୫ ଦିନ ପର୍ଯ୍ୟନ୍ତ ଗୋଟିଏ ବି କପଡା ପିନ୍ଧନ୍ତି ନାହିଁ ଏଠିକାର ମହିଳାମାନେ, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ

ଏହି ସଂସାରରେ ବହୁତ ସମୁଦାୟ, ବହୁତ ଜାତି ଓ ବହୁତ ଧର୍ମ ଅଛି । ଏହି ସମସ୍ତ ସମୁଦାୟ, ଧର୍ମ ଓ ଜାତିର ନିଜ ନିଜର ପରମ୍ପରା ଅଛି । ଯାହା ଏଥିରେ ସାମିଲ ଲୋକମାନଙ୍କ ଦ୍ଵାରା ପାଳନ କରାଯାଇଥାଏ । ଏହି ପରମ୍ପରା ଏତେ ବିଚିତ୍ର ହୋଇଥାଏ କି ଯେତେବେଳେ ଲୋକମାନେ ଏହା ବିଷୟରେ ଶୁଣନ୍ତି ତେବ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଆନ୍ତି ।

ଭାରତ ଭଳି ବଡ ଦେଶରେ ଯେଉଁଠି ଜାତି ଓ ସମୁଦାୟ ଗୁଡିକର ଭଣ୍ଡାର ଅଛି ଓ ଏହି ପରମ୍ପରା ବି ଅଧିକ ଦେଖିବାକୁ ମିଳିଥାଏ । କୁହାଯାଏ କି  ଆମ ଦେଶରେ ପ୍ରତ୍ୟେକ ୫୦ କିଲୋମିଟରେ ଲୋକମାନଙ୍କ ଭାଷା ଓ ପରମ୍ପରା ବଦଳିଯାଏ । ଆଜି ଆମେ ଆପଣଙ୍କୁ ଏକ ଏମିତି ହିଁ ପରମ୍ପରା ବିଷୟରେ କହିବାକୁ ଯାଉଛୁ, ଯାହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

କିନ୍ତୁ ଭଲ କଥା ଏହା ଅଟେ କି ଏହି ପରମ୍ପରା ବର୍ତ୍ତମାନ ଯୁଗରେ ବି ପାଳନ କରାଯାଉଛି । ଏହି ପରମ୍ପରା ଅନ୍ତର୍ଗତ ମହିଳାମାନଙ୍କୁ ନିର୍ବସ୍ତ୍ର ରହିବାକୁ ପଡିଥାଏ । ଏହି ପରମ୍ପରା ହିମାଚଳ ପ୍ରଦେଶର ମଣିକର୍ଣ୍ଣ ଘାଟୀର ପୀଣୀ ଗ୍ରାମର ଲୋକମାନଙ୍କ ଦ୍ଵାରା ପାଳନ କରାଯାଇଥାଏ । ଏହି ପରମ୍ପରା ଅନୁସାରେ ଏଠିକାର ମହିଳାମାନଙ୍କୁ ବର୍ଷକୁ କେବଳ ୫ ଦିନ ନିର୍ବସ୍ତ୍ର ରହିବାକୁ ପଡିଥାଏ । ଏହି ପରମ୍ପରା କେବଳ ବିବାହିତା ମହିଳାମାନେ ହିଁ ପାଳନ କରିଥାନ୍ତି ।

ଗ୍ରାମର ଲୋକମାନଙ୍କ ମାନିବା ଅଟେ କି ଯଦି ଗ୍ରାମର ମହିଳାମାନେ ଏହି ପରମ୍ପରାକୁ ପାଳନ କରିବେ ନାହିଁ ତେବେ ଏହା ତାଙ୍କ ଘର ପାଇଁ ଅଶୁଭ ହୋଇଥାଏ । ଏହି ପରମ୍ପରା ପଛରେ ଏକ କାହାଣୀ ଲୁଚି ଅଛି । ଯାହା ବିଷୟରେ ଗ୍ରାମବାସୀମାନେ କୁହନ୍ତି କି ଏହି ଗ୍ରାମରେ ଗୋଟିଏ ରାକ୍ଷସର ପ୍ରଭାବ ଥିଲା । ଏହି ରାକ୍ଷସ ଏଠି ସୁନ୍ଦର କପଡା ପିନ୍ଧିଥିବା ମହିଳାମାନଙ୍କୁ ଉଠାଇ ନେଇ ଯାଉଥିଲା । ପରେ ସେହି ରାକ୍ଷସକୁ ଦେବତାମାନେ ମାରିଦେଲେ ଓ ସେହି ସମୟରୁ ଏହି ପରମ୍ପରା ଚାଲି ଆସୁଅଛି ।

ଗ୍ରାମର ଲୋକମାନେ ଏହି ପାଞ୍ଚ ଦିନ ହସିବା ବି ବନ୍ଦ କରି ଦିଅନ୍ତି ଓ ମହିଳାମାନେ ନିଜକୁ ସାଂସାରିକ ଦୁନିଆରୁ ଅଲଗା କରି ଦିଅନ୍ତି । ଏହା ଛଡା ଏହି ୫ ଦିନରେ ମହିଳାମାନେ ପୁରୁଷଙ୍କ ସାମ୍ନାକୁ ଆସନ୍ତି ନାହିଁ । କହିବାକୁ ଗଲେ ଏହି ପରମ୍ପରା ପଛରେ ଥିବା କାହାଣୀ କେତେ ସତ ଅଟେ ଏହା ଆମକୁ ଜଣା ନାହିଁ କିନ୍ତୁ ଗ୍ରାମବାସୀମାନେ ଆଜି ପର୍ଯ୍ୟନ୍ତ ଏହି କାହାଣୀ ଉପରେ ବିଶ୍ଵାସ କରି ଏହି ପରମ୍ପରାକୁ ପାଳନ କରୁଛନ୍ତି ।

Leave a Reply

Your email address will not be published. Required fields are marked *