ତେବେ କାହିଁକି ଚନ୍ଦନ ଗଛରେ ରୁହନ୍ତି ଏତେ ସାରା ବିଷଧର ସାପ ଓ 1 କିଲୋ ଚନ୍ଦନ କାଠର ଏତେ ଟଙ୍କା କଣ ପାଇଁ ? ଜାଣନ୍ତୁ ରହସ୍ୟ !

ବନ୍ଧୁଗଣ ଆପଣ ମାନେ ସମସ୍ତେ ଚନ୍ଦନ ଗଛ ନିଶ୍ଚୟ ଦେଖିଥିବେ । ସମସ୍ତ ଗଛ ମଧ୍ୟରୁ ଚନ୍ଦନ ଗଛର କିଛି ଖାସ ମହତ୍ଵ ରହିଛି । ହେଲେ ଏହି ଗଛ ସହ ଜଡିତ ଅନେକ ରହସ୍ୟମୟ କଥା ମଧ୍ୟ ରହିଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ଆପଣ ମାନେ ଏହି କଥା ତ ନିଶ୍ଚୟ ଜାଣିଥିବେ ଯେ, ଚନ୍ଦନ ଗଛରେ ସାପ ରହିଥାନ୍ତି । ଚନ୍ଦନ ଗଛରେ ସାପ ରହିବାକୁ ବହୁତ ପସନ୍ଦ କରନ୍ତି । ସାପ ମାନେ ସବୁବେଳେ ଚନ୍ଦନ ଗଛର ତଳ ଅଂଶରେ ରହିବାକୁ ଭଲ ପାନ୍ତି ।

ବନ୍ଧୁଗଣ ସାପ ମାନେ ସବୁବେଳେ ଏକ ଥଣ୍ଡା ଜାଗାରେ ରହିବା ପାଇଁ ପସନ୍ଦ କରନ୍ତି ତେଣୁ ଚନ୍ଦନ ଗଛ ଥଣ୍ଡା ଥିବାରୁ ସାପ ମାନେ ସେହି ଗଛରେ ରୁହନ୍ତି । କେତେ ଜଣଙ୍କ ମତରେ ଚନ୍ଦନ ଗଛର ବାସ୍ନାରେ ଆକର୍ଷିତ ହୋଇ ସାପ ମାନେ ଗଛରେ ରହିଥାନ୍ତି ହେଲେ ବନ୍ଧୁଗଣ ଏହା ସଂପୂର୍ଣ୍ଣ ମିଛ ଅଟେ କାରଣ ସାପ ମାନଙ୍କର ଶୁଙ୍ଗିବା ଶକ୍ତି ବହୁତ ଦୁର୍ବଳ ଥାଏ ସେମାନେ ନିଜ ଜିଭ ଦ୍ଵାରା ଥଣ୍ଡା ଗରମ ଅନୁଭବ କରି ପାରନ୍ତି ।

ବନ୍ଧୁଗଣ ଅଧିକାଂଶ ସାପଙ୍କୁ ଆପଣ ମାନେ ବସା ଭିତରୁ ବାହାରିବାର ଦେଖିଥିବେ ।  ସାପର ତ ଗୋଡ ନାହିଁ ତା ହେଲେ ସେମାନେ ବସା କେମିତି ବନାଉ ଛନ୍ତି । ବନ୍ଧୁଗଣ ଏହି ପ୍ରଶ୍ନର ଉତ୍ତର ବହୁତ କମ ଲୋକଙ୍କୁ ଜଣା ଅଛି । ସାପ ମାନେ ସାଧାରଣତଃ ନିଜ ଶିକାରର ବସାକୁ ନିଜ ବସା କରିଦିଅନ୍ତି । ଯଦି ଗୋଟେ ସାପ ମୂଷା ବସା ଦେଖିଦିଏ ତା ହେଲେ ସେ ମୂଷା ମାରି ସେହି ବସା ଉପରେ କବଜା କରିଦିଏ ।

ସାପ ସହ ଜଡିତ ଆଉ ଗୋଟେ ରହସ୍ୟ ହେଉଛି ସାପ ମାନଙ୍କୁ ରାତ୍ରି ସମୟରେ ଶିକାର କରିବା ପାଇଁ ବହୁତ ସହଜ ହୋଇଥାଏ କାହିଁକି । ଆପଣ ମାନେ ସମସ୍ତେ ସାପ ଚେହେରାରେ ଦୁଇଟି କଣା ନିଶ୍ଚୟ ଦେଖିଥିବେ । ସେହି ଦୁଇଟି କଣା ଦ୍ଵାରା ସାପ ତାପମାତ୍ରା ମାପି ପାରନ୍ତି ଯାହାଫଳରେ ତାଙ୍କ ଆଖ ପାଖରେ ଥିବା ଜୀବ ଜନ୍ତୁ ମାନଙ୍କ ଉପରେ ସେମାନେ ସହଜରେ ଆକ୍ରମଣ କରିପାରନ୍ତି ।

ବନ୍ଧୁଗଣ ଏହି ଦୁନିଆରେ ୩୬୮୬ ପ୍ରଜାତିର ସାପ ଅଛନ୍ତି । ବନ୍ଧୁଗଣ ସାପ ମାନେ ଭିନ୍ନ ଭିନ୍ନ ସ୍ଥାନରେ ରହିବା ପାଇଁ ପସନ୍ଦ କରନ୍ତି । କେତେକ ସାପ ମାଟି ଉପରେ ତ କେତେକ ସାପ ମାଟି ତଳେ, କେତେକ ସାପ ଗଛ ଉପରେ ତ କେତେକ ସାପ ପାଣି ଭିତରେ ରହିବା ପାଇଁ ପସନ୍ଦ କରନ୍ତି ।

ବନ୍ଧୁଗଣ ଏହି ଦୁନିଆରେ ସବୁଠାରୁ ଦ୍ରୁତ ଗତିରେ ଦୌଥିବା ସାପର ନାମ ହେଉଛି ବ୍ଲାକ ମାମ୍ବା । ଏହି ସାପଟି ୨୦ କିଲୋମିଟର ପ୍ରତି ଘଣ୍ଟା ସ୍ପିଡରେ ଯାଇଥାଏ । ତା ହେଲେ ବନ୍ଧୁଗଣ ସାପ ମାନଙ୍କ ବିଷୟରେ ଏହି ସବୁ ସୂଚନା ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *