‘କଣ ଅଛି ତାଙ୍କ ଦଳରେ ହୋ…ଖାଲି ଖୋଳ, ନବୀନ ଯଉଦିନ ଯିବ ନା…’ Cm Naveen Patnaik ଙ୍କୁ ନେଇ Sura Routray ଯାହା କହିଲେ ନା…ଶୁଣିଲେ ମୁଣ୍ଡରେ ହାତ ଦେବେ…

ବନ୍ଧୁଗଣ ଆପଣ ମାନେ ସମସ୍ତେ କଂଗ୍ରେସ ନେତା ସୁର ରାଉତରାୟଙ୍କୁ ବେସ ଭଲ ଭାବରେ ଜାଣିଥିବେ । ସୁର ଭାଇ ସବୁବେଳେ କିଛି ନା କିଛି କାରଣ ପାଇଁ ଚର୍ଚ୍ଚାରେ ରୁହନ୍ତି । ତେବେ ସୁର ଭାଇଙ୍କ କଡା ବୟାନ ସାରା ଓଡିଶାରେ ଲୋକପ୍ରିୟ । ଲୋକ ମାନେ ତାଙ୍କ କଥା ଶୁଣିବା ପାଇଁ ବେସ ଅଧିକ ପସନ୍ଦ କରନ୍ତି । ଯେତେବେଳେ ବି ଓଡିଶାରେ କିଛି ଘଟଣା ଘଟେ ସେତେବେଳେ ଗଣମାଧ୍ୟମ ସୁର ଭାଇଙ୍କ ପ୍ରତିକ୍ରିୟା ନେବାକୁ ତାଙ୍କ ପାଖରେ ପହଞ୍ଚି ଥାଏ ।

ତେବେ ଗତ କିଛି ସମୟ ସମୟ ସୁର ଭାଇଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ସୁର ଭାଇ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଷୟରେ କହୁଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ତା ହେଲେ ଆସନ୍ତୁ ଜାଣିବା ଏହା ବିଷୟରେ ।

ସୁର ଭାଇ କହୁଛନ୍ତି-‘ଯିଏ କହୁଛନ୍ତି ସେ ନିଜେ ଏଠି କାଉନ୍ସିଲର ହୋଇପାରିବେ ଭୁବନେଶ୍ଵରରେ । ମାଇନସ ନବୀନ ପଟ୍ଟନାୟକ ଯେଉଁ ମାନେ ଏଠି ଷ୍ଟେଟମେଣ୍ଟ ଦେଉଛନ୍ତି ସେମାନେ ଭୁବନେଶ୍ଵରରେ କାଉନ୍ସିଲର ହୋଇପାରିବେ । ଆରେ ଗୋଟେ ବେଳା ପଡିଛି ନବୀନ ପଟ୍ଟନାୟକର ଏମିତି ଭାଗ୍ୟ ପୃଥିବୀରେ କାହାର ନାହିଁ । ନେପୋଲିୟନ ନଥିଲା କି ହିଟଲର ବି ନଥିଲା ।

ଆଗକୁ ସେ କହିଛନ୍ତି-‘ତମେ ଭୋଟ ପୂର୍ବରୁ ପଞ୍ଚାୟତରେ ହଜାର ଡେଲ କାର୍ଡରେ 5 ହଜାର ଘର ତୋଳିବା ପାଇଁ, 3 ହଜାର ଖାଇବା ପାଇଁ, 5 ହଜାର ଧାନ ପାଇଁ ଆମେ ପାଇଲୁ ଭୋଟ ହେଲା ଏମୁଣ୍ଡୁ ସେମୁଣ୍ଡୁ ନବୀନ ହାତରେ ଠିଆ ହେଲୁ । କଣ ଭାସିଗଲା ଆମେ ପାଇଛୁ ଭୋଟ ପୂର୍ବରୁ ସେ ହାୱାରେ ଆମେ ସମେତେ ଗଲୁ । ବେଳା ପଡିଛି ରେ ସବୁବେଳେ ଏ ନବୀନ ଲଢୁ ନଥିବ’ ।

ଆଗକୁ ସେ କହିଛନ୍ତି-‘ଆମେ ତାଙ୍କ ବାପାକୁ ଦେଖିଛୁ କେତେ କାହାକୁ ଦେଖିଛୁ । ନବୀନ ତା ଦଳରେ ପର୍ଶନାଲିଟି ଅଛି ସେ ହାତ ମାରିଦେବ ସବୁ ଗୁଣ୍ଡୁଚି ମୂଷା ଭଳି ସବୁ ଶାଉଁଳି ପଡିବେ । ତାଙ୍କ ଦଳରେ କିଛି ନାହିଁ । ନବୀନ ନବୀନ, ନବୀନ ଯେଉଁ ଦିନ ଗଲା ଗେଣ୍ଡା ହେଇଯିବ ସେ ଶଙ୍ଖ ଖୋଜିଲେ ତମେ ପାଇବ ନାହିଁ’ । ତା ହେଲେ ବନ୍ଧୁଗଣ ସୁର ଭାଇଙ୍କ ଏହି କଥା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ’ ।

Leave a Reply

Your email address will not be published. Required fields are marked *