ବିବାହ ବନ୍ଧନରେ ବାନ୍ଧି ହେଲେ ଓଡିଆ ଅଭିନେତ୍ରୀ ଗାର୍ଗୀ ମହାନ୍ତି

ବର୍ତ୍ତମାନ ସମୟରେ ସମାଜର ପରିସ୍ଥିତି ବହୁତ ଦୁର୍ବଳ ରହିଛି ଲକଡାଉନ ହେତୁ ବିବାହ ଓ ବ୍ରତ ଘର ଆଦି ଅନୁଷ୍ଠାନ ବହୁତ କମ ଦେଖିବାକୁ ମିଳୁଛି । ହେଲେ ଏହି ଲକଡାଉନ ସମୟରେ ଜୁନ ୨୭ ତାରିଖରେ ଓଡିଆ ଅଭିନେତ୍ରୀ ଗାର୍ଗୀ ମହାନ୍ତି ତାଙ୍କ ଛୋଟ ବେଳର ସାଙ୍ଗ ରବୀନ୍ଦ୍ରଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଆପଣ ମାନେ ଗାର୍ଗୀ ମହାନ୍ତିଙ୍କୁ କେତେକ ସିରିଏଲ ଓ ସିନେମାରେ ଦେଖିଥିବେ । ଗାର୍ଗୀଙ୍କ ଅଭିନୟକୁ ଲୋକମାନେ ବହୁତ ପସନ୍ଦ କରନ୍ତି ।

ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଗାର୍ଗୀଙ୍କ ଲୋକପ୍ରିୟତା ବହୁତ ଅଧିକ । ହେଲେ ‘ରାନି’ ସିରିଏଲରେ ଗାର୍ଗୀ ମହାନ୍ତିଙ୍କ ଅଭିନୟକୁ ଲୋକମାନେ ଅଧିକ ପସନ୍ଦ କରିଥିଲେ ।‘ରାନି’ ସିରିଏଲ ସରିବା ପରେ ଗାର୍ଗୀ ‘ତୋ ଆଖି ମୋ ଆଇନା’ରେ ବହୁତ ଭଲ ଅଭିନୟ କରିଥିଲେ । ହେଲେ ଏହି ସିରିୟଲ ସାରିବା ପରେ ଗାର୍ଗୀ ଅନ୍ୟ କୌଣସି ସିରିୟଲରେ କାମ କରିନଥିଲେ ।

ଗାର୍ଗୀ ଅଭିନୟ କରିବା ସହିତ ବହୁତ ଭଲ ଓଡିଶୀ ଡ୍ୟାନ୍ସ କରନ୍ତି । ଓଡିଶୀ ଡ୍ୟାନ୍ସରେ ସେ ନାସନାଲ ଲେବଲର ଆୱାର୍ଡ ପାଇଛନ୍ତି । ଗତ ଜୁନ ୨୭ ତାରିଖରେ ଗାର୍ଗୀ ମହାନ୍ତି ତାଙ୍କ ପିଲା ବେଳର ସାଙ୍ଗ ରବୀନ୍ଦ୍ରଙ୍କୁ ବିବାହ କରି ନିଜ ବୈବାହିକ ଜୀବନର ଆରମ୍ଭ କରିଛନ୍ତି । ଆମ ଟିମ ତରଫରୁ ଗାର୍ଗୀ ମହାନ୍ତିଙ୍କ ବୈବାହିକ ଜୀବନ ପାଇଁ ହାର୍ଦ୍ଧିକ ଅଭିନନ୍ଦନ । ଲକଡାଉନ ହେତୁ ଗାର୍ଗୀ କୌଣସି ସ୍ଥାନକୁ ବୁଲିବା ପାଇଁ ଯାଇ ନାହାନ୍ତି, ହେଲେ ଲକଡାଉନ ସରିବା ପରେ ସେ କିଛିଟା ଭଲ ସ୍ଥାନକୁ ବୁଲିବାକୁ ଯିବେ । ଏହା ବିଷୟରେ ସେ ତାଙ୍କ ପରିବାର ଲୋକଙ୍କ ସହ ଯୋଜନା ମଧ୍ୟ କରିଛନ୍ତି ।

ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ଅଲିଉଡ ର ଚଟପଟା ଖବର ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *