ସୁନାର କାନ୍ଥ, ସୁନାର ଛାତ, ୧୫୦୦୦ ଶୁଦ୍ଧ ସୁନାରେ ତିଆରି ମହା ଲକ୍ଷ୍ମୀଙ୍କ ଏହି ଭବ୍ୟ ମନ୍ଦିର, ଦେଖନ୍ତୁ ଫଟୋ

ଆମ ଦେଶରେ ମାତା ଲକ୍ଷ୍ମୀଙ୍କର କେତେକ ମନ୍ଦିର ଅଛି , କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ ମନ୍ଦିର ବିଷୟରେ କହିବାକୁ ଯାଉଛୁ , ତାକୁ ଦକ୍ଷିଣ ଭାରତର ଗୋଲ୍ଡେନ ଟେମ୍ପଲ ବୋଲି କୁହାଯାଏ । କୁହାଯାଏ କି ଏହି ମନ୍ଦିରର ନିର୍ମାଣରେ ବହୁତ ମାତ୍ରାରେ ସୁନାର ବ୍ୟବହାର କରାଯାଇଛି । ପ୍ରକୃତରେ , ଯେମିତି ହିଁ ଆମ ଆଗରେ ଗୋଲ୍ଡେନ ଟେମ୍ପଲର ଆଲୋଚନା ହୁଏ ମନରେ ଅମୃତସରର ସ୍ଵର୍ଣ୍ଣ ମନ୍ଦିର ହିଁ ଆସିଥାଏ । ବହୁତ୍ କମ୍ ଲୋକେ ଜାଣିଥିବେ କି ଆଉ ଏକ ସ୍ଵର୍ଣ୍ଣ ମନ୍ଦିର ତାମିଲନାଡୁର ଭେଲ୍ଲୋରରେ ମଲାଇକୋଡିର ପାହାଡ଼ରେ ଅବସ୍ଥିତ । ଏହି ମନ୍ଦିରରେ ମାଆ ଲକ୍ଷ୍ମୀ ବିରାଜମାନ ଅଛନ୍ତି ।

ଆଦି ଶଙ୍କାଚାର୍ଯ୍ୟଙ୍କ କର୍ମଭୂମି କଞ୍ଚିପୁରମ ରୁ କମ ସେ କମ ୭୦ କିଲୋମଟର ଦୁର ଭେଲ୍ଲୋର ( ତାମିଲନାଡୁ) ପାଖରେ ହିଁ ଅବସ୍ଥିତ ଶ୍ରିପୁରମ ଓ ଶ୍ରୀ ନାରାୟଣି ପଡମ । ଶ୍ରିପୁରମ ମାନେ ଲକ୍ଷ୍ମୀଙ୍କ ରହିବା ସ୍ଥାନ । ଏହି ମହାଲକ୍ଷ୍ମୀ ମନ୍ଦିରର ନିର୍ମାଣରେ ୧୫୦୦୦ କିଲୋଗ୍ରାମ ଶୁଦ୍ଧ ସୁନାର ବ୍ୟବହାର କରାଯାଇଛି । ସ୍ଵର୍ଣ୍ଣ ମନ୍ଦିର ଶ୍ରିପୁରମ ନିର୍ମାଣରେ ୩୦୦୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇଛି । ମନ୍ଦିରର ଭିତର ଓ ବାହାରର ସାଜସଜାରେ ସୁନାର ବହୁତ ବ୍ୟବହାର କରାଯାଇଛି । ବିଶ୍ଵରେ କୌଣସି ବି ମନ୍ଦିରରେ ଏତେ ସୁନା ବ୍ୟବହାର କରାଯାଇ ନାହିଁ ।

କେବେ ହୋଇଥିଲା ଏହି ମନ୍ଦିର

ଏଠାରେ ସବୁଦିନ ସକାଳ ୪ ଟାରୁ ୮ ଯାଏ ବିଶେଷ ପୂଜା କରାଯାଏ ଓ ତାପରେ ଦର୍ଶନ କରିବା ପାଇଁ ଖାେଲି ଦିଆ ଯାଇଥାଏ । ଏହି ମନ୍ଦିର ରାତି ୮ ଟା ପର୍ଯ୍ୟନ୍ତ ଦର୍ଶନ କରିବା ପାଇଁ ଖୋଲାଥାଏ । ଏହି ମନ୍ଦିର ୧୦୦ ଏକରରେ ଅବସ୍ଥିତ । ଏହି ମନ୍ଦିର ଭକ୍ତ ମାନଙ୍କ ପାଇଁ ଆସ୍ଥାର କେନ୍ଦ୍ର ବିନ୍ଦୁ ଅଟେ । ସୁନାର ଚାକଚକ୍ୟ କାରଣରୁ ରାତିବେଳା ଏଠି ମନ୍ଦିର ଦେଖିବାକୁ ବହୁତ ସୁନ୍ଦର ଲାଗିଥାଏ ।

ମନ୍ଦିରର ଉଦ୍ଘାଟନ ଅଗଷ୍ଟ ୨୦୦୭ ରେ ହୋଇଥିଲା । ରାତିରେ ଯେତେବେଳେ ଏହି ମନ୍ଦିରରେ ଆଲୋକ ପ୍ରଜ୍ଵଳିତ ହୋଇଥାଏ ତେବେ ସୁନାର ଚମକ ଦେଖିବା ଭଳି ହୋଇଥାଏ । ଏଠି ପୁରାବର୍ଷ ଭକ୍ତଙ୍କର ପ୍ରବେଶ ଲାଗି ରହିଥାଏ । କେବେ କେବେ ଏଠାକୁ ଏକ ଲକ୍ଷରୁ ଉର୍ଦ୍ଧ୍ଵ ଭକ୍ତ ଆସିଥାନ୍ତି । ଏହି ମନ୍ଦିରରେ ସବୁଠୁ ଅଧିକ ହରିୟାଣା ଲୋକ ନଜର ଆସିଥାନ୍ତି । ମନ୍ଦିରର ନିର୍ମାଣ ଗୋଲାକାର ଅଟେ । ମନ୍ଦିର ପରିସରରେ ଦେଶର ସମସ୍ତ ପ୍ରମୁଖ ନଦୀରୁ ପାଣି ଆଣି ସର୍ବ ତୀର୍ଥମ ସରୋବର ର ନିର୍ମାଣ କରାଯାଇଛି ।

କୁହାଯାଏ କୁ ବିଶ୍ଵର ଏହା ଏକ ମାତ୍ର ସ୍ଵର୍ଣ୍ଣ ମନ୍ଦିର

ଏହି ମନ୍ଦିରକୁ ନେଇ କୁହାଯାଏ କି ଏହା ବିଶ୍ଵର ଏହା ମାତ୍ର ସ୍ଵର୍ଣ୍ଣ ମନ୍ଦିର, ଯେଉଁଠି ଏତେ ମାତ୍ରାରେ ସୁନାର ବ୍ୟବହାର କରାଯାଇଛି । ଯଦି ଅମୃତସରର ସ୍ଵର୍ଣ୍ଣ ମନ୍ଦିର କଥା କୁହାଯାଏ ତେବେ ସେଠି କେବଳ ୭୫୦ କିଲୋ ସ୍ୱର୍ଣ୍ଣର ଛାତ ତିଆରି ହେଇଛି । ଯେତେବେଳେ କି ତାମିଲନାଡୁର ଭେଲ୍ଲୋରରେ ଥିବା ମହାଲକ୍ଷ୍ମୀଙ୍କ ଏହି ମନ୍ଦିରରେ ୧୫ ହଜାର କିଲୋ ସୁନା ଲଗା ଯାଇଛି । ଯାହାର ଖର୍ଚ୍ଚ ଅତି କମରେ 300 କୋଟି ଟଙ୍କା ମାତ୍ର ।

କେମିତି ପହଞ୍ଚିବେ ଏଠାରେ

ଏହି ମନ୍ଦିରର ସବୁଠୁ ପାଖରେ କାଟପାଡି ରେଲୱେ ଷ୍ଟେସନ ଅଛି । ଏହି ଷ୍ଟେସନରୁ ୭ କିଲୋମିଟର ଦୂରରେ ହିଁ ଏହି ମନ୍ଦିର ଅବସ୍ଥିତ ଅଟେ । ଏହା ବ୍ୟତୀତ ଏଠି ପହଞ୍ଚିବାକୁ ତାମିଲନାଡୁରୁ ଅଲଗା ବାଟ ମଧ୍ୟ ଅଛି । ଏଠି ରାସ୍ତା ଓ ବାୟୁ ମାର୍ଗରେ ମଧ୍ୟ ଯାଇପାରିବେ ।

ଆପଣଙ୍କୁ ଆମର ଏହି ପୋସ୍ଟଟି କିପରି ଲାଗିଲା ଆମକୁ ଜଣାନ୍ତୁ, ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ଶେୟାର କରି ପେଜକୁ ଲାଇକ କରନ୍ତୁ ଓ ଆଗକୁ ଆମ ସହ ଯୋଡି ହୋଇ ରୁହନ୍ତୁ ।

Leave a Reply

Your email address will not be published. Required fields are marked *