ସୁର ଭାଇ ନାଦି ଦେଲେ କଂସେ ପଖାଳ, ପତ୍ନୀଙ୍କ ସହ ପଖାଳ ଖାଇବାର ଓଃ କି ମଜା ! ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ପ୍ରତି ଓଡ଼ିଆଙ୍କର ପସନ୍ଦର ଖାଦ୍ୟ ହେଉଛି ପଖାଳ । ଖରାଦିନ ଆସିଲେ ଓଡ଼ିଆଙ୍କ ଖୋଜା ପଡ଼େ ପଖାଳ କଂସା । ପଖାଳ ହେଉଛି ସଭିଙ୍କର ପ୍ରିୟ ଖାଦ୍ୟ । ଅତ୍ୟାଧୁନିକ ଜୀବନଶୈଳୀରେ ଅନେକ ପରମ୍ପରା ବଳି ପଡ଼ିଥିଲେ ବି ପଖାଳ ତା’ର ସତ୍ତା କିମ୍ବା ମହକ ହରାଇ ନାହିଁ । ଆମ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥ ବି ପଖାଳ ପ୍ରେମରେ । ଶ୍ରୀମନ୍ଦିରର ଟଙ୍କ ତୋରାଣି ଏହାର ପ୍ରମାଣ ରହିଛି ।


ଖରା ଦିନେ ପଖାଳ କଂସାରେ ହିଁ ଓଡ଼ିଆଙ୍କୁ ଶାନ୍ତି ମିଳିଥାଏ । ଓଡ଼ିଆଙ୍କ ଏହି ପାରମ୍ପରିକ ଖାଦ୍ୟକୁ ଲୋକପ୍ରିୟ କରିବା ତଥା ଗ୍ରୀଷ୍ମକୁ ସ୍ୱାଗତ କରିବା ଉଦ୍ଦେଶ୍ୟରେ ମାର୍ଚ୍ଚ ୨୦ ତାରିଖକୁ ‘ବିଶ୍ୱବ୍ୟାପୀ ପଖାଳ ଦିବସ’ ଭାବେ ଘୋଷଣା କରାଯାଇଛି । ୨୦୧୨ ମସିହାରୁ ଏହା ପାଳନ ହୋଇଆସୁଛି । ପାଖରେ କିଛି ଥାଉ କି ନଥାଉ  କଂସେ ପଖାଳ ଓ ପାଖରେ ଲଙ୍କା ଓ ବଡ଼ିଚୁରା ଥିଲେ ଜମିଲା ପଖାଳ ଖାଇବା ।

ବିଶ୍ବର କୋଣ ଅନୁକୋଣରେ ବାସ କରୁଥିବା ପ୍ରତ୍ୟେକ ଓଡିଆ ଏହି ଦିନଟିକୁ ଚାହିଁ ବସିଥାନ୍ତି । ହେଲେ ଗାଁଠୁ ସହର ସବୁଠି ସବୁଦିନ ଲୋକେ ଖାଇଥାନ୍ତି ପଖାଳ । ପଖାଳର ମହତ୍ୱକୁ ପରପୀଢ଼ି ପାଖରେ ପହଞ୍ଚାଇବା ପାଇଁ ପଖାଳ ଦିବସ ପାଳିତ ହେଉଛି । ତେବେ ପଖାଳ ଦିବସ ଉପଲଖେ ଗ୍ରାହକଙ୍କ ପଖାଳ ଚାହିଦାକୁ ପୂରଣ କରିବାକୁ ଛୋଟ ବଡ଼ ହୋଟେଲଠାରୁ ଆରମ୍ଭ କରି ତାରକା ହୋଟେଲ ଗୁଡିକ ମଧ୍ୟ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଥାଏ ।

ଦହି ମିଶା ପଖାଳ ସାଙ୍ଗକୁ ଶାକାହାରୀଙ୍କ ପାଇଁ ଶାଗ ଭଜା, ଆଳୁ ଚକଟା, ଚିପ୍‌ସ, କଖାରୁ ଫୁଲ ପିଠୋଉ, ବଡ଼ି ଚୂରା ଓ ଆମ୍ବୁଲ ରାଇ ଭଳି ଖାଣ୍ଟି ଓଡ଼ିଆ ଖାଦ୍ୟ ଏବଂ ଆମିଷରେ ପଖାଳ ସହ ଚୁନାମାଛ, ଚିଙ୍ଗୁଡ଼ି ଛେଚା, ଆଦି ଗ୍ରାହକଙ୍କୁ ପରସି ଦିଆଯାଏ । ତେବେ ଏହି ପଖାଳ ଦିବସ କୁ ମୁଖ୍ୟମନ୍ତ୍ରୀ ଙ୍କ ଠାରୁ ଆରମ୍ଭ କରି ସବୁ ବଡ଼ ଛୋଟ ନେତା ଏହା ସହ ସାଧାରଣ ଜନତା ମଧ୍ୟ ଏହି ପଖାଳ ଦିବସ କୁ ଖୁସି ମନରେ ପାଳନ କରିଛନ୍ତି ।


ତେବେ ଆପଣ ମାନେ କଂଗ୍ରେସ ର ରାଜନେତା ସୁର ରାଉତରାୟ ଙ୍କୁ ନିଶ୍ଚିତ ଜାଣିଥିବେ । ସେ ସର୍ଵଦା ଲୋକ ମାନଂକୁ ସାହାର୍ଯ୍ୟ କରିବାରେ ଆଗଭର ଥାଆନ୍ତି ଏବଂ ସମସ୍ତ ଙ୍କ ସହ ଖୁବ ଭଲ ରେ ମିଶି ମଧ୍ୟ ଯାଇଥାନ୍ତି । ତେବେ ସେ ମିଡ଼ିଆ ରେ ସର୍ଵଦା ନିଜର ମନକଥା ଏକଦମ ଖୋଲି କି କହି ଦେଇଥାନ୍ତି । ଏହା ଛଡା ତାଙ୍କର ମଜାଳିଆ କଥା କୁ ଲୋକମାନେ ଖୁବ ପସନ୍ଦ ମଧ୍ୟ କରିଥାନ୍ତି ।

ତେବେ ସେ ମଧ୍ୟ ଏହି ପଖାଳ ଦିବସ ରେ ନିଜ ଧର୍ମପତ୍ନୀ ଙ୍କ ସହ ପଖାଳ ଖାଇ ଆନନ୍ଦ ରେ ଏହି ଉତ୍ସବ କୁ ପାଳନ କରିଛନ୍ତି । ତେବେ ସେ ପଖାଳ ସାଙ୍ଗ କୁ ମାଛ ଭଜା, ଶାଗ ଭଜା,ବାଇଗଣ ଭଜା, ତା ସାଙ୍ଗକୁ ବଢି ଚୁରା, ବାରମଜା, ଏବଂ ଆଳୁ ଭଜା ଆଦି କୁ ଖୁସି ମନରେ ଖାଇ ଏହି ଓଡ଼ିଆର ପର୍ବ କୁ ପାଳନ କରିଛନ୍ତି । ତେବେ ସବୁ ଓଡ଼ିଆ ମାନଙ୍କର ପ୍ରଥମ ପସନ୍ଦ ହେଉଛି ପଖାଳ ତେଣୁ ଆପଣ ମାନେ ମଧ୍ୟ ପଖାଳ ଖାଇ ଏହି ଦିବସ କୁ ସୁନ୍ଦର ଭାବରେ ପାଳନ କରନ୍ତୁ ।

Leave a Reply

Your email address will not be published. Required fields are marked *