Mihir Das ଙ୍କ ମୃତ୍ୟୁର 13 ଦିନ ପରେ କାନ୍ଦି କାନ୍ଦି ପ୍ରକୃତ ସତ କହିଲେ ପୁଅ Amlan, ସେ ଯାହା କହିଲେ ଶୁଣିଲେ କାନ୍ଦି ପକେଇବେ ଆପଣ ! ଦେଖନ୍ତୁ Video

ବନ୍ଧୁଗଣ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଦିଗଜ ଅଭିନେତା ମିହିର ଦାସଙ୍କ ଏକାଦଶାହ କ୍ରିୟା ଶେଷ ହୋଇଛି । ଗତ ପହଡଦିନ ମିହିରଙ୍କ ଏକା ଦଶାହ କ୍ରିୟା ଶେଷ ହୋଇଥିଲା । ତେବେ ବର୍ତ୍ତମାନ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତା ମିହିର ଦାସ ଆମ ମାନଙ୍କ ଗହଳରେ ଆଉ ନାହାନ୍ତି । ମିହିର ଯିବା ପରେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି । ମିହିରଙ୍କ ଅକାଳ ବିୟୋଗକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଓଡିଶା ବାସୀ ।

ମିହିର ନିଜ ଜବରଦସ୍ତ ଅଭିନୟ ଦ୍ଵାରା ସାରା ଓଡିଶା ବାସୀଙ୍କ ମନ ଜିତି ଥିଲେ । ହୁଏ ତ ମିହିରଙ୍କ ଭଳି କଳାକାର ଆଉ ଓଡିଆ ଇଣ୍ଡଷ୍ଟ୍ରିରେ ଜନ୍ମ ନେଇ ନପାରେ ହେଲେ ତାଙ୍କର ସ୍ମୃତି ଆମ ମାନଙ୍କ ମନରେ ସବୁଦିନ ରହିବ । ମିହିର ଦୀର୍ଘ ବର୍ଷ ଧରି କିଡ୍ନି ରୋଗରେ ପୀଡିତ ଥିଲେ ତେବେ ଗତ କିଛି ଦିନ ତଳେ ତାଙ୍କ ଅବସ୍ଥା ଗୁରୁତ୍ଵର ହୋଇଯିବାରୁ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରଯାଇଥିଲା ।

ହେଲେ ଚିକିତ୍ସା ଚାଲିଥିବା ବେଳେ ମିହିର ଆମ ମାନଙ୍କୁ ଛାଡି ଚାଲିଗଲେ । ତେବେ ଗତ ପହଡଦିନ ମିହିରଙ୍କ ଏକାଦଶାହ କ୍ରିୟା ହୋଇଥିଲା । ମିହିରଙ୍କ ପୁଅ ଓଡିଆ ଅଭିନେତା ଅମ୍ଳାନ ଦାସ ମିହିରଙ୍କ ଏକାଦଶାହ କାର୍ଯ୍ୟ କରିଥିଲେ । ଏହି ଏକାଦଶାହ କାର୍ଯ୍ୟ ତାଙ୍କର କଟକ ସ୍ଥିତ ଘରେ ହୋଇଥିଲା ଓ ଏହି ସଭାରେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ଦିଗଜ ଅଭିନେତା ମାନେ ଯୋଗ ଦେଇଥିଲେ ।

ଏହି କ୍ରିୟା ସଭାରେ ଅମ୍ଳାନ ଦାସ ନିଜ ମନର କଥା କହିଥିଲେ ଓ ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ଅମ୍ଳାନ କହିଛନ୍ତି-‘ଓଡିଶା ଇଣ୍ଡଷ୍ଟ୍ରି ବହୁତ କିଛି ଲୁସ୍ କରିଛନ୍ତି । ଆଉ ମୁ ମୋ ବାପାଙ୍କୁ ହରାଇଛି ହେଲେ ସବୁଠାରୁ ବଡ କଥା ହେଉଛି ମୁ ମୋର ଟିଚରଙ୍କୁ ଲୁସ୍ କରିଛି’ ।

ଆଗକୁ ସେ କହିଛନ୍ତି-‘ଆଉ ତାଙ୍କ ଶିକ୍ଷା ଗୁଡିକୁ ମୁ ଆଶା କରୁଛି ଆଗକୁ ନେଇଯିବି । ସେ ଯେତିକି କରିଥିଲେ ତାକୁ ଆଗକୁ ନେଇକି ଯିବି ତାଙ୍କ ଶିକ୍ଷା ସବୁ ଆଗକୁ ନେଇ ଯିବି । ଆପଣ ମାନଙ୍କ ଆଶା ଓ ଭଲ ପାଇବା ଯାହା ବି ଅଛି ମୋ ଉପରେ ତାକୁ ପୂରଣ କରିବାକୁ ଚେଷ୍ଟା କରିବି । ସେତିକି ବଳ ମୋତେ ଆଉ ମୋ ପରିବାରକୁ ଦିଅନ୍ତୁ ଯେମିତି ଆମେ ତାଙ୍କ ସ୍ମୃତିକୁ ନେଇ ଆଗକୁ ବଢି ପାରିବା’ ।

Leave a Reply

Your email address will not be published. Required fields are marked *