ଆମେରିକା ସାଂସଦଙ୍କ ଧମାକେଦାର ବୟାନ, ଭାରତକୁ ନେଇ କହିଲେ ଏମିତି ଶୁଣି ଆପଣ ବି ଗର୍ବ କରିବେ…

ବନ୍ଧୁଗଣ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ଋଷ ରାଷ୍ଟ୍ରପତି ପୁଟିନ ଏବେ ସାରା ବିଶ୍ଵରେ ଚର୍ଚ୍ଚାରେ ରହିଛନ୍ତି । ୧୨ରୁ ଅଧିକ ଦିନ ହେବ ଋଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଛି । ତେବେ ଋଷ ସେନା ୟୁକ୍ରେନର ଅନେକ ସହରକୁ ନଷ୍ଟ କରିଦେବା ପରେ ଏବେ ୟୁକ୍ରେନ ରାଜଧାନୀ କିବ୍ ଆଡେ ଗତି କରୁଛନ୍ତି । ୟୁକ୍ରେନ ଏବେ ରଣକ୍ଷେତ୍ର ପାଲଟିଛି । ଆଉ ଅନ୍ୟ ପକ୍ଷରେ ସେନାରେ ବହୁତ ସଂଖ୍ୟାରେ ସେନା ଯବାନ ଠୁଳ କରିବାରେ ଲାଗିଛି ଋଷିଆ ।

ଦୀର୍ଘ ବର୍ଷ ହେବ ଋଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦଟି ଏବେ ଉଗ୍ର ରୂପ ନେଇଛି ।ବନ୍ଧୁଗଣ ଏହି ଯୁଦ୍ଧଟି ଦୁନିଆରେ ଭୟାବହ ପରିସ୍ଥିତି ସୃଷ୍ଟି କରିଛି । ତେବେ ବନ୍ଧୁଗଣ ଏହାରି ମଧ୍ୟରେ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସୁଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ବନ୍ଧୁଗଣ ସଂଯୁକ୍ତ ରାଷ୍ଟ୍ରାସଙ୍ଘରେ ଭାରତ ଋଷ ବିପକ୍ଷରେ ଭୋଟ କରି ନଥିଲା ଓ ଏଥିପାଇଁ ଆମେରିକା ରାଗୀ ଥିଲା । ତେବେ ଏଥିପାଇଁ ପୁଣି ଭାରତ ଉପରେ କିଛି ଆକ୍ସନ ନେବାର ଚର୍ଚ୍ଚା ସାମ୍ନାକୁ ଆସୁଛି । ସଂଯୁକ୍ତ ରାଷ୍ଟ୍ରାସଙ୍ଘରେ ଋଷ ବିରୋଧରେ ଅନେକ ଥର ଭୋଟିଂ ହୋଇସାରିଛି ହେଲେ ଭାରତ ସବୁ ଥର କିଛି ବାହାନା ଦେଖାଇ ଭୋଟିଙ୍ଗରେ ଅଂଶ ପ୍ରଦାନ କରି ନାହିଁ ।

ଏହାଦ୍ବାରା ଆମେରିକାର ବାଇଡନ ସରକାରଙ୍କର କିଛି ନେତା ବୟାନ ଦେଉଛନ୍ତି ଯେ, ଋଷ ଠାରୁ ଏସ4100 ଏୟାର ଡିଫେନ୍ସ ସିଷ୍ଟମ କିଣି ଥିବାରୁ ଭାରତ ବିରୋଧରେ ଆଇନ ଅନୁସାରେ ବଡ ଆକ୍ସନ ନେବା ଉଚିତ । ଏହି ଆଇନକୁ ଦେଖିଲେ ଋଷ ଠାରୁ ଅସ୍ତ୍ର ଶସ୍ତ୍ର କିଣିଥିବାରୁ ଭାରତ ଉପରେ ପ୍ରତିବନ୍ଧକ ଲଗାଯିବା ପାଇଁ ଅପିଲ କରୁଛନ୍ତି । ଏହାରି ମଧ୍ୟରେ ଆମେରିକାର ସାଂସଦ ଟେଡ କ୍ରୁସ କହିଛନ୍ତି, ଯଦି ଭାରତ ବିରୋଧରେ ଆକ୍ସନ ନିଆଯିବ ତା ହେଲେ ଏହା ଠାରୁ ବଡ ମୁର୍ଖାମି ଆଉ କିଛି ବି ହେବ ନାହିଁ ।

ସେ ଆଗରୁ କହିଥିଲେ ବାଇଡନ ପ୍ରଶାସନରେ ଭାରତ ଓ ଆମେରିକାର ସମ୍ପର୍କ ଖରାପ ହୋଇଛି । ଦୀର୍ଘ କିଛି ବର୍ଷ ହେବ ଭାରତ ଓ ଆମେରିକାର ସମ୍ପର୍କ ମଝବୁତ ହୋଇଛି ହେଲେ ବାଇଦଳ ପ୍ରଶାସନରେ ଏମାନେ ପଛକୁ ଯାଉଛନ୍ତି । ଭାରତ ଛଡା ଆମେରିକା ସହ ଭଲ ସମ୍ପର୍କ ରଖିବା କିଛି ଦେଶ ମଧ୍ୟ ଭୋଟିଙ୍ଗରୁ ଦୂରେଇ ଥିଲେ । ତା ହେଲେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *