କେନ୍ଦ୍ରର 3 ବଡ ଯୋଜନା ! ମାତ୍ର 12 ଟଙ୍କା ଦେଲେ ମିଳିବ 2 ଲକ୍ଷ ଟଙ୍କା, ଦେଖନ୍ତୁ କିପରି ?

ନମସ୍କାର ବନ୍ଧୁଗଣ,ବାର ଟଙ୍କା ଦେଲେ ମିଳିବ ଦୁଇ ଲକ୍ଷ ଟଂକା । ଉଜ୍ଜ୍ୱଳ ହେବ ଆପଣଙ୍କ ଭବିଷ୍ୟତ । ମାତ୍ର ବାର ଟଙ୍କା ଦେଇ ନିଜର ଭବିଷ୍ୟତ କୁ ସୁରକ୍ଷିତ ରଖନ୍ତୁ । କାରଣ ବାର୍ଷିକ ବାର ଟଙ୍କା ଦେଲେ କେନ୍ଦ୍ର ସରକାର ଦେବେ ଦୁଇ ଲକ୍ଷ ଟଙ୍କା । ମୋଦି ସରକାର ସାଧାରଣ ଜନତା ଙ୍କ ପାଇଁ ଏମିତି ତିନୋଟି ଯୋଜନା କରିଛନ୍ତି ଯାହା ଦ୍ୱାରା ଆପଣ ମାତ୍ର କିଛି ଅଳ୍ପ ଟଙ୍କା ଖର୍ଚ୍ଚ କରି ନିଜ ଭବିଷ୍ୟତ କୁ ସୁରକ୍ଷିତ ରଖି ପାରିବେ । କେନ୍ଦ୍ର ସରକାର ବିଭିନ୍ନ ଶ୍ରେଣୀ ର ଲୋକ ମାନଂକ ସୁରକ୍ଷା କୁ ଦୃଷ୍ଟି ରେ ରଖି ଅନେକ ଗୁଡିଏ ଯୋଜନା କରିଛନ୍ତି ।

ତେବେ ସରକାର ଙ୍କ ଏମିତି କିଛି ଯୋଜନା ଅଛି ଯାହା ଦ୍ୱାରା ଆପଣ ଅଳ୍ପ ଟଙ୍କା ଖର୍ଚ୍ଚ କରି ସମସ୍ତ ସୁବିଧା ସିଧାସଳଖ ଲାଭ ପାଇ ପାରିବେ । ତେବେ କେନ୍ଦ୍ର ର ଏହି ତିନି ଯୋଜନା ବିଷୟରେ ଜାଣି ରଖନ୍ତୁ । ଯେଉଁ ଯୋଜନା ର ଫାଇଦା ପାଇବାକୁ ହେଲେ ଆପଣ ଙ୍କୁ ୪୦୦ ଟଙ୍କା ରୁ କମ ଅର୍ଥ ଖର୍ଚ୍ଚ କରିବାକୁ ପଡିବ । ତେବେ ପ୍ରଥମ ଯୋଜନା ହେଉଛି ପ୍ରଧାନମନ୍ତ୍ରୀ ଜୀଵନ ଜ୍ୟୋତି ବିମା ଯୋଜନା ।

ସରକାର ଙ୍କ ପକ୍ଷ ରୁ ୨୦୧୫ମସିହାରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଜୀଵନ ଜ୍ୟୋତି ବୀମା ଯୋଜନା ସରକାର ଙ୍କ ଏକ ଟର୍ମ ଯୋଜନା । ତେବେ ଟର୍ମ ପ୍ଲାନ ର ଅର୍ଥ ହେଉଛି ଯଦି ପଲିସି ଧାରୀ ଙ୍କ ମୃତ୍ୟୁ ହୋଇଯାଏ ତେବେ ବୀମା କମ୍ପାନୀ ଙ୍କ ପକ୍ଷରୁ ସମ୍ପୃକ୍ତ ବ୍ୟକ୍ତି ର ପରିବାର କୁ ପଲିସି ଟଙ୍କା ମିଳେ ଯଦି ଜୀଵନ ଜ୍ୟୋତି ବୀମା ଯୋଜନା ର ଅବଧି ସମାପ୍ତ ହେବା ପରେ ମଧ୍ୟ ପଲିସି ଧାରୀ ଠିକ ରୁହନ୍ତି ତେବେ ତାଙ୍କୁ ଏହି ଯୋଜନା ର କୌଣସି ଲାଭ ମିଳିବ ନାହିଁ ।

ଜୀଵନ ଜ୍ୟୋତି ବୀମା ଯୋଜନା ର ପରିପକ୍ଵତା ବୟସ ୫୫ ବର୍ଷ ଧାର୍ଯ୍ୟ ହୋଇଛି ଏବଂ ଏହି ଯୋଜନା କୁ ପ୍ରତିବର୍ଷ ନବୀକରଣ କରିବାକୁ ମଧ୍ୟ ପଡ଼ିଥାଏ । ଯୋଜନା ର ନିଶ୍ଚିତ ପରିମାଣ ର ରାଶି ଦୁଇ ଲକ୍ଷ ଟଙ୍କା ରହିଛି । ପ୍ରଧାନମନ୍ତ୍ରୀ ଜୀଵନ ଜ୍ୟୋତି ବୀମା ଯୋଜନା ପାଇଁ ବାର୍ଷିକ ପ୍ରିମୀୟମ ୩୩୦ ଟଙ୍କା ରହିଛି । ତେବେ ଏହି ଯୋଜନା ୧୮ ରୁ ୫୦ବର୍ଷ ମଧ୍ୟରେ ଯେକୌଣସି ଭାରତୀୟ ନାଗରିକ ପାଇ ପାରିବେ ।

ଦ୍ଵିତୀୟ ରେ ହେଉଛି ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା । ଏହି ଯୋଜନାରେ ବାର୍ଷିକ ମାତ୍ର ୧୨ ଟଙ୍କା ଦେବାକୁ ପଡ଼ିଥାଏ । ଏହି ବୀମା ଯୋଜନାର ଲାଭ କେବଳ ୧୮ -୭୦ ବର୍ଷ ବୟସ ନାଗରିକ ଙ୍କ ପାଇଁ ଉପଲବ୍ଧ । ଯୋଜନା ରେ ସାମିଲ ଥିବା ବୀମା ଧାରୀ ଙ୍କ ମୃତ୍ୟୁ ହେଲେ ନିକଟ ସମ୍ପର୍କୀୟ ବୀମା କମ୍ପାନୀ ପକ୍ଷରୁ ଦୁଇ ଲକ୍ଷ ବୀମା ରାଶି ପ୍ରଦାନ କରାଯିବ ।

ତୃତୀୟ ରେ ହେଉଛି ଅଟଳ ପେନସନ ଯୋଜନା । ସୁରକ୍ଷିତ ଭବିଷ୍ୟତ ପାଇଁ କେନ୍ଦ୍ର ସରକାରଙ୍କ ଅଟଳ ପେନସନ ଯୋଜନା ବେଶ ଲୋକପ୍ରିୟ ହୋଇ ପାରିଛି । ତେବେ ଆପଣ ଏହି ଯୋଜନା ରେ ଅଳ୍ପ ଟଙ୍କା ବିନିଯୋଗ କରି ବୃଦ୍ଧାଅଵସ୍ଥା ପାଇଁ ଏକ ପେନସନ ବ୍ୟବସ୍ଥା କରି ପାରିବେ । ତେବେ ଆପଣ ୧୮ ବର୍ଷ ବୟସ ରୁ ଏହି ଯୋଜନା ରେ ସାମିଲ ହୋଇ ପାରିବେ । ପ୍ରଥମେ ୪୨ ଟଙ୍କା ଦେଇ ଯୋଜନାରେ ସାମିଲ ହୋଇ ପାରିବେ ।

ଆପଣଙ୍କୁ ଯେତେବେଳେ ୬୦ ବର୍ଷ ହେବ ତାହା ପରେ ଆପଣ ଙ୍କୁ ସରକାର ଙ୍କ ପକ୍ଷରୁ ପେନସନ ମିଳିବ । ଯଦି ପଲିସି ଧାରୀଙ୍କ ମୃତ୍ୟୁ ହୁଏ ତେବେ ପରିବାର କୁ ବୀମା ରାଶି ଟଙ୍କା ମିଳିବ । ତେବେ ବୀମା ସମ୍ପର୍କରେ ଅଧିକ ଜାଣିବା ପାଇଁ ଜନ ସୁରକ୍ଷା ର ଲିଙ୍କ ରେ କ୍ଲିକ କରି ସବୁ ସୂଚନା ପାଇ ପାରିବେ ଏହା ଛଡା ଟୋଲ ଫ୍ରି ନମ୍ବର ରେ ମଧ୍ୟ କଲ କରି ବୁଝି ପାରିବେ ନମ୍ବର ହେଉଛି ୧୮୦୦-୧୮୦-୧୧୧୧ କିମ୍ବା ୧୮୦୦-୧୧୦-୦୦୧ ।

Leave a Reply

Your email address will not be published. Required fields are marked *