ଏହାକୁ ଥରେ ପଢିବା ପରେ ଆପଣ ଜୀବନରେ କେବେ ବି ଲେମ୍ବୁ ଚୋପା ଫିଙ୍ଗିବାର ଭୁଲ କରିବେ ନାହିଁ

 

ସାଧାରଣତଃ ଆମ୍ଭେମାନେ ଲେମ୍ବୁ ରସର ବ୍ୟବହାର କରିଥାଉ । ହେଲେ ଲେମ୍ବୁରୁ ରସ ବାହାର କରିବା ପରେ ଆମ୍ଭେମାନେ ଲେମ୍ବୁ ଚୋପାକୁ ଫିଙ୍ଗି ଦେଇଥାଉ । ଆଜି ଆମେ ଆପଣ ମାନଙ୍କୁ ଲେମ୍ବୁ ଚୋପାର ଏମିତି କିଛି ଉପାୟ ବିଷୟରେ କହିବୁ ଯାହା ବିଷୟରେ ଜାଣିବା ପରେ ଆପଣ କେବେ ଲେମ୍ବୁ ଚୋପାକୁ ଫିଙ୍ଗିବେ ନାହିଁ । ତେବେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ ।


ପ୍ରଥମେ ଆପଣ କିଛି ଲେମ୍ବୁ ଚୋପାକୁ ନିଅନ୍ତୁ, ଏହି ଉପାୟ ପାଇଁ ଉଭୟ ଫ୍ରେସ ଓ ପୁରୁଣା ଚୋପା ଉପଯୋଗ କରିହେବ । ଏହାପରେ ଆପଣ ଏକ ପାତ୍ରରେ ଦେଢ ଗ୍ଳାସ ପାଣି ନିଅନ୍ତୁ । ଏହି ପାଣି ପାତ୍ରରେ ଲେମ୍ବୁ ଗୁଡିକୁ ପକାନ୍ତୁ ଓ ପାତ୍ରକୁ ନେଇ ଗ୍ୟାସ ଚୁଲାରେ ଗରମ କରନ୍ତୁ । କମ ସେ କମ ୪ ମିନିଟ ପର୍ଯ୍ୟନ୍ତ ଏହାକୁ ଗରମ କରନ୍ତୁ । ଏହା ଦ୍ଵାରା ଲେମ୍ବୁର ସବୁ ରସ ବାହାରି ଯିବ । ଏହାପରେ ପାଣିର ରଙ୍ଗ ବଦଳିଯିବ, ଆପଣ ଗ୍ଯାସକୁ ବନ୍ଦ କରି ଦିଅନ୍ତୁ ।

ଗ୍ଯାସ ବନ୍ଦ କରିବା ପରେ ପାତ୍ରରୁ ଲେମ୍ବୁ ଗୁଡିକୁ କାଢି ଦିଅନ୍ତୁ ଓ ଛଣାରେ ରସକୁ ଭଲ ଭାବରେ ଛାଣି ଦିଅନ୍ତୁ । କାରଣ ଲେମ୍ବୁ ଚୋପାରେ ମଧ୍ୟ କିଛିଟା ମଞ୍ଜି ରହିଯାଇଥାଏ । ଏହାପରେ ଆପଣ ଏକ ୧ ଲିଟର ର ଏକ ବଟଲ ନିଅନ୍ତୁ ଓ ଏଥିରେ ଅଧା ସାଧାରଣ ପାଣି ପୁରାନ୍ତୁ । ସାଧାରଣ ପାଣି ପୂରେଇବା ପରେ ସେହି ଲେମ୍ବୁ ରସକୁ ବଟଲରେ ପୁରାଇ ଦିଅନ୍ତୁ ।

ଏହାପରେ ଆପଣ ଭଲ ଭାବରେ ବୋଟଲରେ ମିକ୍ସ କରି ଦିଅନ୍ତୁ । ଏଥିରେ ଆପଣ ୧ ଚାମଚ ମିଠା ସୋଢା ବା ଖାଇବା ସୋଢା ମିଶାନ୍ତୁ । ସୋଢା ପକାଇବା ପରେ ପାଣିରେ ଫେଣ ହେବା ଆରମ୍ଭ ହେବ । ଏହାପରେ ଆପଣ ଏହି ମିଶ୍ରଣରେ ଯେକୌଣସି ତରଳ ଡିସ ୱାସ ମିଶାନ୍ତୁ । ଏହାକୁ ମିଶାଇବା ଦ୍ଵାରା ଏଥିରୁ ବହୁତ ଭଲ ସୁଗନ୍ଧ ଆସିଥାଏ । ଯଦି ଆପଣଙ୍କ ପାଖରେ ଡିସ ୱାସ ନାହିଁ ତା ହେଲେ ଆପଣ କୌଣସି ବି ଡିଟର୍ଜେଣ୍ଟ ମିଶାଇ ପାରିବେ ।


ଏହା ପରେ ଏହି ମିଶ୍ରଣ ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇଯିବ । ଏହି ମିଶ୍ରଣ ଦ୍ଵାରା ଆପଣ ସବୁ କିଛି କ୍ଳିନ କରି ପାରିବେ । ଶେଷରେ ଆପଣ ଏକ ସ୍ପ୍ରେ ବଟଲରେ ଏହି ମିଶ୍ରଣ ରଖି ଦିଅନ୍ତୁ । ଆପଣ ଏହି ମିଶ୍ରଣ ଦ୍ଵାରା ନିଜ ଘର ବାସନ, କାଚ ଓ ଫର୍ନୀଚରକୁ ବହୁତ ଭଲ ଭାବରେ ସଫା କରିପାରିବେ । ଏହି ଉପାୟକୁ ଉପଯୋଗ କରିବା ପରେ ଆପଣମାନେ କେବେ ବି ଲେମ୍ବୁ ଚୋପାକୁ ନଷ୍ଟ କରିବେ ନାହିଁ ।

ଆମର ଏହି ଟିପ୍ସ ଭଲ ଲାଗିଥିଲେ ସେଆର କରନ୍ତୁ ଅନ୍ୟମାନଙ୍କ ସହିତ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *