ଫେରାର ହେଲେ Sumit ଙ୍କ ପୁରା ପରିବାର, Tapaswini ଆଣିଲେ ଏମିତି ଅଭିଯୋଗ କି ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ, କଣ କହିଲେ ସେ ? ଦେଖନ୍ତୁ ଏହି Video

ବନ୍ଧୁଗଣ, ଆପଣ ମାନେ ନିକଟର ଘଟିଥିବା ଏକ ଘଟଣା ତପସ୍ଵିନୀ ଏବଂ ସୁମିତ ଙ୍କ ବିବାଦ ସମ୍ବନ୍ଧରେ ନିଶ୍ଚିତ ଜାଣିଥିବେ । ବନ୍ଧୁତା, ପ୍ରେମ, ବିବାହ ଏହାପରେ ଧୋକା, ବର୍ତ୍ତମାନ ଏହା ଦୁନିଆର ରୀତି ଭାବରେ ପ୍ରଚଳିତ ହେବାରେ ଲାଗିଛି । ଅଧିକାଂଶ ପୁଅ ବିବାହ କରି ଝିଅ ମାନଙ୍କୁ ଏହିଭଳି ହଇରାଣ ରେ ପକାଇବା ସହିତ ଫେରର ହେବାରେ ଲାଗୁଛନ୍ତି । ସେହିଭଳି ଝିଅ ମାନେ ମଧ୍ୟ ମିଛ ଅଭିଯୋଗ ରେ ନାନା ପ୍ରକାରର ଡ୍ରାମା କରିବାକୁ ପଛାଉ ନାହାଁନ୍ତି ।

ବର୍ତ୍ତମାନ ସୁମିତ ଏବଂ ତାଙ୍କ ପରିବାର ଲୋକେ ଫେରାର ଅଛନ୍ତି । ଏହି ବାବଦରେ କଣ କହୁଛନ୍ତି ସୁମିତ ଙ୍କ ଧର୍ମପତ୍ନୀ ତପସ୍ଵିନୀ ଆସନ୍ତୁ ଜାଣିବା । ତପସ୍ଵିନୀ ଙ୍କ କହିବା ଅନୁଯାୟୀ “ମୁଁ ଶୁଣୁଥିଲି ତାଙ୍କ ଘରେ ମଧ୍ୟ ସମସ୍ତେ ଫେରାର ଅଛନ୍ତି । ୪ ଦିନ ହେଲାଣି ସେ ମୋ ବିଷୟରେ ଆଦୌ ବୁଝି ନାହାଁନ୍ତି । ମାତ୍ର ମୁଁ ଟ୍ରାଏ କରୁଛି ତାଙ୍କୁ କଣ୍ଟାକ୍ଟ କରିବା ପାଇଁ, ତାଙ୍କ ସୂଚନା ଏବେ ପର୍ଯ୍ୟନ୍ତ ମତେ ମିଳିନାହିଁ ।

ସୁମିତ ଙ୍କ ଘରେ ମଧ୍ୟ ସମସ୍ତେ ଫେରାର ଅଛନ୍ତି । ମାତ୍ର ମୁଁ ବର୍ତ୍ତମାନ ନିଜ କଥା ନିଜେ ବୁଝୁଛି । ନିଜ ଖର୍ଚ୍ଚ ମଧ୍ୟ ନିଜେ ବହନ କରୁଛି ବୋଲି କହିଥିଲେ ତାପସ୍ଵିନୀ । ପୋଲିସ ସୁରକ୍ଷା କେବଳ ସେହି କୋଠରୀରେ ଦିଆ ଯାଉଅଛି ବୋଲି ସେ କହିଥିଲେ । ମାତ୍ର ବାହାରକୁ ଆସିଲେ କୌଣସି ପ୍ରକାରର ସୁରକ୍ଷା ନାହିଁ । ବାହାରକୁ ଆସିଲେ ମୁଁ ମୋ ପାଇଁ ବିପଦ ମନେ କରୁଅଛି । ଏଥି ନିମନ୍ତେ ମୁଁ ପୋଲିସ ଙ୍କୁ ସହାୟତା ମଧ୍ୟ ମାଗିଛି ।

ପୋଲିସ ଙ୍କୁ ତପସ୍ଵିନୀ ପ୍ରୋଟେକ୍ସନ ମାଗିଥିଲେ, ମାତ୍ର ପୋଲିସ ତାଙ୍କ କଥା ଶୁଣୁ ନାହାଁନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ତପସ୍ଵିନୀ ଙ୍କ କହିବା ଅନୁଯାୟୀ ଯେତେବେଳେ ପୋଲିସ ସମ୍ମୁଖରୁ ମୋ ସ୍ଵାମୀ ଫେରାର ହୋଇ ପାରୁଛନ୍ତି, ମାତ୍ର ପୋଲିସ ଏହା ଦେଖି କିଛି ମଧ୍ୟ କରି ପାରୁନାହିଁ । ତେବେ ମୁଁ ବାହାରକୁ ଗଲେ ମଧ୍ୟ ମୋ ଜୀବନକୁ ବିପଦ ଥିବା ସୁନିଶ୍ଚିତ । ଶଶୁର ଘର ଯେମିତି ଭାବରେ ଫେରାର ଅଛନ୍ତି ଏଣୁ ମୋ ଜୀବନ କୁ ନେଇ ବର୍ତ୍ତମାନ ବିପଦ ର ଆଶଙ୍କା ଅନୁଭୂତି ହେଉଛି ।

ତପସ୍ଵିନୀ ନିଜ ପରିବାର ଲୋକଙ୍କ ସହିତ କୋର୍ଟ ଆସିଛନ୍ତି ବୋଲି କହିଛନ୍ତି । ବନ୍ଧୁଗଣ ଏହି ଘଟଣା ବର୍ତ୍ତମାନ ନୂଆ ମୋଡ ନେବାକୁ ବସିଛି । ଦେଖାଯାଉ ତପସ୍ଵିନୀ ଙ୍କୁ ଉଚିତ ନ୍ୟାୟ କେବେ ମିଳୁଛି ? ଏହି ଟିପ୍ପଣୀ କୁ ନେଇ ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *