ସୁନା ଚିହ୍ନିବାର ସବୁଠୁ ସଠିକ ଓ ସହଜ ଉପାୟ,ଏବେ ବଣିଆବି ଆପଣଙ୍କୁ ଠକିପାରିବେନି

ଆପଣ ବି ଜାଣିପାରିବେ ଅସଲି ଓ ନକଲି ସୁନା ଭିତରେ ଫରକ । ଆପଣମାନେ ତ ଜାଣିଥିବେ ଭାରତୀୟ ସମାଜରେ ସୁନା ର ମହତ୍ଵ କେତେ ମୂଲ୍ୟବାନ। ଆମ ସଂସ୍କୃତିରେ ମହିଳା ମାନଙ୍କର ସୁନା ପିନ୍ଧିବା ଅନିବାର୍ୟ୍ୟ ଅଟେ। ଆଜିର ଜମାନାରେ ସୁନାର ମୂଲ୍ୟ ଏତେ ମହଙ୍ଗା ହୋଇଯାଇଛି ତଥାପି ବି ସୁନାର ଚାହିଦା ଲୋକଙ୍କ ମନରେ ପ୍ରଥମ । କିନ୍ତୁ ଆମ୍ଭମାନଙ୍କ ମଧ୍ୟରୁ ବହୁତଲୋକ ସୁନା ଅସଲି କି ନକଲି ଜାଣି ପାରନ୍ତି ନାହିଁ। ଯାହାଦ୍ୱାରା ଖାଦ ମିଶା ସୁନା କିଣିଥାନ୍ତି ଓ ଠକାମିରେ ପଡିଥାନ୍ତି।

ସୁନାର ଗହଣା କିଣିବା ସମୟରେ ଲୋକ ଚିନ୍ତା କରନ୍ତି କି ଏଥିରେ କେତେ ପରିମାଣର ଶୁଦ୍ଧ ସୁନା ଅଛି ଓ ଫେରସ୍ତ ସମୟରେ କେତେ ମିଳିବ। ଏମିତି ତ ସବୁ ଦୋକାନୀମାନେ ନିଜର ଗହଣାକୁ ବଦଳାଇବା ସମୟରେ ମାର୍କେଟ ରେଟ ଅନୁସାରେ ଫେରସ୍ତ ପାଇବେ ବୋଲି ଆଶ୍ଵାସନା ଦେଇଥାନ୍ତି। କିନ୍ତୁ ଯେତେବେଳେ ଆପଣ ବଦଳାଇବାକୁ ଯାଇଥାନ୍ତି ସେତେବେଳେ ସେ ତାଙ୍କ କଥାରୁ ଓହରି ଯାଇଥାନ୍ତି ଓ କହନ୍ତି ସୁନାର ଶୁଦ୍ଧତା ନାହିଁ ।

ଦୋକାନୀ ନିଜେ ଗ୍ରାହକଙ୍କ ସମ୍ମୁଖରେ ଭଲ ହେବା ପାଇଁ ବ୍ୟବସାୟରେ ଲାଭ କରିବା ପାଇଁ ବେଳେବେଳେ ଏପରି ଅଶୁଦ୍ଧ ସୁନା ବିକୁଛନ୍ତି।  ଶୁଦ୍ଧ ସୁନା ନାଁ ରେ ସେଥିରେ  ତମ୍ବା, ଚାନ୍ଦି ଓ ଦସ୍ତାର ମିଶ୍ରଣ ହେଉଛି । ସାଧାରଣତଃ ଲୋକମାନେ ସୁନା ପରଖି ପାରନ୍ତି ନାହିଁ ଓ ନିଜର ଝାଳବୁହା ଧନକୁ ଠକଙ୍କ ହାତରେ ଦେଇ ଅଶୁଦ୍ଧ ସୁନା କିଣିଥାନ୍ତି। ଦୋକାନୀ ମାନଙ୍କର ଏହିଭଳି ଠକାମିରୁ ବଞ୍ଚିବାପାଇଁ ଆମେ ଆପଣଙ୍କୁ ଜଣାଇବୁ କିଛି ଏପରି ତଥ୍ୟ ଯାହାଦ୍ୱାରା ଆପଣ ଜାଣି ପାରିବେ ସୁନାର ଶୁଦ୍ଧତା ଏବଂ ଅସଲି ଓ ନକଲି ମଧ୍ୟରେ ଫରକ ।

୧: ସର୍ବପ୍ରଥମେ ଆପଣ ଏହା ଜାଣି  ରଖନ୍ତୁ କି ଯଦି ଆପଣ ବି ସୁନାର ଶୁଦ୍ଧତାକୁ ଜାଣିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ଏକ ସରଳ ଉପାୟ ଅଛି ଯାହାକୁ ଆପଣ କେଉଁଠାରେ ମଧ୍ୟ ଯାଞ୍ଚ କରିପାରିବେ ସୁନା ଅସଲି କିମ୍ବା ନକଲି । ତେବେ ଜାଣିରଖନ୍ତୁ ଏଥିପାଇଁ ଆପଣଙ୍କୁ ସୁନାକୁ ପ୍ରଥମେ ଆପଣଙ୍କ ଦାନ୍ତ ମଧ୍ୟରେ ଦାବିବାକୁ ହେବ ଯଦି ସୁନା ଉପରେ ଦନ୍ତ ଚିହ୍ନ ଆସେ ତେବେ ସୁନା ଅସଲି ଓ ସୁନାରେ ଯଦି ଚିହ୍ନ ନ ଆସେ ତେବେ ଆପଣ ବୁଝିଯିବେ କି ସୁନା ନକଲି।

୨: ସୁନା କୌଣସି ଚୁମ୍ବକୀୟ ଧାତୁ ନୁହେଁ । ପରୀକ୍ଷା ନିମନ୍ତେ ଆପଣ ଏକ ମଝଭୁତ ଚୁମ୍ବକକୁ ସୁନା ପାଖକୁ ନିଅନ୍ତୁ ଯଦି ସୁନା ଚୁମ୍ବକ ପାଖକୁ ଟିକେ ବି ଆକର୍ଷିତ ହେଲା ତେବେ ଆପଣ ଜାଣିଯିବେ ଯେ ସୁନାରେ ଶୁଦ୍ଧତା ନାହିଁ, ସେଥିରେ ନିଶ୍ଚିତ କିଛି ପରିମାଣର ଅନ୍ୟ ଧାତୁ ମିଶିଛି ।

୩: ଆମେ ଆପଣଙ୍କୁ ଜଣାଇ ଦେଉଛୁ କି ଏସିଡ ଦ୍ଵାରା ମଧ୍ୟ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ । ଏଥିପାଇଁ ଆପଣ ସୁନାର କୌଣସି ଅଂଶରେ ପିନ ଦ୍ଵାରା କଣା କରନ୍ତୁ ଓ ସେହି କଣାରେ ନାଇଟ୍ରିକଏସିଡ ପକାନ୍ତୁ ଯଦି ସୁନାର ରଙ୍ଗ ସବୁଜ ହୋଇଯାଉଛି ତେବେ ଜାଣି ନିଅନ୍ତୁ ସେଥିରେ ଅନ୍ୟ ଧାତୁ ମିଶିଛି । ସୁନା ପୂର୍ଣ୍ଣରୂପେ ଶୁଦ୍ଧ ନୁହେଁ।

ଏମିତିରେ ସୁନା ପାଇଁ ବିଆଇଏସ ୯୧୬ କୁ ଅନ୍ତରାଷ୍ଟ୍ରୀୟ ସ୍ତରରେ ସଠିକ ବୋଲି କୁହାଯାଇଛି । ଯେଉଁଥିରେ କି ସୁନାର ପରିମାଣ ୯୧.୬ ପ୍ରତିଶତ ଅଛି ବୋଲି କୁହାଯାଇଛି ଯାହାକି ୨୨ କ୍ୟାରେଟ ଅଟେ । ପର୍ବପର୍ବାଣି ବ୍ୟତୀତ ବିବାହ  ସମୟରେ ସୁନା ଓ ଚାନ୍ଦିର ବିକ୍ରି ଅଧିକ ମାତ୍ରାରେ ହୋଇଥାଏ । କେତେକ ଦୋକାନରେ ଏହି ସମୟରେ ଅଶୁଦ୍ଧ ସୁନାକୁ ମଧ୍ୟ ଭଲ କହି ବିକ୍ରୟ କରିଥାନ୍ତି ଓ ସାଧାରଣ ଜନତା ମଧ୍ୟ ଅଭିଯୋଗ କରନ୍ତି।

ଯଦି ଆପଣ ହଲମାର୍କ ସୁନା କିଣୁଛନ୍ତି ତେବେ ଆପଣଙ୍କୁ ସୁନାର ମୂଲ୍ୟ ଅଧିକ ଦେବାକୁ ପଡିବ କାରଣ ପରୀକ୍ଷଣର ମୂଲ୍ୟ ସୁନାର ମୂଲ୍ୟ ସହିତ ସାମିଲ କରାଯିବ। କେତେକ ସମୟରେ ମଧ୍ୟ ହଲମାର୍କ ସୁନାର ମୂଲ୍ୟ ଅଲଗା ଅଲଗା ଦୋକାନରେ ଅଲଗା ଅଲଗା ହୋଇଥାଏ । ଏଥି ନିମନ୍ତେ ସୁନା କିଣିବା ପୂର୍ବରୁ ଯାଞ୍ଚକରି ସଠିକ ଦୋକାନରୁ ହଲମାର୍କ ସୁନା କିଣନ୍ତୁ।

Leave a Reply

Your email address will not be published. Required fields are marked *