ସୁଶାନ୍ତ ସିଂହ ରାଜପୁତଙ୍କ ଜୀବନର ଶେଷ କିଛି ଘଣ୍ଟାର କାହାଣୀ…

୩୪ ବର୍ଷର ଡ୍ୟାସିଂ ଟ୍ୟାଲେନ୍ଟେଡ ୟଙ୍ଗ ଆକ୍ଟର ଜୀବନକୁ ଛି କହିଦେଲେ । ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଏବେ ଆମ ମଧ୍ୟରେ ନାହାଁନ୍ତି ଓ ରବିବାର ଦ୍ଵି ପ୍ରହରରେ ଯେତେବେଲେ ଏହି ଖବର ଆସିଲା ତ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ଟିଭି ସିରିୟଲ ରେ ନିଜର ଆକଟିଂ ର ଜାଦୁ ଦେଖାଇବା ବେଳେ ଫିଲ୍ମ ଜରିଆରେ ଲୋକଙ୍କ ହୃଦୟରେ ଜାଗା କରିଥିବା ଅଭିନେତା ସୁଶାନ୍ତ ସିଂହ ରାଜପୁତ ଙ୍କ ଶରୀର ରବିବାର ଦିନ ତାଙ୍କ ଘରେ ମିଳିଲା ।

ମୁମ୍ବାଇ ର ବାନ୍ଦ୍ରା ଇଲାକାରେ ଯେଉଁଠି ସେ ଏକ ଭଡା ଫ୍ଲାଟ ରେ ରହୁଥିଲେ ସେହି ଫ୍ଲାଟ ରୁ ତାଙ୍କର ମୃତ ଶରୀର ମିଳିଲା । ପୋଲିସର କହିବା ଅଟେ କି ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି । କିନ୍ତୁ ଏହାର କାରଣ ଏ ପର୍ଯ୍ୟନ୍ତ ସାମ୍ନାକୁ ଆସି ନାହିଁ । ଯେତେବେଳେ କି କୁହାଯାଉଛି କି ଗତ ୬ ମାସରୁ ସେ ଡିପ୍ରେସନ ରେ ଥିଲେ । ସୁଶାନ୍ତ ଙ୍କର ମୁମ୍ବାଇରେ ଏକ ଫ୍ଲାଟ ମଧ୍ୟ ଥିଲା କିନ୍ତୁ ସେ ବଡ ଘରେ ରହିବାକୁ ଚାହୁଁଥିଲେ , ଏଥି ପାଇଁ ହାରାହାରି ୮ ମାସ ପୂର୍ବରୁ ସେ ଏହି ଫ୍ଲାଟ ରେ ଶିଫ୍ଟ ହୋଇଥିଲେ ।

ସେ ଫ୍ଲାଟ ରେ ତାଙ୍କ କ୍ରିୟେଟିଭ ମ୍ଯାନେଜର, ତାଙ୍କ ସାଙ୍ଗ ଓ ଘରୋଇ ହେଲପରଙ୍କ ସହିତ ରହୁଥିଲେ । ସେହି ଘରେ ରହୁଥିବା କୌଣସି ସଦସ୍ୟ ଏହା ଭାବି ନଥିଲେ କି ରବିବାର ଦିନଟି ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଶେଷ ଦିନ ହେବ । ସୁଶାନ୍ତଙ୍କ ଘରେଲୁ ହେଲପର ପୋଲିସକୁ କହିଲା କି ସକାଳ ପର୍ଯ୍ୟନ୍ତ ସବୁ ଠିକ ଥିଲା । ସକାଳ ୬.୩୦ ରେ ସେ ଶୋଇ କି ଉଠିଥିଲେ , ଘରର ଚାକର ତାଙ୍କୁ ସକାଳ ୯ ଟା ରେ ଡାଳିମ୍ବ ର ଜୁଷ ଦେଲା ଓ ସେ ତାକୁ ପିଇଲେ ମଧ୍ୟ ।

ଏହା ପରେ ସୁଶାନ୍ତ ୯ ଟା ରେ ନିଜ ଭଉଣୀଙ୍କ ସହିତ କଥା ହେଲେ, ଭଉଣୀ ସହିତ କଥା ହେବା ପରେ ସେ ନିଜ ସାଙ୍ଗ ମହେଶ ଶେଠୀଙ୍କ ସହିତ କଥା ହୋଇଥିଲେ ଯିଏ କି ଜଣେ ଅଭିନେତା ଅଟନ୍ତି ଓ ତାଙ୍କ ସହିତ ସୁଶାନ୍ତ ନିଜର ଆକଟିଂ କ୍ଯାରିୟର ବି ଆରମ୍ଭ କରିଥିଲେ । ଏହି ଦୁଇ ଜଣ ଏକା ସହିତ ଏକତା କପୂରଙ୍କ ସୋ ‘କିସ ଦେଶ ମେ ହେ ମେରା ଦିଲ’ ରେ କାମ କରିଥିଲେ । ଦୁଇ ଜଣ ବହୁତ ଭଲ ସାଙ୍ଗ ଥିଲେ । ସୁଶାନ୍ତ ନିଜର ଶେଷ କଲ ତାଙ୍କୁ ହିଁ କରିଥିଲେ ।

ଏହା ପରେ ସେ ନିଜ ରୁମ କୁ ଚାଲିଗଲେ ଓ ରୁମ ଭିତରୁ ବନ୍ଦ କରିଦେଲେ । ଯେତେବେଳେ ସକାଳ ୧୦ ଟା ରେ ଖାଇବା କଥା ପଚାରିବାକୁ ଚାକର ଆସିଥିଲା ତେବେ ସେ କବାଟ ଖୋଲି ନଥିଲେ । ପୁଣି ୨-୩ ଘଣ୍ଟା ପରେ ମ୍ୟାନେଜର ସୁଶାନ୍ତ ଙ୍କ ଭଉଣୀକୁ ଫୋନ କଲେ । ତାଙ୍କ ଭଉଣୀ ଆସିଲେ ଓ ସେତେବେଳେ ତାଲା ଚାବି ବନାଉଥିବା ଲୋକକୁ ଡାକି କବାଟ ଖୋଲାଗଲା ଓ ଯାହା ସାମ୍ନାରେ ଦେଖାଗଲା ତାହାକୁ ଦେଖି ସମସ୍ତେ ଥରି ଉଠିଲେ ।

ଭଉଣୀ ଓ ବାକି ଲୋକ ଯେଉଁମାନେ ସେଠାରେ ଥିଲେ ସେମାନେ ସୁଶାନ୍ତଙ୍କ ଶବ ଦଉଡିରେ ଝୁଲୁଥିବାର ଦେଖିଲେ । ଏହା ପରେ ଘରେଲୁ ହେଲପର ପୋଲିସ କୁ ଫୋନ କଲା । ପୋଲିସ ଅନୁସାରେ ସୁଶାନ୍ତ ଙ୍କ ମୃତ୍ୟୁ ୧୦ ଟା ରୁ ୧ ମଧ୍ୟରେ ହୋଇଥିବାର କୁହାଯାଉଛି । ପୋଲିସ ମଡିଆକୁ କହିଥିଲେ କି ଆମକୁ ସୁଶାନ୍ତଙ୍କ ମୃତ୍ୟୁର ଖବର ୨ ଟା ରେ ମିଳିଲା ଓ ହାରାହାରି ୨.୩୦ ରେ ପୋଲିସ ତାଙ୍କ ଫ୍ଲାଟ ରେ ପହଞ୍ଚିଲେ । ଏହା ପରେ ମୁମ୍ବାଇ ପୋଲିସ ଯାଞ୍ଚ କରିବା ଆରମ୍ଭ କରିଥିଲା । ପୋଲିସ କୁ ତାଙ୍କର କୌଣସି ସୁସାଇଡ ନୋଟ ମିଳିଲା ନାହିଁ । ସୁସାନ୍ତଙ୍କ ଶବକୁ ରବିବାର ସନ୍ଧ୍ୟା ୫.୩୦ରେ ଡକ୍ଟର ଆରଏନ କପୂର ହସ୍ପିଟାଲ ନିଆଗଲା । ସେଠାରେ ତାଙ୍କର ପୋସ୍ଟ ମାର୍ଟମ ହେଲା ।

ବନ୍ଧୁମାନେ ଆମେ ସମସ୍ତେ ସୁଶାନ୍ତଙ୍କ ଏପରି ମୃତ୍ୟୁରେ ଦୁଃଖିତ, ସମସ୍ତେ ପ୍ରାର୍ଥନା କରନ୍ତୁ ତାଙ୍କ ଆତ୍ମା କୁ ଶାନ୍ତି ମିଳୁ । ଦେଶ ଦୁନିଆର ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ଓ ଆମ ସହ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *