ଚାଣକ୍ୟଙ୍କ ନୀତିରେ ଲୁଚି ରହିଛି, ଦୁଃଖ ଦୂର କରିବାର ରହସ୍ୟ, ଜାଣନ୍ତୁ

ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ବିଦ୍ଵାନ ଥିଲେ । ସେ ନିଜ ଜୀବନରେ ଉପଲବ୍ଧ କରିଥିବା ଜ୍ଞାନକୁ ନିଜ ନୀତିଶାସ୍ତ୍ରରେ ଉଲ୍ଲେଖ କରିଛନ୍ତି । ମନୁଷ୍ୟର ସବୁ ସମସ୍ୟାର ସମାଧାନ, ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିରେ ମିଳିଥାଏ । ଚାଣକ୍ୟ ଙ୍କ ନୀତି ବା ବଚନ ସର୍ବଶ୍ରେଷ୍ଠ ବୋଲି କୁହାଯାଏ । ଯେଉଁ ବ୍ୟକ୍ତି ଚାଣକ୍ୟଙ୍କ ଏହି ନୀତିର ପାଳନ ନିଜ ଜୀବନରେ କରିଥାଏ ତା’ର ଜୀବନ ସୁଖ ସମୃଦ୍ଧିରେ ଭରିଯାଏ । ଏହା ଜୀବନର ଉଚିତ ମାର୍ଗ ଦେଖାଇ ଜୀବନରେ ଶାନ୍ତି ଆଣିଥାଏ । ଆସନ୍ତୁ ଜାଣିବା ଚାଣକ୍ୟଙ୍କ ନୀତି ଦ୍ଵାରା ଜୀବନରୁ ଦୁଃଖ କିପରି ଦୂର କରାଯାଇ ପାରିବ ।

ଦାଂପତ୍ୟ ଜୀବନରେ ସବୁବେଳେ ସୁଖ ସମୃଦ୍ଧି ରହିବା ପାଇଁ ସ୍ଵାମୀ ସ୍ତ୍ରୀଙ୍କୁ ଅନେକ କଥାର ଧ୍ୟାନ ଦେବା ଉଚିତ ନହେଲେ ସେହି ସମ୍ପର୍କ ଭାଙ୍ଗିବାକୁ ଅଧିକ ସମୟ ଲାଗେ ନାହିଁ । ଚାଣକ୍ୟଙ୍କ ନୀତି ଅନୁସାରେ ପତି ପତ୍ନୀଙ୍କ ମଧୁର ସମ୍ପର୍କରେ ଯଦି କପଟର ସ୍ଥାନ ରୁହେ ବା ଦୁହେଁ ଦୁହିଁଙ୍କ ଠାରୁ କଥା ଲୁଚାନ୍ତି ତ ସେହି ସମ୍ପର୍କ ଅଧିକ ଦିନ ତିସତି ପାରେ ନାହିଁ, ଘରକୁ ମଧ୍ୟ ସୁଖ ସମୃଦ୍ଧି ଆସିନଥାଏ ଏବଂ ଯେଉଁ ଘରେ ଧନର ଦୁରୁପଯୋଗ କରାଯାଏ ସେଠି ସବୁବେଳେ କଳହ ଲାଗି ରହିଥାଏ ।

ଯେଉଁ କାରଣରୁ ସେହି ଘରକୁ କେବେ ବି ଖୁସି ଆସି ନ ଥାଏ । ଦେବୀ ଲକ୍ଷ୍ମୀ ରୁଷ୍ଟ ହୋଇ ସେହି ଘର ଛାଡି ଚାଲିଯାନ୍ତି । ଚାଣକ୍ୟଙ୍କ ନୀତି ଅନୁସାରେ ନିଜ ଖାଇବା ଥାଳିର ଗୋଟିଏ ବି ଦାନା ନଷ୍ଟ କେବେ ରହି ନନୁହେଁ । ଯଦି ଏପରି ହୋଇଥାଏ ତେବେ ଆପଣଙ୍କ ଘରେ କେବେ ବି ସୁଖ ସମୃଦ୍ଧି ବ ଆସ କରିନଥାଏ ।

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ, ଯଦି କୌଣସି ଜ୍ଞାନୀବ୍ୟକ୍ତି ଗରିବ ଅଟେ ଓ ମୂର୍ଖ ବ୍ୟକ୍ତି ଧନୀ ହୋଇଥାଏ, ତେବେ ମଧ୍ୟ ଆପଣଙ୍କୁ ଜ୍ଞାନୀବ୍ୟକ୍ତି ଙ୍କ କଥାକୁ ଅନୁସରଣ କରିବା ଉଚିତ ଓ ତାଙ୍କ କଥା ମାନିବା ଉଚିତ । କାରଣ ଜ୍ଞାନୀବ୍ୟକ୍ତି ଙ୍କ କଥା ଜୀବନରେ ସଫଳତା ପ୍ରଦାନ କରିଥାଏ ।

Leave a Reply

Your email address will not be published. Required fields are marked *