ସାଙ୍ଗମାନେ ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଜୀବନରେ ଖୁସିରେ ରହିବା ବହୁତ ଜରୁରୀ । ଏମିତି ଖୁସିରେ ଜୀବନ କାଟିବା ପାଇଁ ବହୁତ ଉପାୟ ଅଛି । ଯାହା ଦ୍ଵାରା ଆମର ଟାଇମ ପାସ ହୋଇଯାଏ ଓ ତାହା ସହିତ ବହୁତ ମଜା ମଧ୍ୟ ଆସିଥାଏ । ଏହି ଉପାୟରେ ଆମେ ଅନ୍ୟମାନଙ୍କୁ ବି ଏଣ୍ଟରଟେନ କରି ପାରିବା । ଏହି ଉପାୟ ମଧ୍ୟରୁ ଗୋଟିଏ ହେଲା ପହେଲି ବା ପଜଲ, ଯାହାକୁ ଆମେ ସମସ୍ତେ ନିଶ୍ଚୟ ଖେଳିଥିବା । ଯେଉଁଥିରେ କିଛି ଚତୁର ପ୍ରଶ୍ନର ଉତ୍ତର ଦେବାକୁ ପଡିଥାଏ ।
ସେହିପରି ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ କହିବୁ, ଯାହା ବିଷୟରେ ଆପଣ ଜାଣିଲେ ଅନ୍ୟମାନଙ୍କୁ ଏହି ସବୁ ପ୍ରଶ୍ନ ପଚାରି ପାରିବେ । ଆପଣ ମାନେ ମଧ୍ୟ ପରୀକ୍ଷା କରନ୍ତୁ ଆମ ଆର୍ଟିକିଲରେ ଦିଆଯାଇଥିବା ପ୍ରଶ୍ନ ଅନ୍ୟ କେହି ଲୋକ ଦେଇ ପାରୁଛନ୍ତି ନା ନାହିଁ । ତେବେ ଆସନ୍ତୁ ଜାଣିବା ଆମର ଏହି ଚତୁର ପ୍ରଶ୍ନ ଓ ଉତ୍ତର ବିଷୟରେ ।
ପ୍ରଶ୍ନ – ୧
ଏମିତି କେଉଁ ଟେବୁଲ ଅଛି ଯାହାକୁ ଆମେ ଖାଇଥାଉ ?
ଉତ୍ତର- ଭେଜି ଟେବୁଲ ।
ପ୍ରଶ୍ନ – ୨
ତାହା କେଉଁ ଜିନିଷ ଯାହା ଫ୍ରିଜରେ ରହିଲେ ମଧ୍ୟ ଗରମ ରୁହେ ?
ଉତ୍ତର- ଗରମ ମସଲା
ପ୍ରଶ୍ନ – ୩
କାହାର ଡେଣା ନଥିଲେ ମଧ୍ୟ ସେ ଉଡିପାରେ ?
ଉତ୍ତର- ଗୁଡି
ପ୍ରଶ୍ନ – ୪
ତାହା କେଉଁ ଜିନିଷ ଯାହାକୁ ଝିଅ ମାନେ ବର୍ଷରେ କେବଳ ଥରେ କିଣି ଥାନ୍ତି ?
ଉତ୍ତର- ରାକ୍ଷୀ
ପ୍ରଶ୍ନ – ୫
କିଏ ପାଣି ପିଇବା ମାତ୍ରେ ମରିଯାଏ ?
ଉତ୍ତର- ଶୋଷ
ପ୍ରଶ୍ନ – ୬
ଅଇଲା ଲୋ ମା ଟକଳି,
ଦିଅଁକୁ ଖାଇଲା, ଦେବତା ଖାଇଲା,
ଆହୁରି ଖାଇବ ଖଟୁଳି ।
ଉତ୍ତର- ନିଆଁ
ପ୍ରଶ୍ନ – ୭
ଗଛଟି ଲଣ୍ଡା, ତା ଉପରେ ବସି ଅଛି ଫକିର ପଣ୍ଡା ।
ଉତ୍ତର- ଚୁଲି ଉପରେ ହାଣ୍ଡି ।
ପ୍ରଶ୍ନ – ୮
ଏମିତି ଏକ ନାମ କୁହ ଯେଉଁଥିରେ ତାଲା ଏବଂ ଚାବି ଦୁଇଟି ଯାକ ରହି ଅଛି ?
ଉତ୍ତର- ଲକି
ପ୍ରଶ୍ନ – ୯
ଗାଈ କ୍ଷୀର ଦିଏ, କୁକୁଡା ଅଣ୍ଡା ଦିଏ କିନ୍ତୁ ସେ କିଏ ଯିଏ ଦୁଇଟି ଯାକ ଦିଏ ?
ଉତ୍ତର- ଦୋକାନୀ ।
ପ୍ରଶ୍ନ – ୧୦
ତାହା କେଉଁ ଜିନିଷ ଯାହାକୁ ଯେତେ ଖାଇଲେ ମଧ୍ୟ ପେଟ ପୁରେ ନାହିଁ ?
ଉତ୍ତର- ରାଣ ।
ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ମଜାଳିଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ