ଶେଷରେ ଜଣା ପଡିଲା କି କେତେ ଖତରନାକ ଗେମ ଖେଳା ଯାଇଥିଲା ସୁଶାନ୍ତ ସିଂହ ରାଜପୁତଙ୍କୁ ବର୍ବାଦ କରିବା ପାଇଁ

ସୁଶାନ୍ତ ସିଂହ ରାଜପୁତ ଏକ ଭଲ କଳାକାର ହେବା ସହିତ ଜଣେ ଭଲ ମଣିଷ ମଧ୍ୟ ଥିଲେ । ସୁଶାନ୍ତ ନିଜ କଷ୍ଟରେ ବଲିଉଡରେ ବହୁତ ନାମ ଅର୍ଜନ କରିଥିଲେ । ୧୪ ଜୁନ ସକାଳ ସମୟରେ ସୁଶାନ୍ତ ଫାଶୀ ଦେଇ ଆତ୍ମହତ୍ୟା କରିଥିଲେ । ଏହି ଖବର ସମସ୍ତ ଭାରତ ଦେଶକୁ ଆଶ୍ଚର୍ଯ୍ୟ କରିଦେଇଥିଲା । ଆଜି ଆମେ ଆପଣଙ୍କୁ ସୁଶାନ୍ତଙ୍କ ବରବାଦ ହେବା ପଛରେ ଥିବା କାରଣ ବିଷୟରେ କହିବୁ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।


ସୁଶାନ୍ତ ତାଙ୍କ କ୍ୟାରିୟରରେ ବହୁତ ବଡ ବଡ ବଲିଉଡ ବ୍ୟାନରରେ ଫିଲ୍ମ କରିଥିଲେ । ହେଲେ ଏହି ବଡ ବଡ ବ୍ୟାନର ଗୁଡିକ ସର୍ବ ପ୍ରଥମେ ସୁଶାନ୍ତଙ୍କୁ ବୟକଟ କରିଥିଲା । ସୁଶାନ୍ତଙ୍କ ଭଲ ଇମେଜକୁ ଖରାପ କରିବା ପାଇଁ ସର୍ବ ପ୍ରଥମେ ଏକ ଜର୍ନାଲିଷ୍ଟ ଗୃପ କରାଯାଇଥିଲା । ଏମାନେ ସୁଶାନ୍ତଙ୍କ ବିଷୟରେ ଖବର ଛାପୁ ଥିଲେ ସତ, ହେଲେ ଏହି ସବୁ ଖବର ନେଗେଟିଭ ହେଉଥିଲା । ଯାହା ଫଳରେ ୨୦୧୭ ରୁ ୨୦୧୯ ପର୍ଯ୍ୟନ୍ତ ସୁଶାନ୍ତଙ୍କ ବିଷୟରେ କେବଳ ନେଗେଟିଭ ଖବର ଛପା ହୋଇଥିଲା ।

ସୁଶାନ୍ତଙ୍କ ବିଷୟରେ ଅପପ୍ରଚାର କରିଥିବା ଜର୍ନାଲିଷ୍ଟ ଗୃପ ବିଷୟରେ କଙ୍ଗନା ରଣାବତ ମଧ୍ୟ କହିଥିଲେ । କଙ୍ଗନାଙ୍କ ସହ ମଧ୍ୟ ଏହା ହୋଇସାରିଥିଲା । ଏହି ଲୋକମାନେ କଳାକାର ମାନଙ୍କ ଇମେଜକୁ ଡ୍ୟାମେଜ କରିବା ପାଇଁ ଏହି ସବୁ ନେଗେଟିଭ ଆର୍ଟିକିଲ ଛାପିଥିଲେ । କଙ୍ଗନା ଏହି ଜର୍ନାଲିଷ୍ଟ ମାନଙ୍କ ନାମ କହିବା ସହ ଏମାନଙ୍କ ବିଷୟରେ ପୁରା ବିସ୍ତାରରେ କହିଥିଲେ । ଏହି ମିଡିଆ ଗୃପ ହେଉଛି ବଲିଉଡର ବହୁତ ପୁରୁଣା ମିଡିଆ ଗୃପ ।


କୃତୀ ସେନୋନ ମଧ୍ୟ ଏହି ମିଡିଆ ଗୃପକୁ ରୋକିବା ପାଇଁ ଟ୍ଵିଟ କରିଥିଲେ । ବର୍ତ୍ତମାନ ପୋଲିସ ଏହାର ଅନୁସନ୍ଧାନ କରୁଛି । ପ୍ରଥମେ ଫିଲ୍ମ ବ୍ୟାନର ଗୁଡିକ ସୁଶାନ୍ତଙ୍କୁ ବୟକଟ କରିଥିଲେ, ଯାହାଫଳରେ ସୁଶାନ୍ତଙ୍କୁ କେତେକ ଫିଲ୍ମରୁ ରିଜେକ୍ଟ କରାଯାଇଥିଲା । ଏହି ସବୁ ଖବର ସୁଶାନ୍ତଙ୍କ କ୍ୟାରିୟରରେ ବହୁତ ପ୍ରଭାବ ପକାଇଥିଲା । ଏହି ସବୁ ଖବର ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ଯାହାଫଳରେ ଲୋକମାନେ ଷ୍ଟାର କିଡ୍ସ ମାନଙ୍କ ଫିଲ୍ମ ଓ ଫିଲ୍ମ ମେକର ମାନଙ୍କୁ ଘୃଣା କରୁଛନ୍ତି । ସୁଶାନ୍ତଙ୍କ ମୃତ୍ୟୁ ପଛରେ ବଲିଉଡର କେତେକ ବଡ ବଡ ଦିଗ୍ଗଜ ମାନଙ୍କ ହାତ ରହିଛି । ସୋସିଆଲ ମିଡିଆରେ ଷ୍ଟାର କିଡ୍ସ ମାନଙ୍କୁ ବହୁତ ମାତ୍ରାରେ ଟ୍ରୋଲ କରାଯାଉଛି । ସୁଶାନ୍ତ ମୃତ୍ୟୁ ପଛରେ ଥିବା ଅସଲି କାରଣ ବିଷୟରେ ଜାଣିବା ପାଇଁ ପୋଲିସର ଅନୁସନ୍ଧାନ ଚାଲିଛି ।

ସୁଶାନ୍ତ ସିଂହ ରାଜପୂତ ମାମଲାରେ ସବୁ ଅପଡେଟ ପାଇବା ପାଇଁ ପେଜକୁ ଲାଇକ ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *