New Zealand କୁ ହରେଇ କାନ୍ଦି ପକେଇଲେ ସୂର୍ୟ କୁମାର ୟାଦବ, ମ୍ୟାନ ଅଫ ଦି ମ୍ଯାଚ ହେବା ପରେ ଭାବୁକ ହେଇ ଧୋନୀ ଙ୍କ ପାଇଁ କହିଲେ କିଛି ଏମିତି…

ବନ୍ଧୁଗଣ ଗତ କାଲି ଇଣ୍ଡିଆ ଓ ନ୍ୟୁଜଲାଣ୍ଡ ମଧ୍ୟରେ ଟି20 ମ୍ୟାଚ ହୋଇଥିଲା । ଏହି ମ୍ୟାଚରେ ପ୍ରଥମ ଥର ପାଇଁ ଇଣ୍ଡିଆର କ୍ୟାପଟେନ ହୋଇ ଖେଳି ଥିଲେ ରୋହିତ ଶର୍ମା । ତେବେ ରୋହିତ ଶର୍ମାଙ୍କ କ୍ୟାପଟେନସିରେ ଗତ କାଲି ଇଣ୍ଡିଆ ନ୍ୟୁଜଲାଣ୍ଡକୁ ହରାଇ ଟି20 ମ୍ୟାଚର ବିଜେତା ହୋଇଥିଲା । ଭାରତୀୟ ଟିମ ନ୍ୟୁଜଲାଣ୍ଡ ସହ ତିନୋଟି ଟି20 ମ୍ୟାଚ ଖେଳୁଛି । ଏହାର ପ୍ରଥମ ମୁକାବାଲା ଜୟପୁରର ଏକ ଷ୍ଟାଡିୟମରେ ଖେଳା ଯାଇଥିଲା ।

ଗତ କାଲିର ମ୍ୟାଚରେ ଭାରତୀୟ ଖେଳାଳି ସୂର୍ଯ୍ୟ କୁମାର ଯାଦବ ବହୁତ ଦମଦାର ବ୍ୟାଟିଙ୍ଗ ପଦର୍ଶନ କରି ଭାରତକୁ ଜିତାଇ ଥିଲେ ଓ ମ୍ୟାନ ଅଫ ଦ ମ୍ୟାଚ ହୋଇଥିଲେ । ଏହି ମ୍ୟାଚର ଟସ ଭାରତୀୟ କ୍ରିକେଟ ଟିମର କ୍ୟାପଟେନ ରୋହିତ ଶର୍ମା ଜିତିଥିଲେ ଓ ନିଜ ଟିମ ପାଇଁ ବୋଲିଙ୍ଗ ବାଛି ଥିଲେ । ନ୍ୟୁଜଲାଣ୍ଡ ଖେଳାଳି ମାନେ ୬ ୱିକେଟରେ ୧୬୪ ରନ୍ କରି ଭାରତ ପାଇଁ ୧୬୫ ରନ୍ ର ଟାର୍ଗେଟ ରଖିଦେଲେ । ବନ୍ଧୁଗଣ ନ୍ୟୁଜଲାଣ୍ଡ ଖେଳାଳି ମାନେ ମଧ୍ୟ ବହୁତ ଭଲ ପଦର୍ଶନ କରିଥିଲେ ।

ଏହା ପରେ ରୋହିତ, କେ ଏଲ ରାହୁଲ, ସୂର୍ୟ କୁମାର ଯାଦବ ଓ ରିସବ ପନ୍ତ ବହୁତ ଭଲ ବ୍ୟାଟିଙ୍ଗ କରି ଭାରତକୁ ୫ ୱିକେଟରେ ୧୬୬ ରନ୍ କରି ଜିତାଇ ଥିଲେ । ପ୍ରଥମ ଟି୨୦ ରେ ଭାରତ ନ୍ୟୁଜଲାଣ୍ଡକୁ ୫ଟି ୱିକେଟରେ ହରାଇ ଦେଲା । ଏହି ମ୍ୟାଚଟି ବହୁତ ଦମଦାର ଥିଲା ଓ ଭାରତୀୟ ପ୍ରଶଂସକ ମାନେ ଏହି ମ୍ୟାଚ ଦେଖି ବହୁତ ଖୁସି ହୋଇଥିଲେ ।

ସୂର୍ଯ୍ୟ କୁମାର ଯାଦବ ଟିମ ପାଇଁ ୬୨ ରନ୍ କରିଥିଲେ ଯାହାଫଳରେ ତାଙ୍କୁ ମ୍ୟାନ ଅଫ ଦ ମ୍ୟାଚର ଟ୍ରୋଫି ଦିଆ ଗଲା । ବନ୍ଧୁଗଣ ମ୍ୟାନ ଅଫ ଦ ମ୍ୟାଚ ହେବାରେ ସୂର୍ଯ୍ୟ କୁମାର ଯାଦବ ବହୁତ ଭାବୁକ ହୋଇଯାଇଥିଲେ । ସୂର୍ଯ୍ୟ କୁମାର ଯାଦବ ନ୍ୟୁଜଲାଣ୍ଡ ସହ ବଦଲା ଓ ଧୋନୀଙ୍କ ବିଷୟରେ ଭାବୁକ ହୋଇ ଏପରି କିଛି କଥା କହିଥିଲେ ଯାହା ବର୍ତ୍ତମାନ ବହୁତ ଚର୍ଚାରେ ଅଛି । ଆଜି ଆମେ ଆପଣ ମାନଙ୍କୁ ସୂର୍ଯ୍ୟ କୁମାରଙ୍କ ଏହି କଥା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ସୂର୍ଯ୍ୟ କୁମାର ଭାବୁକ ହୋଇ କଣ କହିଲେ ।

ସୂର୍ଯ୍ୟ କୁମାର ଭାବୁକ ହୋଇ କହିଲେ- ‘ନ୍ୟୁଜଲାଣ୍ଡକୁ ପ୍ରଥମ ମ୍ୟାଚରେ ହରାଇ ଆମ ବଦଲା ପୁରା ହୋଇ ନାହିଁ । ଆମକୁ ଆଉ ଦୁଇ ଥର ନ୍ୟୁଜଲାଣ୍ଡକୁ ହରାଇବାକୁ ପଡିବ ତା ପରେ ଆମେ ସେଲିବ୍ରେଟ କରିବୁ । ଏହା ସହିତ ଆମେ ଧୋନୀଙ୍କୁ ବି ଜିତିବାର ଏକ ବଡ ଗିଫ୍ଟ ଦେଇପାରିବେ । ଧୋନୀଙ୍କ ଠାରୁ ମୁ ବହୁତ କିଛି ଶିଖିଛି ଓ ତାଙ୍କର ବିଶେଷ ଭୂମିକା ଟିମରେ ରହିଛି’ ।

Leave a Reply

Your email address will not be published. Required fields are marked *