ହେ ଭଗବାନ ! ଘଟିଲା ବଡ ଅଘଟଣ, ସମୁଦ୍ରରେ ଭାସିଗଲା 80 ଲକ୍ଷ ଟଙ୍କା, ପୁରା ଘଟଣା ଜାଣି ମୁଣ୍ଡରେ ହାତ ଦେବେ…ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ବର୍ତ୍ତମାନ ଅନେକ ଘଟଣା ଅଘଟଣା ବିଷୟରେ ନିଶ୍ଚିତ ଅବଗତ ଥିବେ । ତେବେ କେଉଁଠି ବାତ୍ୟା, ବନ୍ୟା ତ କେଉଁଠି ମରୁଡି ର ହାହାକାର ।ତେବେ ଯେଉଁଠି ଦେଖିବେ ସେଠାରେ କୌଣସି ନା କୌଣସି ଦୁର୍ଘଟଣା ଘଟି ଯାଉଛି । ତେବେ ଆପଣ ମାନେ ଶୁଣିଥିବେ ଏବଂ ଜାଣିଥିବେ କି ଏହି କିଛିଦିନ ପୂର୍ବରୁ ଖବର ଶୁଣିବାକୁ ମିଳୁଥିଲା କି ବଙ୍ଗୋପସାଗର ରେ ଘୁର୍ଣ୍ଣି ବଳୟ ହୋଇ ଏକ ବହୁତ ବଡ଼ ବାତ୍ୟା ଆସିବାର ଅଛି ।

ତେବେ ଏହାକୁ ନେଇ ସମସ୍ତେ ଚିନ୍ତିତ ଏବଂ ବ୍ୟସ୍ତ ଥିଲେ ଏବଂ ସୁରକ୍ଷିତ ରହିବ ପାଇଁ ମଧ୍ୟ ଚେଷ୍ଟା କରିଥିଲେ । କାରଣ ଆପଣ ମାନେ ଜାଣିଥିବେ କି ବାତ୍ୟା ଆସିଲେ ଅନେକ ଧନ ଜୀଵନ ହାନି ହୋଇଥାଏ । ତେବେ ବର୍ତ୍ତମାନ ଯେଉଁ ଖବର ବିଷୟରେ ଆଲୋଚନା କରିବା ତାହା ଶୁଣିଲେ ଆପଣ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ ।

ତେବେ ଉଚ୍ଚ ଜୁଆର ମାଡ଼ରେ ଭାସିଗଲା ଭସା ପୋଲ । ପାଣିରେ ପଡ଼ିଲା ୮୦ଲକ୍ଷ ଟଙ୍କା । ଉଦ୍‌ଘାଟନର ୩ ଦିନ ପରେ ଭାସିଗଲା କର୍ଣ୍ଣାଟକର ଉଡୁପିଠାରେ ସମୁଦ୍ରରେ ନିର୍ମାଣ କରା ଯାଇଥିବା ଭସାପୋଲ ନଷ୍ଟ ହୋଇ ଯାଇଛି । ୧୦୦ ମିଟର ଲମ୍ବ ଓ ୩ ମିଟର ପ୍ରସ୍ଥ ବିଶିଷ୍ଟ ଏହି ଭସାପୋଲକୁ ଗତ ୬ ତାରିଖରେ ଉଦ୍‌ଘାଟନ କରା ଯାଇଥିଲା । ଏଥି ନେଇ କର୍ଣ୍ଣାଟକ ସରକାର ୮୦ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ ।

ବାତ୍ୟା ପ୍ରଭାବରେ ଏହି ପୋଲ ଭାଙ୍ଗିବା ପରେ ଏହାର କାର୍ଯ୍ୟକୁ ସ୍ଥଗିତ ରଖାଯାଇଛି । ତେବେ ୩ଦିନ ପୂର୍ବେ ବିଧାୟକ ରଘୁପତି ଭଟ ଭସା ପୋଲ ଉଦଘାଟନ କରିଥିଲେ ଏବଂ ଏହାକୁ ମଧ୍ୟ ପରିଦର୍ଶନ କରିଥିଲେ । କର୍ଣ୍ଣଟକରେ ପର୍ଯ୍ୟଟନକୁ  ଆକୃଷ୍ଟ କରିବା ପ୍ରଥମ ଥର ପାଇଁ ଭସା ପୋଲ ନିର୍ମାଣ କରା ଯାଇଥିଲା ଏହି ପୋଲର ଲମ୍ବ ୧୦୦ ମିଟର ଏବଂ ପ୍ରସ୍ଥ ୩ ମିଟର ଥିଲା ।

ଏକାଥରକେ ଏହି ଭସା ପୋଲ ଉପରେ ୧୦୦ରୁ ଅଧିକ ଲୋକ ଚାଲିବେ ବୋଲି ଆକଳନ କରା ଯାଇଥିଲା । ପର୍ଯ୍ୟଟନ ପାଇଁ ନିର୍ମିତ ଏହି ଭସା ପୋଲ ପର୍ଯ୍ୟଟକ ମାନଙ୍କୁ ମାତ୍ର୧୫ ମିନିଟ୍ ରହିବାକୁ ଅନୁମତି ଦିଆ ଯାଇଥିଲା । କର୍ଣ୍ଣାଟକରେ ଘୂର୍ଣ୍ଣିବଳୟ ପରେ ଉଚ୍ଚ ଜୁଆର ମାଡ଼ ସମ୍ଭାଳି ପାରିଲାନି ପୋଲ । ପାଣିରେ ବୁଡିଗଲା ୮୦ ଲକ୍ଷ ଟଙ୍କା । ବର୍ତ୍ତମାନ ଭସା ପୋଲକ ପ୍ରଶାସନ ପକ୍ଷରୁ ବନ୍ଦ କରି ଦିଆ ଯାଇଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *