ଦେଖନ୍ତୁ, ଭାରତ ଠାରୁ ହାରିବା ପରେ ବି Imran Khan ଭାରତୀୟ ମହିଳା ଟୀମଙ୍କ ପାଇଁ କହିଦେଲେ କିଛି ଏମିତି…ଜିତିଲେ କୋଟି କୋଟି ଭାରତୀୟଙ୍କ ହୃଦୟ !

ବନ୍ଧୁଗଣ ଆମ ଭାରତୀୟ କ୍ରିକେଟ ଟିମ ଶ୍ରୀଲଙ୍କାକୁ ହରେଇବା ପରେ ଏବେ ଭାରତୀୟ ମହିଳା କ୍ରିକେଟ ଟିମ ୱାର୍ଲ୍ଡ କପ୍ ରେ ଇତିହାସ ରଚିଛନ୍ତି । ଆପଣ ମାନଙ୍କୁ ଆମେ କହି ରଖୁ ଯେ, ଏବେ ମହିଳା କ୍ରିକେଟ ୱାର୍ଲ୍ଡ କପ୍ ଚାଲିଛି । ତେବେ ଏହି ଗତ କାଲି ଭାରତ ଓ ପାକିସ୍ତାନୀ ମହିଳା ଟିମଙ୍କ ମଧ୍ୟରେ ଏକ ଐତିହାସିକ ମୁକବାଲା ଖେଳା ଯାଇଥିଲା । ୱାର୍ଲ୍ଡ କପ୍ ଟୁର୍ନାମେଣ୍ଟରେ ଏହା ଚତୁର୍ଥ ମୁକବାଲା ଥିଲା ।

ବନ୍ଧୁଗଣ ଏହି ମୁକବାଲାରେ ଭାରତ ମହିଳା ଟିମର କ୍ୟାପଟେନ ମିଥାଲି ରାଜ ଟସ୍ ଜିତିଥିଲେ ଓ ବ୍ୟାଟିଂ କରିବା ପାଇଁ ନିଷ୍ପତ୍ତି ନେଲେ । ଆମ ଟିମ ସ୍କୋର ବୋର୍ଡରେ ୨୪୪ ରନ୍ ବନେଇଦେଲେ । ପାକିସ୍ତାନକୁ ଜିତିବା ପାଇଁ ୨୪୫ ରନ୍ ଦରକାର ଥିଲା ହେଲେ ଭାରତୀୟ ମହିଳା ଟିମର ବୋଲିଙ୍ଗ ବହୁତ ଜବରଦସ୍ତ ଥିଲା । ଆମ ଟିମ ୧୦୭ ରନ୍ ଅନ୍ତରରେ ପାକିସ୍ତାନ ଠାରୁ ଜିତିଛି ।

ବନ୍ଧୁଗଣ ଭାରତୀୟ କ୍ରିକେଟ ଟିମ ଠାରୁ ହାରିବା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନିଜର ବୟାନ ଦେଇଛନ୍ତି । ସେ ଭାରତୀୟ ଟିମ ବିଷୟରେ ଏମିତି କିଛି କଥା କହିଛନ୍ତି ଯାହା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ଇମ୍ରାନ ଖାନ ଏକ ଟ୍ବିଟ କରି ଲେଖିଛନ୍ତି-‘ୱାର୍ଲ୍ଡ କପ୍ ର ଏହି ଟୁର୍ନାମେଣ୍ଟରେ ଆମର ମହିଳା କ୍ରିକେଟ ଟିମର ଖେଳ ଦେଖି ମୋତେ ବହୁତ ଖୁସି ଲାଗିଲା ।

ଆଗକୁ ସେ କହିଛନ୍ତି-‘ଅନ୍ତରାଷ୍ଟ୍ରୀୟ ସ୍ତରରେ ମହିଳା କ୍ରିକେଟକୁ ଯେତେ ଅଧିକ ଗୁରୁତ୍ଵ ଦିଆଯିବ ସେତିକି ସବୁ ଦେଶ ପାଇଁ ଭଲ ରହିବ । ଏହି ୱାର୍ଲ୍ଡ କପ୍ ରେ ପାକିସ୍ତାନ ଟିମର ଆରମ୍ଭ ଖେଳ ଏତେ ଭଲ ହୋଇ ନାହିଁ । ହେଲେ ଭାରତୀୟ ଟିମର ମହିଳା ମାନେ ବହୁତ ଜବରଦସ୍ତ ଖେଳ ପଦର୍ଶନ କରିଛନ୍ତି । ହାରୁଥିବା ମ୍ଯାଚକୁ ସେ ଆଗକୁ ଆସି ଜିତାଇ ଛନ୍ତି । ପାକିସ୍ତାନ ମହିଳା ଟିମ ଭାରତୀୟ ଟିମ ଠାରୁ ବହୁତ କିଛି ଶିଖିପାରିବ ।

ଆଗକୁ ସେ କହିଛନ୍ତି-‘ମହିଳା କ୍ରିକେଟ ଟିମ ଗୁଡିକୁ ଭାରତୀୟ କ୍ରିକେଟ ଟିମ ଠାରୁ ବହୁତ କିଛି ଶିଖିବା ଦରକାର । ହେଲେ ଆମ ମାନଙ୍କୁ ସଂପୂର୍ଣ୍ଣ ବିଶ୍ଵାସ ଅଛି ଯେ, ପାକିସ୍ତାନ ଟିମ ଏହି ୱାର୍ଲ୍ଡ କପ୍ କୁ ଜିତିବ’ । ତା ହେଲେ ବନ୍ଧୁଗଣ ଇମ୍ରାନଙ୍କ ଏହି ବୟାନ ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *