Sumit ଓ Tapaswini ଙ୍କୁ କିନ୍ନର ଦେଲେ ଆଶୀର୍ବାଦ ଓ କହିଲେ…ଦେଖନ୍ତୁ Video

ବନ୍ଧୁଗଣ ସୁମିତ ଓ ତପସ୍ଵିନୀ ପାରିବାରିକ ବିଚ୍ଛେଦ ମାମଲା ବର୍ତ୍ତମାନ ସାରା ଓଡିଶାରେ ଚର୍ଚାର ବିଷୟ ପାଲଟିଛି । ତେବେ ଏହି ମାମଲାଟି ଦୀର୍ଘ ଦୁଇ ମାସ ଧରି ଚାଲିଥିବା ବେଳେ ଜିଲ୍ଲା କୋର୍ଟଙ୍କ ରାୟ ଅନୁଯାଇ ଏବେ ତପସ୍ଵିନୀ ନିଜ ଶଶୁର ଘରେ ରହୁଛନ୍ତି । କିନ୍ତୁ ଜିଲ୍ଲା କୋର୍ଟଙ୍କ ଏହି ରାୟରେ ସୁମିତଙ୍କ ପରିବାର ଲୋକ ଖୁସି ନାହାନ୍ତି ଓ ସେମାନେ ଜିଲ୍ଲା କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ହାଇ କୋର୍ଟରେ ପିଟିସନ ଫାଇଲ କରିଛନ୍ତି ।

ତେବେ ବନ୍ଧୁଗଣ ଏହି ମାମଲାକୁ ନେଇ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସିଛି । ସାରା ଓଡିଶା ବାସୀ ସୁମିତ ଓ ତପସ୍ଵିନୀଙ୍କ ମିଶିବାକୁ ନେଇ ଅନେକ ରହିଛନ୍ତି ଏହି ସମୟରେ କିନ୍ନର ମାନେ ଏହି ଦୁଇଜଣଙ୍କୁ ମିଳନର ଆଶୀର୍ବାଦ ଦେଇଛନ୍ତି । ସୁମିତ ଓ ତପସ୍ଵିନୀଙ୍କ ଉପରେ କିନ୍ନରଙ୍କ ଆଶୀର୍ବାଦ । ଉଭୟ ମିଶନ୍ତୁ ଓ ପୁଣି ଥରେ ଏକ ନୂଆ ସଂସାର ଗଢନ୍ତୁ ।

ସମ୍ପର୍କର କ୍ଷୟ ଯଦି ସବୁ ଛିଡି ଯାଇଛି ତାହା ନୁହେଁ ଏବେ ବି କିଛି କିଛି ବାକି ଅଛି । ସୁମିତ ମଧ୍ୟ ହାଇ କୋର୍ଟରେ କହିଥିଲେ ଯଦି ମିଶିବାର ଥିବ ତା ହେଲେ ଉଭୟ ମିସିବେ ଯଦି ସମ୍ପର୍କ ଛିଡି ଯିବାର ଥିବ ତା ହେଲେ କେହିବି ଏହାକୁ ରକ୍ଷା କରିପାରିବେ ନାହିଁ । ଏବେ ବ୍ରହ୍ମ ନଗରର ଚିତ୍ର ସଂପୂର୍ଣ୍ଣ ବଦଳି ଯାଇଛି ଆଗରୁ ସେହି ସ୍ଥାନରେ ଗହଳି ଲାଗି ରହୁଥିଲା ହେଲେ ଏବେ ସେହି ସ୍ଥାନ ଶାନ୍ତ ପଡିଯାଇଛି ।

ତେବେ ସେହି ସ୍ଥାନରେ ରହୁଥିବା କିଛି କିନ୍ନର ମାନେ ପ୍ରତିକ୍ରିୟା ରଖିଥିଲେ ଓ ଉଭୟଙ୍କୁ ଆଶୀର୍ବାଦ ମଧ୍ୟ ଦେଇଥିଲେ । କିନ୍ନର ଗଣମାଧ୍ୟମ ସାମ୍ନାରେ କହିଥିଲେ-‘ଏବେ ତ ସେ ସବୁ ମାମଲା ପଳେଇଛି କୋର୍ଟକୁ ଆଉ ଆମ ସାହି ବାସିନ୍ଧା ମାନେ ବି ଟିକେ ନୀରବ ହୋଇ ରହିଛନ୍ତି । ଏବେ କୋର୍ଟରେ ଯାହା ନିଷ୍ପତ୍ତି ହେବ ତାର ପାଳନ ସେମାନେ କରିବେ । ଆମେ ମାନେ କିଛି ବି କହିବୁ ନାହିଁ କୋର୍ଟ ଯାହା ବିଚାର କରିବ ତାହା ଠିକ ହେବ’ ।

ଆଗକୁ କିନ୍ନର କହିଛନ୍ତି-‘ଆମର କିନ୍ନର ମାନଙ୍କ ମୁର୍ଗୀ ମାତାଙ୍କୁ ପ୍ରଣାମ କରି କହୁଛୁ ସେମାନେ ସୁଖରେ ଭଲରେ ରୁହନ୍ତୁ ଆଉ ତାଙ୍କ ଦୁଇଜଣଙ୍କ ଯୋଡି ସାହି ସଲାମତ ରହୁ ଏତିକି ଆମେ କିନ୍ନର ମାନେ ଚାହୁଁଛୁ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ କିନ୍ନର ମାନେ ତପସ୍ଵିନୀ ଓ ସୁମିତଙ୍କ ମିଳନ ପାଇଁ ଆଶୀର୍ବାଦ ଦେଇଛନ୍ତି । ତେବେ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *