ପିଏମ ମୋଦୀଙ୍କ ଠାରୁ କଣ ଚାହାଁନ୍ତି ତାଙ୍କ ପତ୍ନୀ ଯଶୋଦା ବେନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପତ୍ନୀ ଜଶୋଦାବେନଙ୍କ ବିଷୟରେ ସମସ୍ତେ ଜାଣିଛନ୍ତି । ଜଶୋଦାବେନ ପିଏମଙ୍କ ପତ୍ନୀ ହୋଇଥିବାରୁ ସେ ବି ମିଡିଆରେ ଛାଇ ରହିଥାନ୍ତି । କିଛି ଦିନ ତଳେ ଜଶୋଦାବେନଙ୍କ ଏକ ସାକ୍ଷାତ୍କାରରେ କହିଥିଲେ କି ‘ସେ ୪୩ ବର୍ଷ ହେବ ନରେନ୍ଦ୍ର ମୋଦୀଙ୍କ ଠାରୁ ଅଲଗା ରହୁଛନ୍ତି । କିନ୍ତୁ ତାଙ୍କୁ ସନ୍ତୋଷ ଅଛି କି ସେ ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କ ରୂପରେ ପରିଚିତ ଅଟନ୍ତି ।‘

ଯେମିତି ନରେନ୍ଦ୍ର ମୋଦୀଙ୍କ ଜୀବନ ପରିବର୍ତ୍ତନ ହୋଇଛି ସେହିଭଳି ଜଶୋଦାବେନଙ୍କ ଜୀବନ ବି ବହୁତ ପରିବର୍ତ୍ତନ ହୋଇ ଯାଇଛି । ସ୍କୁଲରେ ଅଧ୍ୟାପିକ ଥିବା ଜଶୋଦାବେନ ବର୍ତ୍ତମାନ ଦିନରାତି ପୋଲିସର ସୁରକ୍ଷାରେ ରହୁଛନ୍ତି । ଗୁଜୁରାଟ ପୋଲିସଙ୍କ ୫ ଜଣ ପୋଲିସ ଅଧିକାରୀ ଜଶୋଦାବେନଙ୍କ ସହିତ ସବୁ ସ୍ଥାନକୁ ଯାଇଥାନ୍ତି । ଜଶୋଦାବେନ ଯଦି ବଜାର ଯାଆନ୍ତି ତେବେ ସେ ଅଟୋରେ ଯାଆନ୍ତି ଓ ପୋଲିସ କର୍ମୀ କାରରେ ଯାଆନ୍ତି ।

ଆପଣଙ୍କୁ କହିଦେଉଛୁ କି ଲୋକସଭା ନିର୍ବାଚନରେ ଜଶୋଦାବେନ ପ୍ରଥମ ଥର ସାର୍ବଜନୀକ ରୂପରେ ଏହା ସ୍ଵୀକାର କରିଥିଲେ କି ସେ ନରେନ୍ଦ୍ର ମୋଦୀଙ୍କ ପତ୍ନୀ ଅଟନ୍ତି । ଅନ୍ୟ ପଟେ ନରେନ୍ଦ୍ର ମୋଦୀ ବି ନିର୍ବାଚନ ସମୟରେ ଜଶୋଦାବେନଙ୍କୁ ନିଜର ପତ୍ନୀ କହିଥିଲେ । ନରେନ୍ଦ୍ର ମୋଦୀ ଓ ଜଶୋଦାବେନଙ୍କ ବିବାହ ୧୯୬୮ରେ ହୋଇଥିଲା । କିନ୍ତୁ ବିବାହ ପରେ ଦୁଇ ଜଣ ଏକତ୍ରିତ ରହିଲେ ନାହିଁ । ନରେନ୍ଦ୍ର ମୋଦୀ ଏହା କହି ଜଶୋଦାବେନଙ୍କୁ ଛାଡି ଦେଇଥିଲେ କି ତାଙ୍କୁ ଦେଶର ସେବା କରିବାର ଅଛି ।

ଜଶୋଦାବେନ ନିଜର ସାକ୍ଷାତ୍କାରରେ ଆଗକୁ କହିଲେ କି, ‘ତାଙ୍କୁ ନିଜର ବୈବାହିକ ଜୀବନରେ ଅଳ୍ପ ହେଲେ ବି ଦୁଖ ନାହିଁ । କାରଣ ମୋଦୀ ଦେଶ ସେବା କରିବା ନିମନ୍ତେ ତାଙ୍କୁ ଛାଡି ଥିଲେ ।‘ ପାଖପାଖି ୪୦ ବର୍ଷ ସ୍କୁଲରେ ଅଧ୍ୟାପିକା ରହିଥିବା ଜଶୋଦାବେନ ବର୍ତ୍ତମାନ ସଠିକ ରୂପରେ ଶୁଣି ପାରନ୍ତି ନାହିଁ । ଆପଣଙ୍କୁ କହିଦେଉଛୁ କି ଜଶୋଦାବେନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ସପ୍ତାହକୁ ଚାରି ଦିନ ବ୍ରତ ରଖିଥାନ୍ତି ଓ ସେହି ଚାରି ଦିନ ସେ ଭାତ ଖାଆନ୍ତି ନାହିଁ ।

ସେ କହିଲେ କି ତାଙ୍କର ଇଚ୍ଛା ହୁଏ କି ସେ ମୋଦୀଙ୍କ ସହିତ ଆସିବେ । କିନ୍ତୁ ମିଡିଆ ଏହାକୁ ସବୁବେଳେ ଭୁଲ ଭାବରେ ପ୍ରସାରିତ କରିଥାନ୍ତି । ସେ କୁହନ୍ତି କି ମୁଁ ଯିବି ଓ ତାଙ୍କର ସେବା କରିବି । ମୋତେ କେବଳ ଥରେ ନିମନ୍ତ୍ରଣ ଦିଅନ୍ତୁ । ମୁଁ ତାଙ୍କ ପାଖକୁ ଚାଲି ଯିବି । ତାଙ୍କ ସହିତ ଏକ ନୂଆ ଜୀବନ ଆରମ୍ଭ କରିବାକୁ ଚାହୁଁଛି । କିନ୍ତୁ ତାଙ୍କୁ ଆଗକୁ ଆସିବାର ଅଛି । ସେ କହିଲେ କି ତାଙ୍କୁ ମିଡିଆ ସହ କଥାବାର୍ତ୍ତା କରିବାକୁ କେବେ ବି ଅସୁବିଧା ହୁଏ ନାହିଁ ।

କିନ୍ତୁ ତାଙ୍କୁ ସବୁବେଳେ କୁହଯାଏ କି ଆପଣ ମିଡିଆ ସହ କଥାବାର୍ତ୍ତା କରନ୍ତୁ ନାହିଁ । କିନ୍ତୁ ଜଶୋଦାବେନ କହିଲେ ନାହିଁ କି ତାଙ୍କ ଏହିଭଳି କିଏ କହିଥାଏ । ସେ କହିଲେ କି ମୋର କେତେଥର ଇଚ୍ଛା ହୁଏ କି ମୁଁ ମିଡିଆକୁ କହିବି କି ମୁଁ ମୋଦୀଙ୍କ ପତ୍ନୀ ଅଟେ । ମୁଁ ମୋର ବିବାହ ବିଷୟରେ କଥାବାର୍ତ୍ତା କରିବାକୁ ଚାହୁଁଛି । କିନ୍ତୁ ମୁଁ କାହା ସହିତ କରିବି । ଜଶୋଦାବେନ କହିଲେ କି ନରେନ୍ଦ୍ର ମୋଦୀ ଲୋକସଭା ନିର୍ବାଚନରେ ଯେତେବେଳେ ତାଙ୍କୁ ନିଜର ପତ୍ନୀ କହିଲେ ତେବେ ତାଙ୍କର ଆଖି ଖୁସିରେ ଭାରି ଯାଇ ଥିଲା ।

ସେ କହିଲେ କି ସେହି ସମୟରେ ମୁଁ ବହୁତ ଖୁସି ହୋଇଥିଲି । ଏହା ଛଡା ସେ ଆଶା କରୁଥିଲେ କି ମୋଦୀ ତାଙ୍କୁ ବର୍ତ୍ତମାନ ଆପଣାଇ ନେବେ । କିନ୍ତୁ ମୋଦୀ ଏହିଭଳି କିଛି କରିଲେ ନାହିଁ । ଜଶୋଦାବେନ କହିଲେ କି ମୋଦୀଙ୍କ ହୃଦୟରେ ତାଙ୍କ ପ୍ରତି ଭଲ ପାଇବା ଅଛି ସେଥିପାଇଁ ସେ ତାଙ୍କର ନାଁ କହିଲେ ।

ଆପଣଙ୍କୁ ଆମର ଏହି ପୋସ୍ଟଟି କିପରି ଲାଗିଲା ଆମକୁ ଜଣାନ୍ତୁ, ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ଶେୟାର କରି ପେଜକୁ ଲାଇକ କରନ୍ତୁ ଓ ଆଗକୁ ଆମ ସହ ଯୋଡି ହୋଇ ରୁହନ୍ତୁ ।

Leave a Reply

Your email address will not be published. Required fields are marked *