‘ମୁଁ ଏଠି ମୁର୍ମୁ କୁ ଅପେକ୍ଷା କରିଛି, ତାଙ୍କୁ ମୁଁ…’ NDAର ରାଷ୍ଟ୍ରପତି ପ୍ରାର୍ଥୀନୀ ଶ୍ରୀମତୀ Draupadi Murmu ଙ୍କୁ ସ୍ୱାଗତ କରିବା ପାଇଁ ଦିଲ୍ଲୀ ପହଞ୍ଚିଲେ Sura Routray, ଏ ନେଇ ସେ କଣ କହିଲେ ଦେଖନ୍ତୁ ଏହି video

ନମସ୍କାର ବନ୍ଧୁଗଣ ତେବେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଏମସିଏଲ ଗେଷ୍ଟ ହାଉସରୁ କଡ଼ା ସୁରକ୍ଷାରେ ସେ ବିମାନବନ୍ଦରରେ ପହଞ୍ଚିଛନ୍ତି । ୯ଟା ୪୦ରେ ବିମାନବନ୍ଦରରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ ଦ୍ରୌପଦୀ । ବିମାନବନ୍ଦରରେ ବନ୍ଧୁ, ଶୁଭେଚ୍ଛୁ ଓ ସମର୍ଥକଙ୍କ ଭିଡ଼ ଦେଖିବାକୁ ମିଳିଛି । ଆଦିବାସୀଙ୍କ ନାଚଗୀତରେ ଦୁଲୁକିଛି ବିମାନବନ୍ଦର ପରିସର । ଦିଲ୍ଲୀ ଯାତ୍ରା ପୂର୍ବରୁ ସଂକ୍ଷିପ୍ତ ପ୍ରତିକ୍ରିୟା ରଖିଛନ୍ତି ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ।

ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ସହଯୋଗ କାମନା କରିଛନ୍ତି ଦ୍ରୌପଦୀ । ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ଦ୍ରୌପଦୀ । ଦ୍ରୌପଦୀ ମୁର୍ମୁଙ୍କ ସହ ଦିଲ୍ଲୀ ଯିବେ ୬ ବିଧାୟକ । ତେବେ ଭୁବନେଶ୍ବରରୁ ବିମାନ ‌ଯୋଗେ ଦିଲ୍ଲୀରେ ପହଂଚିବା ପରେ ସେଠାରୁ ସେ ସିଧାସଳଖ ଓଡ଼ିଶା ଭବନ ଆସିବେ । ଓଡ଼ିଶା ଭବନରେ ସେ ରହିବା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ସେ ଆସନ୍ତାକାଲି ନାମାଙ୍କନ ଦାଖଲ କରିବେ ।

ନାମାଙ୍କନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଓ ବିଜେପି ରାଷ୍ଟ୍ରୀୟ ସଭାପତି ଉପସ୍ଥିତ ରହିବେ । ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବ ବିଜେଡି । ଅନ୍ୟପଟେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ଏକପ୍ରକାର ନିଶ୍ଚିତ ହୋଇଛି । ତେବେ ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ଦ୍ରୌପଦୀ ମୁର୍ମୁଙ୍କୁ ଯୋଗାଇ ଦିଆଯାଇଛି ଜେଡ୍‌ ପ୍ଲସ୍‌ ସୁରକ୍ଷା । କେନ୍ଦ୍ର ସରକାର ତାଙ୍କ ସୁରକ୍ଷାକୁ ବଢ଼ାଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଶ୍ରୀମତୀ ମୁର୍ମୁ ନାମାଙ୍କନ ଦାଖଲ ପର୍ଯ୍ୟନ୍ତ ତଥା ଦୁଇ ଦିନ ଓଡ଼ିଶା ଭବନରେ ରହିବେ । ନାମାଙ୍କନ ପତ୍ର ଦାଖଲ କରି ସାରିବା ପରେ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ସମ୍ଭାବନା ରହିଛି । ହେଲେ ଏ ସଂପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଏଥି ପୂର୍ବରୁ ଆଜି ଓଡ଼ିଶା ଭବନରେ ଶ୍ରୀମତୀ ମୁର୍ମୁ ରହିବା ବ୍ୟବସ୍ଥାର ତଦାରଖ କରିବା ପାଇଁ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଷନ ରେଡ୍ଡି ଓ କିଛି ବରିଷ୍ଠ ଅଧିକାରୀ ଓଡ଼ିଶା ଭବନରେ ଆସି ପହଞ୍ଚିଛନ୍ତି ।

ଓଡ଼ିଶା ଭବନରେ ରହିବା ପାଇଁ କି ଭଳି ବ୍ୟବସ୍ଥା ରହିଛି ସେ ନେଇ କେନ୍ଦ୍ର ମନ୍ତ୍ରୀ ଶ୍ରୀ ରେଡ୍ଡି ଓଡ଼ି‌‌ଶା ଭବନ ଅଧିକାରୀ ମାନଙ୍କ ଆଲୋଚନା କରିଛନ୍ତି । ତେବେ କଂଗ୍ରେସ ବିଧାୟକ ସୁର ରାଉତ ଙ୍କୁ ଜାଣିଥିବେ ତେବେ ଏହା ଉପରେ ବର୍ତ୍ତମାନ କଂଗ୍ରେସ ବିଧାୟକ ସୁର ରାଉତରାୟ ନିଜର ମତ ରଖିଛନ୍ତି । ତେବେ ଆପଣ ମାନେ ସମସ୍ତେ କଂଗ୍ରେସ ବିଧାୟକ ସୁଅ ରାଉତରାୟଙ୍କୁ ବେସ ଭଲ ଭାବରେ ଜାଣିଥିବେ ।

ସୁର ଭାଇଙ୍କ ଲୋକପ୍ରିୟତା ଆମ ଓଡିଶାରେ ବହୁତ ଅଧିକ ଅଛି । ତାଙ୍କ କଡା ବୟାନ ଓ ସମାଜ ସେବା ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ସୁର ଭାଇ ଓଡିଶାରେ ଚାଲିଥିବା ସମସ୍ତ ପ୍ରସଙ୍ଗ ଉପରେ ନିଜର ମକ୍ତବ୍ୟ ରଖନ୍ତି । ତେବେ ସେ ଜଣେ ସଚୋଟ ନେତା ଭାବରେ ମଧ୍ୟ ବେଶ ପରିଚିତ । ତେବେ ସେ କହିଛନ୍ତି କି ମୁଁ ମୁର୍ମୁ ଙ୍କୁ ଅପେକ୍ଷା କରିଛି ଏଵଂ ବିଧାୟକ ମାନଙ୍କ ସାଙ୍ଗରେ କଥା ହୋଇ ରାଜ୍ୟ ଏବଂ ବିନ୍ଦୁ ସାଗର ବିଷୟରେ ଜଣେଇବୁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *