୫୦ ବର୍ଷରୁ ବିନା ବିବାହରେ ‘ଲିଭ ଇନ’ ରେ ରହୁଥିଲେ ଏହି ବୟସ୍କ ଯୋଡି, କାରଣ ଜାଣିଲେ ଆପଣ ହେବେ ଆଶ୍ଚର୍ଯ୍ୟ

ସବୁ ଯୋଡ଼ି ଉପରୁ ଗଢା ହୋଇ ଆସିଥାଏ , ଏହି କଥା ଆପଣ ବହୁତ ଥର ଶୁଣି ଥିବେ । ଏହି କଥା ରିୟଲ ଲାଇଫରେ ମଧ୍ୟ ବହୁତ ଥର ଦେଖିବାକୁ ମିଳିଛି , ଯେବେ ଆମକୁ ଆମର ପ୍ରକୃତ ଜୀବନସାଥି ମିଳି ଯାଇଥାଏ ତେବେ ଆମେ ତାଙ୍କ ସହିତ ବିବାହ କରିବାକୁ ଡେରି କରି ନଥାଉ । କିନ୍ତୁ କିଛି ଲୋକ ଏମିତି ବି ଅଛନ୍ତି ଯିଏ ବିବାହ ନକରି ମଧ୍ୟ ଏକା ସହିତ ରହିବାକୁ ପସନ୍ଦ କରିଥାନ୍ତି । ଆଧୁନିକ ଭାଷାରେ ଏହାକୁ ‘ ଲିଭ ଇନ ରିଲେସନଶିପ ‘ ବୋଲି କୁହାଯାଏ ।

ଏମିତିରେ ଆଜି ଆପଣଙ୍କୁ ଜଣେ ଏମିତି ବୟସ୍କ ଦମ୍ପତିଙ୍କ ସହିତ ମିଳେଇବାକୁ ଯାଉଛୁ ଯିଏ ପୁରା ୫୦ ବର୍ଷ ପର୍ଯ୍ୟନ୍ତ ଲିଭ ଇନରେ ଥିଲେ ଓ କିଛିଦିନ ହେବ ବିବାହ ବନ୍ଧନରେ ବାନ୍ଧିହେଲେ । ଛତିଶଗଡର କବର୍ଧା ଜିଲ୍ଲାର ଖୈରଝିଟ କଲା ଗାଁରେ ହେଇଥିବା ଏହି ବିବାହକୁ ଦେଖି ଲୋକେ ସବୁ ଆଶ୍ଚର୍ଯ୍ୟ ହୋଇଗଲେ ଯେବେ ତାଙ୍କୁ ଜଣାପଡ଼ିଲା ବରକୁ ୭୩ ଓ କନ୍ୟାକୁ ୬୭ ବର୍ଷ ଅଟେ ।

ଏବେ ସୋସିଆଲ ମିଡିଆରେ ଏହି ବୟସ୍କ ଯୋଡିଙ୍କ ବିବାହ ବହୁତ ଭାଇରାଲ ହେଉଅଛି । ଗତ ଶନିବାର ଦିନ ହେଇଥିବା ଏହି ବିବାହର ଚର୍ଚ୍ଚା ପୁରା ଗାଁରେ ହେଉଛି . କେତେକ ଲୋକ ତ ଏହା ଜାଣି ଆଶ୍ଚର୍ଯ୍ୟ ହେଉଛନ୍ତି କି ୭୩ ବର୍ଷୀୟ ବର ସୁକାଲ ନିଶାଦ ଓ ୬୭ ବର୍ଷର କନ୍ୟା ଗୋତ୍ରାହିନ ବାଇ ଗତ ୫୦ ବର୍ଷ ହେବ ଲିଭ ଇନରେ ରହୁଥିଲେ । ପରନ୍ତୁ ଏହି ଦୁଇ ଜଣଙ୍କୁ ଲିିଭ ଇନ କଣ ହୋଇଥାଏ ଜଣା ମଧ୍ୟ ନଥିଲା ।

କଥା ଏହାଥିଲା କି ଦୁହିଁଙ୍କର ଆର୍ଥିକ ସ୍ଥିତି ଅଧିକ ଦୟନୀୟ ଥିଲା, ଏମିତିରେ ଦୁହେଁ ବିବାହ କରିବା ଓ ଗାଁଲୋକଙ୍କୁ ଖାଇବାକୁ ଦେବା ଖର୍ଚ୍ଚ ଉଠାଇ ପାରି ନଥାନ୍ତେ , ସେଥିପାଇଁ ୫୦ବର୍ଷ ପୂର୍ବରୁ ଯେବେ ଏମାନଙ୍କର ଦେଖା ହୋଇଥିଲା ତେବେ ଦୁହେଁ ବିବାହ ନକରି ଏକା ସହ ରହିବାର ନିର୍ଣ୍ଣୟ କରି ନେଇଥିଲେ ।

ମିଡ଼ିଆଙ୍କୁ ଇଣ୍ଟର୍ଭିଉ ଦେବା ସମୟରେ ବୟସ୍କ ବର କହିଳେ କି ସେ ଆଜିଠୁ ୫୦ ବର୍ଷ ପୂର୍ବେ ବେମେତରା ଜିଲ୍ଲାର ବିରାଶୀଙ୍ଗିରେ ନିଜ ପାଇଁ ଝିଅକୁ ଦେଖିବାକୁ ଯାଇଥିଲେ . ସେ ଯେଉଁ ଝିଅ ସହ ଦେଖା କରିବାକୁ ଯାଇଥିଲେ ତାଙ୍କର ଛୋଟ ଭଉଣୀ ଉପରେ ସୁକାଲଙ୍କର ମନ ଆସିଯାଇଥିଲା । ସୁକାଲ ସେତେବେଳେ ଦିନ ମଜୁରିଆ କାମ କରୁଥିଲେ । ସେଥିପାଇଁ ତାଙ୍କ ପାଖରେ ବିବାହ ପାଇଁ ପଇସା ନଥିଲା ।

ଏଥିପାଇଁ ସୁକାଲ ଓ ଗୋତ୍ରାହିନ ନିର୍ଣ୍ଣୟ କଲେ ବିବାହ ନକରି ମଧ୍ୟ ସେ ସାଙ୍ଗହୋଇ ରହିବେ । ଖୁସି କଥା ଏହା ଥିଲା କି ବିବାହ ନକରି ଏକା ସହ ରହିବାରେ ତାଙ୍କ ପରିବାର ବା ସମାଜର କୌଣସି ଲୋକଙ୍କୁ କିଛି ବି ଆପତି ନଥିଲା ।

 

କିଛିଦିନ ହେବ ସୁକାଲ ଗାଁର ଗୋଟେ ସାଙ୍ଗକୁ ନିଜର ଇଛା ଜଣାଇଲା କି ତାଙ୍କର ଇଛା ଅଛି କି ସେ ଜୀବନରେ ହିନ୍ଦୁ ରୀତି ନୀତିରେ ବିବାହ କରିବେ । ତାଙ୍କର କହିବା କଥା କି ବିବାହ ନକଲେ ଜୀବନକୁ ମୁକ୍ତି ମିଳି ନଥାଏ , ଏମିତିରେ ତାଙ୍କ ସାଙ୍ଗ ଏହି କଥାକୁ ଗାଁର ବାକି ଲୋକ ଓ ସୁକାଲଙ୍କ ପିଲାଙ୍କୁ କହିଲେ, ପୁଣି ସମସ୍ତେ ମିଶି ଏମାନଙ୍କର ବିବାହର ପ୍ରୋଗ୍ରାମ କଲେ ଓ ପୁରା ନିତି ନିୟମ ସହିତ ବିବାହ କରାଇଥିଲେ । ସୁକାଲ ଓ ଗୋତ୍ରାହିନଙ୍କ ଦୁଇଟି ଝିଅ ଓ ଗୋଟେ ପୁଅ ମଧ୍ୟ ଅଛନ୍ତି । ଏହା ବ୍ୟତୀତ ଏମାନଙ୍କର ନାତି ଓ ନାତୁଣୀ ମଧ୍ୟ ଅଛନ୍ତି ।

ଆପଣଙ୍କୁ ଆମର ଏହି ପୋସ୍ଟଟି କିପରି ଲାଗିଲା ଆମକୁ ଜଣାନ୍ତୁ, ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ଶେୟାର କରି ପେଜକୁ ଲାଇକ କରନ୍ତୁ ଓ ଆଗକୁ ଆମ ସହ ଯୋଡି ହୋଇ ରୁହନ୍ତୁ ।

Leave a Reply

Your email address will not be published. Required fields are marked *