ସୁଶାନ୍ତ ସିଂହ ରାଜପୁତଙ୍କ ଡାଏରୀ ରୁ ଖୋଲିଲା ଅଙ୍କିତାଙ୍କର ୩ଟି ସବୁଠୁ ବଡ ରାଜ

 

ସୁଶାନ୍ତ ସିଂହ ରାଜପୁତ ଏକ ଲୋକପ୍ରିୟ ଅଭିନେତା ହେବା ସହ ଜଣେ ବହୁତ ଭଲ ମଣିଷ ମଧ୍ୟ ଥିଲେ । ନିଜ ଜୀବନର ସଂଘର୍ଷରେ ହାରିଯାଇଥିବା ଏହି ବ୍ୟକ୍ତି ଜଣକ ବହୁତ କଷ୍ଟ କରି ବଲିଉଡ ଜଗତରେ ସଫଳତା ହାସଲ କରିଥିଲେ । ବଲିଉଡରେ ହେଉଥିବା ନେପୋଟିଜିମ ଓ ଅନ୍ୟାନ୍ୟ କାରଣ ହେତୁ ସୁଶାନ୍ତ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ ହୋଇଥିଲେ । ଜୁନ ୧୪ ତାରିଖ ଦିନ ସୁଶାନ୍ତ ଆତ୍ମହତ୍ୟା କରିଥିବାର ଘଟଣା ସାମ୍ନାକୁ ଆସିଥିଲା । ହେଲେ ସୁଶାନ୍ତଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ନ୍ୟାୟ ମିଳି ନାହିଁ ।


ସୁଶାନ୍ତଙ୍କ ମୃତ୍ୟୁର କିଛି ଦିନ ପରେ ବହୁତ କଥା ସାମ୍ନାକୁ ଆସିଥିଲା । କିଛି ଲୋକଙ୍କ ମତରେ ସୁଶାନ୍ତ ଆତ୍ମହତ୍ୟା କରିନାହାନ୍ତି, ତାଙ୍କର ହତ୍ୟା ହୋଇଛି ବୋଲି ଜଣା ପଡିଛି । ସୁଶାନ୍ତଙ୍କ ମୃତ୍ୟୁ ପରେ ସମଗ୍ର ଭାରତ ବର୍ଷ ବହୁତ ଦୁଃଖ ଅନୁଭବ କରିଥିଲା । ସୁଶାନ୍ତଙ୍କ କେସରେ ଅନ୍ୟ ୩ଟି ବଡ ଖୁଲାସା ହୋଇଛି, ଆଜି ଆମେ ଆପଣ ମାନଙ୍କୁ ଏହି ଖୁଲାସା ଗୁଡିକ ବିଷୟରେ କହିବୁ । ତେବେ ଆସନ୍ତୁ ଜାଣିବା ଏହି ଖୁଲାସା ଗୁଡିକ ବିଷୟରେ ।


ସୁଶାନ୍ତ ଏକ ଆତ୍ମ ନିର୍ଭରଶୀଳ ମଣିଷ ଥିଲେ । ତାଙ୍କ ଜୀବନରେ ଘଟିଥିବା ସମସ୍ତ କଥାକୁ ସେ ଏକ ଡାଏରୀରେ ଲେଖି ରଖିଥିଲେ । ଏହି ଡାଏରୀରେ ଅଙ୍କିତା ଲୋଖଣ୍ଡେଙ୍କ ବିଷୟରେ ଏମିତି କିଛି କଥା ଲେଖା ହୋଇଛି ଯାହା ବିଷୟରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ଅଙ୍କିତା ଲୋଖଣ୍ଡେ ହେଉଛନ୍ତି ସୁଶାନ୍ତ ସିଂହ ରାଜପୁତଙ୍କ ଏକ୍ସ ଗର୍ଲଫ୍ରେଣ୍ଡ । ସୁଶାନ୍ତଙ୍କ ସଂଘର୍ଷ ସମୟରେ ଅଙ୍କିତା ସୁଶାନ୍ତଙ୍କ ସହ ରହିଥିଲେ । ତେଣୁ ସୁଶାନ୍ତ ସବୁଠାରୁ ଅଧିକ ଅଙ୍କିତାଙ୍କ ଉପରେ ବିଶ୍ଵାସ କରୁଥିଲେ । ହେଲେ ସୁଶାନ୍ତଙ୍କ ଡାଏରୀରେ ଅଙ୍କିତାଙ୍କ ବିଷୟରେ ୩ଟି ରହସ୍ୟ ମୟ କଥା ସାମ୍ନାକୁ ଆସିଛି, ତେବେ ଆସନ୍ତୁ ଜାଣିବା ଏହି ରହସ୍ୟ ବିଷୟରେ ।


୧. ସୁଶାନ୍ତଙ୍କ ଡାଏରୀ ଅନୁସାରେ ଅଙ୍କିତା ଓ ସୁଶାନ୍ତଙ୍କ ମଧ୍ୟରେ ବିବାହ ହେବାକୁ ଯାଉଥିଲା । ଏହି କଥା ବିଷୟରେ ସୁଶାନ୍ତଙ୍କ ସମ୍ପର୍କୀୟ ଓ କିଛି ସାଙ୍ଗ ମାନଙ୍କୁ ମଧ୍ୟ ଜଣା ଥିଲା । ସୁଶାନ୍ତଙ୍କ ପିତା ମଧ୍ୟ ଏହା ବିଷୟରେ କହିଥିଲେ । ଅର୍ଥାତ ସୁଶାନ୍ତ ସିଂହ ରାଜପୁତ ଓ ଅଙ୍କିତା ପରସ୍ପର ସହ ବିବାହ କରିବା ପାଇଁ ଚାହୁଁ ଥିଲେ ।

୨. ସୁଶାନ୍ତ ଓ ଅଙ୍କିତା ୨୦୧୦ ରୁ ୨୦୧୬ ପର୍ଯ୍ୟନ୍ତ କିଛି ଖାସ ସମୟ ଅତିବାହିତ କରିଥିଲେ, ଏହି ସବୁ ଖାସ ସମୟ ବିଷୟରେ ସୁଶାନ୍ତ ନିଜ ଡାଏରୀରେ ଲେଖିଥିଲେ ।

୩. ସୁଶାନ୍ତ ରାଜପୁତ ଚାନ୍ଦରେ ଜମି କିଣିଥିବାର ପ୍ରଥମ ବ୍ୟକ୍ତି ଥିଲେ, ଏହା ସହିତ ସେହି ଚାନ୍ଦରେ ଘର ବନେଇ ସେ ଅଙ୍କିତାଙ୍କ ସହ ରହିବାର ସ୍ଵପ୍ନ ଦେଖିଥିଲେ । ଏହି ସବୁ କଥା ବିଷୟରେ ସୁଶାନ୍ତଙ୍କ ଘର ଲୋକମାନେ ମଧ୍ୟ କହିଛନ୍ତି ।


ଏହି ସବୁ କଥା ଅନୁସାରେ ସୁଶାନ୍ତଙ୍କ ଆତ୍ମହତ୍ୟାର କୌଣସି କାରଣ ନାହିଁ । ତେବେ ଆପଣ ହିଁ କୁହନ୍ତୁ ଯଦି ଜଣେ ମଣିଷ ନିଜ ଭବିଷ୍ୟତ ପାଇଁ ଏତେ ସବୁ କଥା ଚିନ୍ତା କରିଥିବ ସେ କେମିତି ଆତ୍ମହତ୍ୟା କରିବ ।

ଏଥିରେ ଆପଣଙ୍କ ମତାମତ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଆଗକୁ ଏହି ମାମଲାର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *