ପାକିସ୍ତାନ ର ସବୁଠୁ ସୁନ୍ଦର 5 ହିରୋଇନ, ଯେଉଁମାନଙ୍କ ସୁନ୍ଦରତା ଆଗରେ Bollywood ହିରୋଇନ ବି ଫିକା ପଡି ଯାଆନ୍ତି, ନମ୍ବର 1 ତ ଲାଗନ୍ତି ପୁରା ପରୀ

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ବଲିଉଡ ଅଭିନେତ୍ରୀ ମାନେ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ହେଲେ ଆଜି ଆମେ ଆପଣ ମାନଙ୍କୁ କିଛି ପାକିସ୍ତାନ ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ସୁନ୍ଦରତାରେ ବଲିଉଡ ଅଭିନେତ୍ରୀ ମାନଙ୍କୁ ବାଦ ଦେଇଦେବେ । ଏହି ଅଭିନେତ୍ରୀ ମାନେ ପାକିସ୍ତାନର ଅନେକ ସୁପର ହିଟ ଫିଲ୍ମରେ କାମ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି ।

ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ପାକିସ୍ତାନୀ ଅଭିନେତ୍ରୀ ମାନଙ୍କ ବିଷୟରେ । ମବରା ହୋକେନ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ମବରା ହୋକେନ । ମବରା ହେଉଛନ୍ତି ପାକିସ୍ତାନର ଏକ ପ୍ରସିଦ୍ଧ ଅଭିନେତ୍ରୀ । ସୁନ୍ଦରତାରେ ମବରା କାହାଠାରୁ କମ ନୁହନ୍ତି । ସେ ପାକିସ୍ତାନୀ ଫିଲ୍ମ ସହ ବଲିଉଡ ଇଣ୍ଡଷ୍ଟ୍ରିରେ ମଧ୍ୟ କାମ କରିଛନ୍ତି । ସେ ବଲିଉଡ ଫିଲ୍ମ ‘ସନମ ତେରି କସମ’ରେ ମୁଖ୍ୟ ଅଭିନେତ୍ରୀର ଭୂମିକାରେ ନଜର ଆସିଥିଲେ । ମବରାଙ୍କୁ ବର୍ତ୍ତମାନ ୨୬ ବର୍ଷ ହୋଇଛି ଓ ସେ ନିଜ କାରିୟର ଉପରେ ଅଧିକ ଧ୍ୟାନ ଦେଉଛନ୍ତି ।

ସଜନ ଅଲି- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ସଜନ ଅଲି । ସଜନ ବହୁତ କମ ବର୍ଷ ବୟସରେ ପାକିସ୍ତାନୀ ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିଛନ୍ତି । ନିଜ ସୁନ୍ଦରତା ପାଇଁ ସେ ସବୁବେଳେ ଚର୍ଚାରେ ରୁହନ୍ତି । ପାକିସ୍ତାନୀ ଇଣ୍ଡଷ୍ଟ୍ରି ସହ ସେ ବଲିଉଡ ଇଣ୍ଡଷ୍ଟ୍ରିରେ ମଧ୍ୟ କାମ କରିଛନ୍ତି । ସେ ବଲିଉଡ ଫିଲ୍ମ ‘ମମ’ରେ ବଲିଉଡ ଅଭିନେତ୍ରୀ ଶ୍ରୀଦେବୀଙ୍କ ସହ କାମ କରିଥିଲେ ।

ହୁମାଇମା ମଲିକ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ହୁମାଇମା ମଲିକ । ହୁମାଇକା ହେଉଛନ୍ତି ପାକିସ୍ତାନର ଏକ ଜଣାଶୁଣା ଅଭିନେତ୍ରୀ । ସେ ଅନେକ ସୁପର ହିଟ ଫିଲ୍ମରେ କାମ କରି ପ୍ରସିଦ୍ଧି ହାସଲ କରିଛନ୍ତି । ତାଙ୍କ ଅଭିନୟ ଓ ତାଙ୍କ ସୁନ୍ଦରତାକୁ ଦେଖିବା ପାଇଁ ଲୋକମାନେ ବହୁତ ପସନ୍ଦ କରନ୍ତି । ହୁମାଇମା ବଲିଉଡ ଫିଲ୍ମ ‘ରାଜା ନଟବରଲାଲ’ରେ ଅଭିନେତା ଇମରାନ ହାସମୀଙ୍କ ସହ କାମ କରିଛନ୍ତି ।

ମାହିରା ଖାନ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ମାହିରା ଖାନ । ମାହିରା ହେଉଛନ୍ତି ପାକିସ୍ତାନର ସବୁଠାରୁ ଅଧିକ ସୁନ୍ଦର ଅଭିନେତ୍ରୀ । ସୁନ୍ଦରତା ମାମଲାରେ ସେ ବଲିଉଡ ଅଭିନେତ୍ରୀ ମାନଙ୍କୁ ବାଦ ଦେଇଦେବେ । ମହିରା ବର୍ତ୍ତମାନ ୩୪ ବର୍ଷ ବୟସର ଅଛନ୍ତି । ସେ ଅନେକ ସୁପର ହିଟ ଫିଲ୍ମ କରି ସଫଳତା ହାସଲ କରିଛନ୍ତି । ସେ ବଲିଉଡ ଫିଲ୍ମ ‘ରଇସ’ରେ ଅଭିନେତା ଶାହରୁଖ ଖାନଙ୍କ ସହ କାମ କରିଥିଲେ । ମହିରା ନିଜ ସ୍ଵାମୀଙ୍କୁ ତଲାକ ଦେଇଛନ୍ତି ଓ ବର୍ତ୍ତମାନ ସେ ନିଜ ଛୁଆକୁ ନେଇ ନିଜ ମା ବାପାଙ୍କ ପାଖରେ ରହୁଛନ୍ତି ।

ସବା କମର୍ – ବନ୍ଧୁଗଣ ଏହି ଲିଷ୍ଟ ର ପ୍ରଥମ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ସବା କମର୍ । ଏହି ଅଭିନେତ୍ରୀ ବଲିଉଡ଼ ଇଣ୍ଡଷ୍ଟ୍ରୀ ର ଦିଗଜ୍ଜ ଅଭିନେତା ଇରଫାନ ଖାଁ ଙ୍କ ସହିତ ଫିଲ୍ମ ‘ହିନ୍ଦୀ ମିଡିୟମ’ ରେ ଅଭିନୟ କରିଥିଲେ । ସେ ଏହି ଫିଲ୍ମ ରେ ଖୁବ ସୁନ୍ଦର ଅଭିନୟ କରିଥିଲେ ମଧ୍ୟ । ଅଭିନୟ କ୍ଷେତ୍ରରେ ଭଲ କାମ କରିବା ସତ୍ତ୍ୱେ ସବା ଙ୍କୁ ବଲିଉଡ ରେ କାମ ମିଳିଲା ନାହିଁ ।

Leave a Reply

Your email address will not be published. Required fields are marked *