‘ତା ପୁଅର ବୟସ 15-16 ବର୍ଷ ..ମୋ ବୟସ 21 ..ମୁଁ ତା ପୁଅ ବୟସର, ହେଲେ ସେ ମତେ ଘରେ ରଖି ମୋ ସହ…’ ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ବର୍ତ୍ତମାନ ର ଖବର ବିଷୟରେ ଜାଣିଥିବେ କି ବର୍ଷା ଆଉ ଟୁଙ୍ଗୁରୁଙ୍କ ପ୍ରେମ ମାମଲାକୁ ନେଇ ଏବେ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ଟୁଙ୍ଗୁରୁଙ୍କ ବିରୋଧରେ ବର୍ଷା ସାଂଘାତିକ ଅଭିଯୋଗ ଆଣିଛନ୍ତି । ପ୍ରେମ ପାଇଁ ନିଜ ସ୍ଵାମୀ ଓ ଦୁଇ ଛୁଆଙ୍କୁ ଛାଡି ଦେଇଥିବା ବର୍ଷା ଏବେ ପୋଲିସ ଷ୍ଟେସନର ଦ୍ଵାରସ୍ଥ ହୋଇଛନ୍ତି । ମହିଳାଙ୍କ ଅଭିଯୋଗ ମୁତାବକ ଟୁଙ୍ଗୁରୁ ତାଙ୍କୁ ପ୍ରେମ ଜାଲରେ ଫସେଇ ତାଙ୍କ ସହ ସମ୍ପର୍କରେ ଥିଲେ ।

ତେବେ ଟୁଙ୍ଗୁରୁଙ୍କ ପ୍ରେମରେ ମହିଳା ଏତେ ପାଗଳ ହେଇଗଲେ ଯେ ନିଜ ସ୍ଵାମୀ ଓ ଦୁଇ ଛୁଆଙ୍କୁ ଛାଡି ଦେଲେ । ଟୁଙ୍ଗୁରୁ ତାଙ୍କ ସହ ମନ୍ଦିରରେ ବିବାହ କରିଥିଲେ । ହେଲେ ଏବେ ଟୁଙ୍ଗୁରୁ ଅନ୍ୟ ଏକ ମହିଳାଙ୍କ ସହ କୋର୍ଟ ମ୍ୟାରେଜ କରିଛନ୍ତି । ସେଥିପାଇଁ ମହିଳା ଜଣକ ଥାନାର ଦ୍ଵାରସ୍ଥ ହୋଇଛନ୍ତି । ତେବେ ଏହାରି ମଧ୍ୟରେ ଟୁଙ୍ଗୁରୁ ଭୋଳ ଏବେ ଗଣମାଧ୍ୟମ ସାମ୍ନାକୁ ଆସି ଘଟଣା ବିଷୟରେ କହିଛନ୍ତି ।

ତେବେ ଟୁଙ୍ଗୁରୁଙ୍କ କହିବା ମୁତାବକ-‘ସେ ଯାହା ବି କହୁଛି ସବୁ ମିଛ । ସେ କେବଳ ଅଟୋ ଭଡା କରେ ଆଉ ମୁଁ ତାକୁ ନେଇ ବୁଲାଏ । ତାର ମୋର କିଛି ସମ୍ପର୍କ ନାହିଁ ଶାରୀରିକ ସମ୍ପର୍କ ବି ନାହିଁ । ଖାଲି ଅଟୋ ଭଡାରୁ କଥାବାର୍ତ୍ତା ହେଇଛୁ ଆମେ । ସେ ବରମୁଣ୍ଡାରେ ମୋତେ ବହୁତ ହଇରାଣ କରିଥିଲା ସେଇଠି ସେ ମୋର ଫୋନ ବାଡେଇ ଭାଙ୍ଗି ଦେଇଥିଲା । ସେଠାକାର ଲୋକମାନେ ସାକ୍ଷୀ ଅଛନ୍ତି ।

ତେବେ ସେ ମୋର ୩ଟି ଫୋନ ଭାଙ୍ଗି ସାରିଛି । ସେ ଯାହା ବି କହୁଛି ସବୁ ମିଛ । ସେ କହୁଛି ନା ତାର ଆଉ ତା ସ୍ଵାମୀର ତଲାକ ହେଇଯାଇଛି ସେମିତି କିଛି ବି ହେଇନି । ଆଉ ତାର ଦୁଇଟି ପୁଅ ଅଛନ୍ତି ତା ହେଲେ ମୁଁ କଣ । ତାର ଦୁଇଟି ପୁଅ ଅଛି ଗୋଟେ ପୁଅର ବୟସ ହେଉଛି ୧୫ ବର୍ଷ ଆଉ ଗୋଟେ ହେଉଛି ୧୧ ବର୍ଷ ।

ମୋତେ ୨୧ ବର୍ଷ ହେଲା ମୁଁ ତା ପୁଅ ବୟସର । ତେବେ ସେ କହିଛନ୍ତି ସେ ଫଟୋ ରଖି ମୋତେ ବ୍ଲାକମେଲ କରିଲା ଆଉ ମୁଁ କଣ ଜାଣି ଥିଲି ସେ ମୋ ସହ ଏମିତି କରିବ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *