ଫିଲ୍ମ ରାଜା ହିନ୍ଦୁସ୍ଥାନୀରେ ନଜର ଆସିଥିବା ଏହି ନଟଖଟ ପିଲାଟି, ଆଜି ହେଇ ସାରିଛି ପଟୋଦୀ ପରିବାରର ଜ୍ଵାଇଁ

ବଲିଉଡର ମିଷ୍ଟର ପର୍ଫେକ୍ଟ ଅମିର ଖାନଙ୍କୁ ଆପଣ ସମସ୍ତେ ଜାଣିଥିବେ , ଯଦି ଆପଣଙ୍କୁ ମନେ ଥିବ ତେବେ ସେ ପପୁଲାର ଆକ୍ଟ୍ରେସ କରିଷ୍ମା କପୁରଙ୍କ ସହିତ ଫିଲ୍ମ ରାଜା ହିନ୍ଦୁସ୍ଥାନୀରେ କାମ କରିଥିଲେ । ଏହି ଫିଲ୍ମରେ ଏହି ଦିଜଣଙ୍କ କେମେଷ୍ଟ୍ରିକୁ ବହୁତ ପସନ୍ଦ କରା ଯାଉଥିଲା । ଆଜି ମଧ୍ୟ ଏହି ଫିଲ୍ମରେ କାମ କରୁଥିବା କଳାକାରଙ୍କୁ ଲୋକେ ମନେ ପକାଉଛନ୍ତି ।

ଆଜି ଆମେ ଆପଣଙ୍କୁ ଏହି ଫିଲ୍ମର ଜଣେ ଏମିତି ହିଁ କଳାକାରଙ୍କ ସହିତ ମିଳେଇବୁ ଯିଏ ସେହି ସମୟରେ ବହୁତ କମ ବୟସର ଥିଲେ । ଖାସ କରି ଏହି ଫିଲ୍ମର ଗୀତ ଆଜି ମଧ୍ୟ ଲୋକମାନେ ଗାଉଛନ୍ତି । ଏହି ଫିଲ୍ମର ଗୀତ ପରଦେଶୀ ପରଦେଶୀ ଆଜି ବି ଲୋକ ମନ ଉଦାସ ହେଲେ ଶୁଣିଥାନ୍ତି । ଏତିକି ହିଁ ନୁହେଁ , ଏହି ଫିଲ୍ମର କାହାଣୀ ଆଜି ଯାଏ ଲୋକ ଦେଖୁଛନ୍ତି ।

କିନ୍ତୁ ଏଠି ଆମେ ଏହି ଫିଲ୍ମରେ ଆମିର ଖାନଙ୍କ ସହିତ ଦେଖା ଯାଉଥିବା ଏହି ଛୋଟ ଛୁଆଟି ବିଷୟରେ କହିବାକୁ ଯାଉଛୁ । ତେବେ ଚାଲନ୍ତୁ ଜାଣିବା ଏହି ବିଷୟରେ ।

ପ୍ରକୃତରେ ଏହି ଫିଲ୍ମରେ ଆପଣ ଦେଖିଥିବେ କି ଆମିର ଖାନଙ୍କ ସାଙ୍ଗରେ ଗୋଟେ ପିଲା ନଜର ଆସିଥିଲେ ଯାହାର ନାମ ଏହି ଫିଲ୍ମରେ ରଜନୀକାନ୍ତ ଥିଲା । ଏହି ପିଲାଟି ଆଉ କେହି ନୁହେଁ ସେ ହେଉଛନ୍ତି କୁନାଲ ଖେମୁ । ଯିଏ କି ଆଜି ଇଣ୍ଡଷ୍ଟ୍ରିରେ ବହୁତ ଅଧିକ ନାମ କରି ସାରିଲେଣି ।

ତାଙ୍କୁ ଫିଲ୍ମ ରାଜା ହିନ୍ଦୁସ୍ଥାନୀରୁ ବହୁତ ଅଧିକ ଲୋକେ ଚିଁହିଲେ ଓ ଯାହା ପରେ ସେ ତାଙ୍କ କ୍ୟାରିୟରରେ ଆଗକୁ ବଢ଼ିବାରେ ଲାଗିଲେ । ସେ ଆହୁରି ଅନେକ ଫିଲ୍ମରେ କାମ କରିଛନ୍ତି କିନ୍ତୁ ଦୁଃଖର କଥା ଏହା କି ବକ୍ସ ଅଫିସରେ କିଛି ଖାସ ଧମାଲ କରି ପାରି ନାହାଁନ୍ତି। ଏବେ ସେ ନବାବ ପରିବାରର ଜ୍ବାଇଁ ହେଇ ସାରିଲେଣି ।

ଆଜ୍ଞା ହଁ କୁନାଲ ଖେମୁ ପତୋଦି ପରିବାରର ଲାଡଲି ଶୋହା ଅଲି ଖାନଙ୍କ ସହିତ ବିବାହ କରିଥିଲେ । ଏହି ଦୁଇ ଜଣ 2015 ରେ ବିବାହ କରିଥିଲେ ଓ ନିଜର ସାଧାରଣ ଜୀବନ ବଞ୍ଚୁଛନ୍ତି । ଏହି ଦୁଇ ଜଣଙ୍କର ଗୋଟେ ସୁନ୍ଦର ଝିଅ ବି ଅଛି ଯାହାର ନାମ ଇନାୟା ଅଟେ । କୁହାଯାଉଛି କି ବିବାହ ପୂର୍ବରୁ ଏହି ଦୁଇ ଜଣ ଲିଭ ଇନ ରିଲେଶନରେ ରହିଥିଲେ ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *