍କୁ ଅଣଦେଖା କରନ୍ତୁ । ନିଜର କଥା ଉପରେ କାବୁ ରଖନ୍ତୁ । ବେକାର କଥା ହୋଇ ସମୟ ନଷ୍ଟ କରନ୍ତୁ ନାହିଁ । ଆଜି ଆପଣ ଆପଣଙ୍କ ଆଖପାଖର ଲୋକଙ୍କ ଉଦେଶ୍ୟକୁ ସହଜରେ ବୁଝି ପାରିବେ । କୌଣସି ପ୍ରିୟ ବ୍ୟକ୍ତି ଆଜି ଆପଣଙ୍କୁ କଥା କଥାରେ ଖାସ ସୂଚନା ଦେଇ ପାରନ୍ତି । ସବୁ ଚ୍ୟାଲେଞ୍ଜକୁ ଅଲଗା କରିବାର ସମୟ ଆସିଛି ।

କନ୍ୟା

ଆଜି ଆପଣ ନକରାତ୍ମତ ବିଚାର ଠାରୁ ଦୂରେଇ ରହିବା ପାଇଁ ଚେଷ୍ଟା କରିବେ । ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟରେ ସୁଧାର ଆସିପାରେ । ଚାକିରି କ୍ଷେତ୍ରରେ ମନ ଚାହୁଁ ଥିବା ପଦ ପ୍ରାପ୍ତ ହେବା ଦ୍ଵାରା ଖୁସି ହେବେ । ଆତ୍ମବିଶ୍ଵାସ ଏବଂ ପଦ ପ୍ରତିଷ୍ଠାରେ ବୃଦ୍ଧି ହେବ । କାମ ପାଇଁ ପାଖ ଜାଗାକୁ ଯାତ୍ରା କରି ପାରନ୍ତି । ସ୍ୱାସ୍ଥ୍ୟ ପ୍ରତି ସାବଧାନ ରୁହନ୍ତୁ ନହେଲେ ସ୍ୱାସ୍ଥ୍ୟ ଖରାପ ହୋଇ ପାରେ । ଖର୍ଚ ବଢି ପାରେ ।

ତୁଳା

ଆଜି ଇଛାନୁସାରେ ଫଳ ପାଇବାକୁ ହେଲେ କଠିନ ପରିଶ୍ରମ କରିବାକୁ ପଡିବ । ଆଜି ଦିନରେ ଆପଣ କାର୍ଯ୍ୟ କ୍ଷେତ୍ରରେ ଆଲୋଚନାର ଶିକାର ହୋଇ ପାରନ୍ତି । ଆଜି ଏମିତି ଅନେକ ଜିନିଷ ହେବ ଯାହା ଉପରେ ତୁରନ୍ତ ଧ୍ୟାନ ଦେବା ଆବଶ୍ୟକ ଅଟେ । ସହଯୋଗୀ ଅସନ୍ତୁଷ୍ଟ ହୋଇ ପାରନ୍ତି । ସ୍ୱାସ୍ଥ୍ୟ ଉପରେ ଧ୍ୟାନ ରଖନ୍ତୁ । ପୁଞ୍ଜି କୌଣସି ଅନୁପଯୁକ୍ତ ସ୍ଥାନରେ ନହେଉ ଏହାର ଧ୍ୟାନ ରଖନ୍ତୁ । କାର୍ଯ୍ୟକ୍ଷେତ୍ର ଏବଂ ବ୍ୟବସାୟରେ ବିଶେଷ ଲାଭ ମଧ୍ୟ ହୋଇ ପାରେ ।

ବିଛା

ଆଜି ପିଲାଙ୍କ ସହିତ ଭଲ ସମୟ ଅତିବାହିତ କରିବେ । ବ୍ୟବସାୟୀ ପୁରୁଣା କଥାକୁ ପଛରେ ଛାଡି ଆଗକୁ ଆସୁଥିବା ଭଲ ସମୟ ଆଡକୁ ବଢିବେ । ଆପଣଙ୍କ ଚେଷ୍ଟା ଫଳଦାୟୀ ହେବ । ଜୀବନସଥିଙ୍କ କୌଣସି କଥାକୁ ଗମ୍ଭୀର ଭାବେ ନିଅନ୍ତୁ ନାହିଁ ନହେଲେ ବିବାଦ ହୋଇ ପାରେ । ଆଜି ସ୍ୱାସ୍ଥ୍ୟ ଭଲ ରହିବ । ନୂଆ କାମର ଆରମ୍ଭ କରି ପାରନ୍ତି ।

ଧନୁ

ଆଜି ଆପଣଙ୍କର ଅଟକି ଥିବା କାମ ପୁରା ହେବ । ବନ୍ଧୁ ଏବଂ ଭାଇଙ୍କ ସାହାଯ୍ୟରେ ଧନ ଲାଭ ହୋଇ ପାରେ । ଆଜି ସବୁ ସମସ୍ୟା ଏବଂ ବିବାଦ ଶେଷ ହେବ । ବହୁତ ସାରା କାମ କରିବା ପାଇଁ ଏହା ଏକ ଭଲ ଦିନ ଅଟେ । ଆଜି ଆପଣ ବହୁତ ମଜା ମସ୍ତେରେ ସମୟ ଅତିବାହିତ କରିବେ । ଆପଣ ନିଜର ଏବଂ ଆପଣଙ୍କ ଆଖପାଖରେ ଥିବା ଲୋକଙ୍କ ମୁହଁରେ ଖୁସି ଆଣିବେ । ଯଦି ଆପଣ ଆଶା ଦେଖୁଛ ତାହେଲେ ନୂଆ କାରୋବାର ଆରମ୍ଭ କରନ୍ତୁ ।

ମକର

ଆସ୍ଥା ଏବଂ ଆତ୍ମବିଶ୍ଵାସ ଦ୍ଵାରା ସବୁ କ୍ଷେତ୍ରରେ ଆଶା ଠାରୁ ଅଧିକ କରିବେ । ମନବଳ ଉଚ୍ଚା ରହିବ । ବହୁତ ଚିନ୍ତା କରି ଧନ ନିବେଶ କରନ୍ତୁ ଆପଣଙ୍କ ପାଇଁ ଭଲ ହେବ । ଆପଣଙ୍କୁ କିଛି ଶୁଭ ଖବର ମିଳିପାରେ । ନୂଆ ଲୋକଙ୍କ ସହିତ ଭେଟ ହୋଇ ପାରେ । ମୌସମୀ ସତର୍କତା ଅବଲମ୍ବନ କରନ୍ତୁ । ଯଦି ଆପଣ ଆପଣଙ୍କ ଆଖପାଖର ଲୋକଙ୍କ ସହିତ ତାଳମେଳ ରଖି ପାରୁ ନାହାଁନ୍ତି ତାହେଲେ ତାହାର କାରଣ ବୁଝିବାକୁ ପଡିବ ଯେମିତି କି ଏହାର ସମାଧାନ ମିଳିବ ।

କୁମ୍ଭ

ଆଜିର ଦିନ ଆପଣଙ୍କୁ କିଛି ନୂଆ ଅନୁଭବ ଦେଇ ଯିବ । ଯଦି ଆପଣଙ୍କ ଆର୍ଥିକ ସ୍ଥିତି ବିଷୟରେ କଥା ହେବା ତାହେଲେ ଶେୟାର ବଜାରରେ ଟଙ୍କା ଲଗାଇବା ଲାଭଦାୟକ ହେବ । ବ୍ୟବସାୟକୁ ବଢାଇବା ପାଇଁ ଲୋନର ଆବଶ୍ୟକତା ପଡିପାରେ । ଆୟ ବୃଦ୍ଧିରେ ମନ ଖୁସି ରହିବ । ଯାତ୍ରା ଆପଣଙ୍କୁ ଅର୍ଥଲାଭ ଦେଇ ପାରେ । ରୋଜଗାର ସବନ୍ଧିତ ସମସ୍ୟା ଶେଷ ହେବ । ବାଦ ବିବାଦର ସମ୍ଭାବନା ଅଛି ।

ମୀନ

ଆଜି ଆପଣ ମାଙ୍ଗଳିକ ଆୟୋଜନରେ ଲାଗି ରହିବେ । ହଠାତ ହୋଇଥିବା ରୋମାଣ୍ଟିକ ଦେଖା ଆପଣଙ୍କ ପାଇଁ ଦୋନ୍ଦ ସୃଷ୍ଟି କରି ପାରେ । ଆପଣଙ୍କ ଚାରିପାଖରେ ହେଉଥିବା ଗତିବିଧି ଉପରେ ଧ୍ୟାନ ରଖନ୍ତୁ କାରଣ ଆପଣଙ୍କ କାମ ଶ୍ରେୟ ଅନ୍ୟ କେହି ନେଇ ପାରନ୍ତି । ଦିନଟି ଭଲ ରହିବ । ଆଜି ଆପଣ ମାନସିକ ରୂପରେ ଟିକେ ଚିନ୍ତିତ ରହି ପାରନ୍ତି । ଆଜି ଆପଣ ଆପଣଙ୍କ ବ୍ୟବସାୟରେ ଉଚ୍ଚ ଅଧିକାରୀଙ୍କ ସହିତ କାର୍ଯ୍ୟ କରିବା ସମୟରେ ସାବଧାନ ରୁହନ୍ତୁ । ସବୁଦିନ ନିଜ ରାଶି ସମ୍ବନ୍ଧରେ ଜାଣିବା ପାଇଁ ପେଜକୁ ଲାଇକ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *