କାଠ କୁ ସାଧାରଣତଃ ଜାଳେଣି ବା ଆସବାବପତ୍ର ତିଆରି ପାଇଁ ବ୍ୟବହାର କରାଯାଇଥାଏ। ଭାରତ ରେ ପ୍ରାୟ ସଗୁଆନ,ଶାଳ, ପିଆ ଶାଳ, ଶିଶୁଆ ଏବଂ ଇଉକାଲି ପଟସ ଗଛ ବ୍ୟବହୃତ ହୋଇଥାଏ। ତେବେ ଆପଣ ଜାଣିଲେ ଆଶ୍ଚଯ୍ୟ ହେବେ ଯେ ଭାରତରେ ସବୁଠାରୁ ମୂଲ୍ୟବାନ ଗଛ ଚନ୍ଦନ ଗଛ ଅଟେ। ତେବେ ଏହି ଚନ୍ଦନ ଗଛ ଆମ ଏଠି ଲକ୍ଷ ଲକ୍ଷ ଟଙ୍କା ରେ ବିକ୍ରି ହୋଇଥାଏ। କଣ ଆପଣ ଜାଣିଛନ୍ତି ଯେ ଚନ୍ଦନ ଗଛ ଠାରୁ ମଧ୍ୟ ଅଧିକ ଦାମୀ ଗଛ ମଧ୍ୟ ରହିଛି। ଯାହାର କାଠ ର ମୂଲ୍ୟ ଜାଣିଲେ ଆପଣଙ୍କ ହୋସ ଉଡ଼ିଯିବ।
ସାଧାରଣତ ଚନ୍ଦନ କାଠ ମହଙ୍ଗା ବୋଲି ଧରାଯାଏ, କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଦୁନିଆରେ ଏପରି ଏକ ଗଛ ଅଛି ଯିଏ ଚନ୍ଦନ ଗଛ କାଠ ଠାରୁ ବହୁ ଗୁଣରେ ମହଙ୍ଗା । ଏହି କାଠର ଏକ କିଲୋ ର ମୂଲ୍ୟ ଆପଣଙ୍କ କଳ୍ପନା ବାହାରେ ।
ଆମେ ଯେଉଁ କାଠ ବିଷୟରେ କହିବାକୁ ଯାଉଛୁ ତାହା ହେଉଛି ଆଫ୍ରିକୀୟ ବ୍ଲାକ୍ଉଡ୍ । କେନ୍ଦ୍ରୀୟ ଏବଂ ଦକ୍ଷିଣ ଆଫ୍ରିକାର 26 ଟି ଦେଶରେ ଏହା ଦେଖିବାକୁ ମିଳେ। ଆଫ୍ରିକୀୟ ବ୍ଲାକ୍ଉଡ୍ ର ମାତ୍ର ଏକ କିଲୋ ମୂଲ୍ୟ ଆଠ ହଜାର ପାଉଣ୍ଡରୁ ଅଧିକ, ଭାରତୀୟ ମୁଦ୍ରା ରେ ଏହାର ମୂଲ୍ୟ ପ୍ରାୟ ସାତ ଲକ୍ଷ ଟଙ୍କାରୁ ଏବଂ ତାଠାରୁ ମଧ୍ୟ ଅଧିକ। ଆଫ୍ରିକୀୟ ବ୍ଲାକ୍ଉଡ୍ ଗଛ ଅନ୍ୟ ଗଛ ତୁଳନାରେ ପୃଥିବୀରେ ବହୁତ କମ୍ ପରିମାଣରେ ମିଳିଥାଏ। ଏହି ଗଛର ଉଚ୍ଚତା ପ୍ରାୟ 25-40 ଫୁଟ।
କୁହାଯାଏ ଯେ ଏହି କାଠ ଗଛ ପ୍ରାୟତଃ ପାହାଡ଼ିଆ ଶୁଖିଲା ସ୍ଥାନରେ ମିଳିଥାଏ । ଏହା ମଧ୍ୟ କୁହାଯାଇଛି ଯେ ଆଫ୍ରିକୀୟ ବ୍ଲାକ୍ଉଡ୍ ସମ୍ପୂର୍ଣ୍ଣ ପ୍ରସ୍ତୁତ ହେବାକୁ ପ୍ରାୟ 60 ବର୍ଷ ଲାଗେ। ଏହି କାଠ କ୍ଲିନେଟ, ବଂଶୀ ଏବଂ ଗିଟାର ଭଳି ବାଦ୍ୟଯନ୍ତ୍ର ତିଆରିରେ ବ୍ୟବହୃତ ହୁଏ।ଏଥି ସହିତ, ଏହା ଆସବାବପତ୍ର ତିଆରିରେ ମଧ୍ୟ ବ୍ୟବହୃତ ହୁଏ, ଯାହା ମହଙ୍ଗା ଅଟେ।
ଏହି କାଠ ବହୁତ ହାଲୁକା ଏବଂ ମଜବୁତ ଅଟେ ତେଣୁ ଏହାର ଦାମ ମଧ୍ୟ ବହୁତ ଅଟେ। ତେବେ ଏହି ଗଛ ସମ୍ପୂର୍ଣ୍ଣ ବଡ ହେବା ପାଇଁ 20 ରୁ 25 ବର୍ଷ ଲାଗିଯାଏ ତେଣୁ ଏହି ଗଛର କାଠ ର ମୂଲ୍ୟ ବହୁତ ଅଧିକା। ଏହି କାଠ ବହୁତ ମଜବୁତ ଏବଂ ଅଧିକ ଦିନ ତିଷ୍ଠି ଥାଏ ତେଣୁ ଏହି କାଠ ରେ ସାମଗ୍ରୀ ଏବଂ କିଛି ଘର ଜିନିଷ କବାଟ ଝରକା ଆଦି ମଧ୍ୟ ତିଆରି କରାଯାଉଥିବାର ଦେଖିବାକୁ ମିଳେ।