ହସ୍ପିଟାଲ ଭିତରେ ଡାକ୍ତରଙ୍କ ଆତ୍ମହତ୍ୟା ! ମାତ୍ର 20 ଦିନ ପୂର୍ବରୁ ନିଜ ବିବାହରେ ବହୁତ ଖୁସି ଥିଲେ ଏ ଡାକ୍ତର, ହେଲେ ଏମିତି କଣ ହେଲା…ଦେଖନ୍ତୁ ଡାକ୍ତରଙ୍କ ବିବାହ Video

ନମସ୍କାର ବନ୍ଧୁଗଣ ତେବେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲର ଡାକ୍ତରଙ୍କ ସନ୍ଦେହ ଜନକ ମୃତ୍ୟୁ । ବନ୍ଦ ଥିବା ରେଷ୍ଟରୁମରୁ ମୃତଦେହ ଜବତ କଲା କମିଶନରେଟ୍ ପୋଲିସ । ମୃତ ଡାକ୍ତର ହେଲେ ଶିଶିର କୁମାର ସାହୁ ଏବଂ ସେ ଅସ୍ଥିଶଲ୍ୟ ବିଭାଗୀୟ ଡାକ୍ତର ହିସାବରେ କାର୍ଯ୍ୟରତ ଥିଲେ । ଆତ୍ମହତ୍ୟା ନା ହତ୍ୟା ଏହାକୁ ନେଇ ସନ୍ଦେହ ଉପୁଜୁଥିବା ବେଳେ ତଦନ୍ତ ଜାରି ରଖିଛି ପୋଲିସ ।


ସୂଚନା ଅନୁସାରେ, ଶିଶିର ଏକ ଘରୋଇ ହସ୍ପିଟାଲରେ ଅସ୍ଥିଶଲ୍ୟ ବିଭାଗୀୟ ଡାକ୍ତର ଭାବେ କାର୍ଯ୍ୟରତ ରହିଥିବା ବେଳେ କିଛି ସମୟ ପାଇଁ ରେଷ୍ଟରୁମ ଯାଇଥିଲେ । ତେବେ ଚାମ୍ବରକୁ ନଫେରିବାରୁ ହସ୍ପିଟାଲ କର୍ମଚାରୀ ରେଷ୍ଟରୁମକୁ ଯାଇ ଡାକ୍ତର ଜଣକ ବେଡ୍‌ରେ ପଡିଥିବା ଦେଖିବାକୁ ପାଇଥିଲେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି ।

ଡାକ୍ତରଙ୍କ ରୁମରୁ କିଛି ଇଞ୍ଜେକ୍ସନ ସିସି ଜବତ କରିଛି ପୋଲିସ । ୨୦ ଦିନ‌ ତଳେ ବିବାହ କରିଥିବା ଝାରସୁଗୁଡାର ୩୨ ବର୍ଷିୟ ଯୁବ ଡାକ୍ତରଙ୍କ ମୃତଦେହ ଉଦ୍ଧାରପରେ ବଢିଛି ସନ୍ଦେହ । ନିଜ ଦେହରେ ନିଜେ ଇଞ୍ଜେକ୍ସନ ନେଇ ଏପରି ମୃତ୍ୟୁ ହୋଇଥିବା ନେଇ ଅନୁମାନ କରାଯାଉଥିବା ବେଳେ ବ୍ୟବଚ୍ଛେଦ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି ।

ତେବେ ଏହି ଘଟଣାରେ ଅନେକ ଦିଗକୁ ନେଇ ତଦନ୍ତ ଚଳାଇଛି ପୋଲିସ । କିଛି ଇଞ୍ଜେକ୍ସନର ରିଆକ୍ସନ ନା ଜାଣିଶୁଣି ଏପରି ଆତ୍ମହତ୍ୟା କରିଛନ୍ତି ? ଯଦି ମେଡିସିନ ରିଆକ୍ସନ ତେବେ କଣ ଥିଲା ସେହି ମେଡିସିନ ? ଏହାର ହେବି ଡୋଜ ନା କିଛି ଅଲଗା କାରଣ ତାହାକୁ ନେଇ ତଦନ୍ତ ଚଳାଇଛି ପୋଲିସ । ଅନ୍ୟପଟେ ଯଦି ଡାକ୍ତର ଜାଣି ଶୁଣି ଇଞ୍ଜେକ୍ସନ ନେଇ ଏପରି କରିଛନ୍ତି ତେବେ ୨୨ଦିନ ତଳେ ବିବାହ କରିଥିବା ଏହି ଡାକ୍ତର ଏପରି କଣ ହେଲା କାହିକି ଏପରି ଚରମ ପଦକ୍ଷେପ ନେଲେ ?

ଏହା ପଛରେ କଣ ମାନସିକ ଚାପ ନା କର୍ମକ୍ଷେତ୍ରରେ ପ୍ରେସର ନା ପାରିବାରିକ ଟେନସନ ? ବ୍ୟବଚ୍ଛେଦ ପରେ ଭିପୁଲ ଗାର୍ଡେନ ସ୍ଥିତ ତାଙ୍କ ନବ ବିବାହିତ ପତ୍ନିଙ୍କ ପାଖକୁ ନିଆଯାଇ ଅନ୍ତିମ ସଂସ୍କାର କରାଯିବା ନେଇ ସୂଚନା ରହିଛି । ନିଜ ଦେହରେ ନିଜେ ଇଞ୍ଜେକ୍ସନ ନେଇ ଏପରି ମୃତ୍ୟ ହୋଇଥିବା ପୋଲିସ ଅନୁମାନ କରୁଥିବା ବେଳେ ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ସ୍ପଷ୍ଟ ହେବ ବୋଲି କହିଛି ପୋଲିସ ।


ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଡାକ୍ତର ଙ୍କ ର ବିବାହ ସମୟର ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେଉଛି ଯେଉଁଥିରେ ସେ ସିନ୍ଦୁର ଦାନ କରୁଥିବାର ଦୃଶ୍ୟ ରହିଛି । ତେବେ ୨୦ ଦିନ ଆଗରୁ ଏତେ ଖୁସିରେ ଏତେ ମଜା ମସ୍ତିରେ ରହୁଥିବା ବ୍ୟକ୍ତି ବର୍ତ୍ତମାନ ଆଉ ଏ ଦୁନିଆରେ ନାହିଁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *