ସାମ୍ନାକୁ ଆସିଲା ସମୁଦ୍ରରେ ଭାସି ଆସିଥିବା ସୁନା ରଥର ସତ କାହାଣୀ, ଏହି ସୁନା ରଥର ରହସ୍ୟ ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ…ଦେଖନ୍ତୁ ଏହି Video

ବନ୍ଧୁଗଣ ବାତ୍ୟା ଅସାନି ଯେତିକି ଡରେଇଲା ସେତିକି ହଇରାଣ କରି ନାହିଁ । ତେବେ ଆନ୍ଧ୍ର ପ୍ରଦେଶରେ ସିକାକୁଲମ ଅନ୍ତର୍ଗତ ସାନ୍ତା ବୋମାଲି ମଣ୍ଡଳ ଏମ ସୁନାପଲ୍ଲୀ ଗାଁକୁ ଦେଇଗଲା ଏକ ବିସ୍ମୟକର ଉପହାର ।ବାତ୍ୟା ସମୟରେ ଏହି ଗାଁ ପାଖ ସମୁଦ୍ର କୂଳରେ ଏକ ସୁନା ଛାଉଁଳି ଥିବା ରଥ ମିଳିଛି । ତେବେ ଏହି ରଥରେ 16.1.2022କୁ ଛାଡି ଦେଲେ ଆଉ ଯେଉଁ ଭାଷା ଲେଖାଯାଇଛି ତାକୁ କେହି ବି ପଢି ପାରୁ ନାହାନ୍ତି ।

ବନ୍ଧୁଗଣ ଏହି ରଥ ରାସ୍ତାରେ ଚାଲିବା ପାଇଁ ନୁହେଁ ସମୁଦ୍ରରେ ଭାସିବା କୌଶଳରେ ତିଆରି ହୋଇଛି । ଏଥିରେ ବୌଦ୍ଧ ଧର୍ମରେ କଳା ଓ ସ୍ଥାପତ୍ୟ ରହିଥିବାର ଜଣା ପଡିଛି । ତେବେ ଏହି ରଥଟି ରହସ୍ୟମୟ ରହିଥିବାରୁ ଏହାକୁ ଦେଖିବା ପାଇଁ ବହୁ ସଂଖ୍ୟାରେ ଲୋକେ ସମୁଦ୍ର କୂଳରେ ପହଞ୍ଚି ଛନ୍ତି । 10 ଫୁଟ ଉଚ୍ଚ ବିଶିଷ୍ଟ ଏହି ରଥ ସମୁଦ୍ରରେ କେମିତି ଓ କେଉଁଠୁ ଆସିଲା ତାହା ଜଣା ପଡି ନାହିଁ ।

ଏହାକୁ ନେଇ ସ୍ଥାନୀୟ ମେରାଇନ ପୋଲିସ ତଦନ୍ତ କରୁଛି । ହେଲେ କୁହାଯାଉଛି ଏହି ରଥଟି ମିଆଁମାରରୁ ଆସିଥାଇ ପାରେ । ଏହି ରଥର ଚଟାଣ ବର୍ମା କାଠରେ ତିଆରି ହୋଇଥିବା ବେଳେ ଏହା ପାଣିରେ ଭସିବା ପାଇଁ 12ଟି ଲୁହା ଡ୍ରାମ ଖଞ୍ଜା ଯାଇଛି । ଏହାର କିଛି କିଛି ଅଂସ ଲୁହାରେ ନିର୍ମାଣ କରାଯାଇ ଗୋଲ୍ଡ କୋଟିଙ୍ଗ କରାଯାଇଛି । ଏହାର ଚୂଳ ପିତ୍ତଳରେ ନିର୍ମାଣ କରାଯାଇଛି ।

ତେବେ ବନ୍ଧୁଗଣ ସୂଚନା ମୁତାବକ ମିଆଁମାରରେ ଏହି ଭାସମାନ ରଥକୁ ସ୍ଵର୍ଣ୍ଣ ମନ୍ଦିର କୁହାଯାଏ । ଏହି ରଥ ତଳେ ଏକ ଡ୍ରାଗନ ମଧ୍ୟ ରହିଛି ଆଉ ମିଆଁମାରର ସମସ୍ତ ମନ୍ଦିରରେ ଡ୍ରାଗନ ରହିଥିବାରୁ ଏହା ମିଆଁମାରରୁ ଆସିଛି ବୋଲି କୁହାଯାଉଛି । ହେଲେ ବନ୍ଧୁଗଣ ଏହି ସ୍ଵର୍ଣ୍ଣ ମନ୍ଦିର ଭିତରେ ବୌଦ୍ଧଙ୍କ ମୂର୍ତ୍ତି ରହିଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । ବୌଦ୍ଧଙ୍କ ମୂର୍ତ୍ତିଟି ବୋଧେ ସମୁଦ୍ର ଜଳରେ ଲୀନ ହୋଇଯାଇଛି ।

କାରଣ ଯେତେବେଳେ ଗାଁ ଲୋକମାନେ ରଥଟିକୁ ସମୁଦ୍ର ଭିତରୁ ଆଣିଲେ ସେତେବେଳେ ସେହି ରଥରେ ବୁଦ୍ଧଙ୍କ ମୂର୍ତ୍ତି ନଥିଲା । ଅଧିକ ଲହଡି ଓ ଜଳ ସ୍ରୋତ ହେତୁ ବୁଦ୍ଧ ମୂର୍ତ୍ତିଟି ବୋଧେ ସମୁଦ୍ରରେ ଲୀନ ହୋଇଯାଇଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବରଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *