ଆସନ୍ତା 24 ଘଣ୍ଟାରେ ବାତ୍ୟା ! ଦେଖନ୍ତୁ ଏହା କେଉଁଠି କରିବ ଲ୍ୟାଣ୍ଡଫଲ ଓ କିପରି ରହିବ ଓଡିଶା ଉପରେ ଏହାର ପ୍ରଭାବ…

ବନ୍ଧୁଗଣ ଏବେ ପାଣିପାଗ ବିଭାଗ ପକ୍ଷରୁ ଏକ ବଡ ଖବର ସାମ୍ନାକୁ ଆସୁଛି ଏହି ଖବରଟି ଆମ ସମସ୍ତଙ୍କ ପାଇଁ ଗୁରୁତ୍ଵପୂର୍ଣ୍ଣ ଓ ଏହି ଖବରଟି ଆପଣ ମାନଙ୍କ ଚିନ୍ତା ମଧ୍ୟ ବଢାଇ ପାରେ । ତା ହେଲେ ଆଜି ଆମେ ଆପଣ ମାନଙ୍କୁ ଏହି ବଡ ଖବର ବିଷୟରେ କହିବାକୁ ଯାଉଛୁ ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ପାଣିପାଗ ସୂଚନା ମୁତାବକ ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣ-ପୂର୍ବ ବଙ୍ଗୋପ ସାଗରରେ ସୃଷ୍ଟି ହେବ ବାତ୍ୟା ।

ବାତ୍ୟାର ନାମ କରଣ ଆଗରୁ କରାଯାଇଛି ‘ଆସାନି’ । ଏବେ ବଙ୍ଗୋପ ସାଗରରେ ଡିପ୍ରେସନ ଅଧିକ ଘନୀଭୂତ ହେଉଛି । ଆସନ୍ତା ୧୨ ଘଣ୍ଟାରେ ଗଭୀର ଅବପାତ ତଥା ଡିପ ଡିପ୍ରେସନ ହେବ । ଅଧିକ ଘନୀଭୂତ ହୋଇ ପରବର୍ତ୍ତୀ ୧୨ ଘଣ୍ଟାରେ ସାମୁଦ୍ରିକ ଝଡରେ ଏହା ପରିଣତ ହେବ । ଏବେ ଘଣ୍ଟା ପ୍ରତି ୧୨ କିଲୋମିଟର ବେଗରେ ଗତି କରୁଛି ଡିପ୍ରେସନ ।

ଏହାର ପ୍ରଭାବରେ ଉତ୍ତର ଆଣ୍ଡାମାନ ଦ୍ଵିପରେ ଆଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଏବଂ ଆଉ କେତେକ ସ୍ଥାନରେ ଅଧିକରୁ ଅତ୍ୟଧିକ ମାତ୍ରାରେ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ନିକୋବର ଦ୍ଵିପରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ଚେତାବନୀ ଦିଆଯାଇଛି । ଆସନ୍ତା ୨୩ ତାରିଖରେ ବାତ୍ୟା ଆସାନି ବାଂଲାଦେଶର ମିଆମାର ଉପକୂଳ ସ୍ଥଳଭାଗ ଛୁଇଁବ ।

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଅଶାନ୍ତ ରହିବ ସମୁଦ୍ର । ଭାରତୀୟ ତଟ ରକ୍ଷା ବାହିନୀ ମାଛ ଧରାଳି ମାନଙ୍କୁ ସତର୍କ କରିଛି । ସମୁଦ୍ର ଭିତରକୁ ଯିବା ପାଇଁ ମତ୍ସ୍ୟଜୀବୀ ମାନଙ୍କୁ ବାରଣ କରାଯାଇଛି । ବନ୍ଧୁଗଣ ଏହି ବାତ୍ୟାର ପ୍ରଭାବ ଓଡିଶାରେ ମଧ୍ୟ ପଡିବାକୁ ଯାଉଛି । ଓଡିଶାର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛନ୍ତି । ପାଣିପାଗ ବିଜ୍ଞାନୀ ପ୍ରଫେସର ସନ୍ଦିପ ପଟ୍ଟନାୟକ ଏନେଇ ସୂଚନା ଦେଇଛନ୍ତି ।

ସେ କହିଛନ୍ତି, ଓଡିଶା ଉପରେ ଏହାର କିଛି ଡାଇରେକ୍ଟ ପ୍ରଭାବ ପଡିବ ନାହିଁ । ଓଡିଶାର ଉପକୂଳ ବର୍ତ୍ତୀ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ସେ କହିଛନ୍ତି । ଗତ ପହଡଦିନ ଠାରୁ କେରଳ ଓ ଆନ୍ଧ୍ର ପ୍ରଦେଶରେ ବର୍ଷା ଆରମ୍ଭ ହୋଇଯାଇଛି ଏବଂ ଓଡିଶାରେ ଏହାର ପ୍ରଭାବ ରହିବ । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *